ପଞ୍ଚ ଦିବସିୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଧର୍ମଗଡ଼ ଚମ୍ପିୟାନ

କୋକସରା, (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବଡ଼ଟେମରୀ ଠାରେ ନେକ୍ସଟଜେନେରେସନ ୟୁଥ କ୍ଳବ ଆନୁକୂଲ୍ୟରେ ପଞ୍ଚଦିବସିୟ ଫୁଟବଲ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଫାଇନାଲ ଖେଳ ଧର୍ମଗଡ଼ ବନାମ ବଗାଡ଼ ମଧ୍ୟରେ ହୋଇଥିଲା। ଏଥିରେ ପେନାଲଟି କିକ ରେ ଧର୍ମଗଡ଼ ଦଳ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା। ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଗୌତମ ବିହାରୀ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବଡ଼ ଟେମରୀ ସରପଞ୍ଚ ପ୍ରତିନିଧି ସରୋଜ ସିଂ, ନବକିଶୋର ସିଂ, ଧନବଳ ଶବର, ଜୟନ୍ତ ପଟେଲ, ନୀଳକଣ୍ଠ ଶବର, ଲିଙ୍ଗରାଜ ବାଗ, ସୁଧୀର ପଣ୍ଡା ଯୋଗ ଦେଇ ଉଭୟ ଦଳକୁ ଉତ୍ସାହିତ କରିଥିଲେ।


ଖେଳର ପ୍ରତ୍ୟକ୍ଷ ଧାରା ବିବରଣୀ ଭାଷ୍ୟକାର ହେମନ୍ତ ପଳସିଆ ପ୍ରଦାନ କରିଥିବା ବେଳେ ତାପସ ରଞ୍ଜନ ଦାସ ଖେଳ ପରିଚାଳନା କରିଥିଲେ। ରାଜୁ ଶବର ଓ ଭୂପେନ ଗୋପାଳ ଲାଇନ୍ସ ମେନ ଭାବେ ସହଯୋଗ କରିଥିଲେ।ନେକ୍ସଟ ଜେନେରେସନ ୟୁଥ କ୍ଳବର ସଭାପତି ଅଶ୍ୱିନ ଶବର, ସମ୍ପାଦକ ହିମାଂଶୁ ରାଉତ, କୋଷାଧ୍ୟକ୍ଷ ନୃସିଂହ ପଳସିଆ, ଡିଙ୍ଗର ପଟେଲ, ଋଷିମଣୀ ଶବର, ତ୍ରିନାଥ ପାନ, ନିରଞ୍ଜନ ଶବର, ବିଜୟ ଶବର, କୁମୁଦ ନାଏକଙ୍କ ସହ ଅନୁଷ୍ଠାନର ସମସ୍ତ ସଭ୍ୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.