ବିଭିନ୍ନ ସମସ୍ୟା ନେଇ ପୃଥକ ଭାବରେ ବିଡ଼ିଓ ଏବଂ ତହସିଲଦାରଙ୍କୁ ଦାବି ଜଣେଇଲେ ଗଡ୍ରାମାଲ ଗ୍ରାମବାସୀ

କୋକସରା: (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ପଞ୍ଚାୟତ ଗଡ୍ରାମାଲ ଗ୍ରାମ ବାସୀ ଆଜି ପୃଥକ ଭାବରେ ସ୍ଥାନୀୟ ବିଡ଼ିଓ ଏବଂ ତହସିଲଦାରଙ୍କୁ ନିଜ ସମସ୍ୟା ଉପରେ ଦୁଇଟି ଦାବି ପତ୍ର ପ୍ରଦାନ କରିଛନ୍ତି। ଦାବି ଅନୁଯାୟୀ ଗଡ୍ରାମାଲ ଗ୍ରାମର ଅନେକ ଚାଷୀ ଗୋ ପାଳନକୁ ଜୀବିକା ଭାବେ ବାଛି ପରିବାର ପ୍ରତିପୋଷଣ କରୁଛନ୍ତି। ତେବେ ଗ୍ରାମର ଅନେକ ବିତ୍ତଶାଳୀ ବ୍ୟକ୍ତି ଗୋଚର ଜମି ଅକ୍ତିଆର କରି ବିଭିନ୍ନ ସମୟରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି ଫଳରେ ଗାଈ ଗୋରୁ ଚାରଣ ପାଇଁ ଘୋର ଅସୁବିଧା ର ସମ୍ମୁଖୀନ ହୋଇ ଗୋରୁପାଳନ ପ୍ରତି ନାନା ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି ଓ ଜୀବନ ଜୀବିକା ଉପରେ ବାଧା ସୃଷ୍ଟି ହେଉଛି। ଏ ନେଇ ଆଜି କୋକସରା ତହସିଲଦାରଙ୍କୁ ଲିଖିତ ମାଧ୍ୟମରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଚାରଣ ଭୂମିକୁ ବିତ୍ତଶାଳୀ ଲୋକଙ୍କ କବ୍ଜାରୁ ମୁକ୍ତ କରିବାକୁ ସେମାନେ ଦାବି କରିଛନ୍ତି।

ଅନ୍ୟ ପ୍ରକାରେ ଦୀର୍ଘ ଦିନ ହେଲା ଏହି ଗ୍ରାମ ପ୍ରତି ସ୍ଥାନୀୟ ପ୍ରଶାସନ ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଫେଲ ମାରିଥିବା ନଜିର ଆସିଛି। ପୂର୍ବରୁ ଅନେକ ଥର ସରପଞ୍ଚ, ବ୍ଲକ ଅଧ୍ୟକ୍ଷ, ଓ ବିଡ଼ିଓଙ୍କୁ ଲିଖିତ ଆକାରରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବାକୁ ଦାବି କରିଥିଲେ ମଧ୍ୟ ଆଜି ଯାଏଁ କିଏ କର୍ଣ୍ଣ ପାତ କରୁ ନାହାନ୍ତି। ଫଳରେ ଗ୍ରାମବାସୀ ଶେଷ ଦାବି ପତ୍ର ସହ ଆଗାମୀ ଦିନରେ ରାଜରାସ୍ତା ଅବରୋଧ କରିବା ପାଇଁ ଚେତାବନୀ ଦେଇଛନ୍ତି। ବିଡ଼ିଓ ଏବଂ ଅତିରିକ୍ତ ବିଡ଼ିଓଙ୍କ ଅନୁପସ୍ଥିତ ଯୋଗୁଁ ମୁଖ୍ୟ କିରାଣୀ ଅଚ୍ୟୁତାନନ୍ଦଙ୍କୁ ଦାବି ପତ୍ର ଦେଇ ସମସ୍ୟା ର ସମାଧାନ ପାଇଁ ଜଣେଇ ଛନ୍ତି। ବାରମ୍ବାର ପ୍ରଶାସନ ପାଖରେ ଗୁହାରି ପରେ ମଧ୍ୟ ସାଧାରଣ ଜନତାର ମୌଳିକ ସୁବିଧା ରୁ ବଞ୍ଚିତ ଏହି ଗାଁ ବର୍ତମାନ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.