ବାତ୍ୟା ‘ଗୁଲାବ’ ମୁକାବିଲା ପାଇଁ ସଜାଗ ରହିଛି କୋରାପୁଟ ଜିଲ୍ଲା ପ୍ରଶାସନ

କୋରାପୁଟ, (ତ୍ରିନାଥ ପଟ୍ଟନାୟକ) : ସାମ୍ଭାବ୍ୟ ବାତ୍ୟା ‘ଗୁଲାବ’ର ମୁକାବିଲା କରିବାକୁ କୋରାପୁଟ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ଜଣାଯାଇଛି। ଏନେଇ କୋରାପୁଟ ଜିଲ୍ଲା ପ୍ରଶାସନର ନିର୍ଦ୍ଧେଶକ୍ରମେ ପ୍ରସ୍ତୁତି ଜୋରଦାର ହୋଇଅଛି। ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ସମସ୍ତ ତହସିଲଦାର, ଗୋଷ୍ଠି ଉନ୍ନୟନ ଅଧିକାରୀ, ଥାନା ଅଧିକାରୀଙ୍କ ସମେତ ସମସ୍ତ ଜିଲ୍ଲା ଅଧିକାରୀ ଉପସ୍ଥିତ ଥିଲେ। ଏହାକୁ ଆଖିରେ ରଖି ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ତଳିଆ ତଥା ଭୂସ୍ପଲନ ପ୍ରବଣ ଅଞ୍ଚଳ ପ୍ରତି ସଜାଗ ହେବା ତଥା ବିଶେଷ କରି ଗର୍ଭବତୀ ନାରୀ, ବୟୋଜ୍ୟେଷ୍ଟ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଧେଶ ଦେଇଅଛନ୍ତି। ଏଥିସହ ଜିଲ୍ଲାର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି। ଜିଲ୍ଲା ଠାରୁ ଆରମ୍ଭ କରି ବ୍ଲକ ସ୍ତର ପର୍ଯ୍ୟନ୍ତ ୨୪ ଘଣ୍ଟିଆ ଜରୁରୀ ନିୟନ୍ତ୍ରଣ କକ୍ଷ ଖୋଲା ରଖିବାକୁ ନିର୍ଦେଶ ଜାରି କରାଯାଇଅଛି। ରବିବାର ଅପରାହ୍ନ ଠାରୁ ଜିଲ୍ଲାର ସମସ୍ତ ଅଞ୍ଚଳରେ ଡାକବାଜି ଯନ୍ତ୍ର ଦ୍ୱାରା ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ ର ପରିସ୍ଥିତି ପାଇଁ ପ୍ରଚାର କରାଯାଇଅଛି। ଏହାକୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ସମ୍ଭାବ୍ୟ ବାତ୍ୟା ‘ ଗୁଲାବ’କୁ ମୁକାବିଲା କରିବା ପାଇଁ ସମ୍ପୂର୍ଣ ସଜାଗ ଥିବା ତଥା ଜିଲ୍ଲାବାସୀଙ୍କୁ ଅଯଥା ଭୟଭୀତ ନ ହେବାକୁ ଜିଲ୍ଲାପାଳ ଅବଦୁଲ୍ ଅଖଟର୍ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.