‘ସାଂପ୍ରତିକ ସାହିତ୍ୟର ବିବିଧ ଦିଗନ୍ତ’ ଆଲୋଚନା ଚକ୍ର ଉଦଯାପିତ

ଭୁବନେଶ୍ୱର: ଫକୀରମୋହନ ଫାଉଣ୍ଡେସନ, ନୂଆ ଦିଲ୍ଲୀ ଓଡ଼ିଶା ଶାଖା ଏବଂ କାନ୍ସା କଲଚରାଲ ସେଣ୍ଟର, ଟରୋଣ୍ଟୋ, କାନାଡ଼ାର ମିଳିତ ସହଯୋଗରେ ଦଶଦିବସୀୟ ଅନ୍ତର୍ଜାତୀୟ ୱେବିନାର ୨୦ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଡ. ରବୀନ୍ଦ୍ର କୁମାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉଦଯାପନୀ ପର୍ବରେ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ଦାଶ ଗବେଷଣାର ସଠିକ୍ ଦିଗ ଓ ମାର୍ଗ ବିଷୟରେ ବିଷଦ ଆଲୋଚନା କରିଛନ୍ତି । ସଭାପତିତ୍ବ ଏବଂ ସଂଯୋଜିକା ଥିଲେ ଯଥାକ୍ରମେ ଫକୀରମୋହନ ଫାଉଣ୍ଡେସନ ନୂଆ ଦିଲ୍ଲୀର ମ୍ୟାନେଜିଂ ଟ୍ରଷ୍ଟି ଡକ୍ଟର ମନିକା ଦାସ ଏବଂ କାନ୍ସା କଲଚରାଲ ସେଣ୍ଟର ଟରୋଣ୍ଟୋ କାନାଡ଼ାର ମହାନିର୍ଦ୍ଦେଶିକା ଡକ୍ଟର ସୁନନ୍ଦା ମିଶ୍ର ପଣ୍ଡା । ପ୍ରତ୍ୟେକ ୱେବିନାରର ଆରମ୍ଭରେ ଫକୀରମୋହନଙ୍କ କବିତାକୁ ନିଜର ସୁମଧୁର କଣ୍ଠରେ ଗାନ କରୁଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ଅନିନ୍ଦୀତା ଦାସ । ଏହି ଦଶଦିବସୀୟ ଅନ୍ତର୍ଜାତୀୟ ୱେବିନାରରେ ବିଭିନ୍ନ ଦିବସରେ ସଭାପତିତ୍ବ କରିଥିଲେ ଯଥାକ୍ରମେ ଡକ୍ଟର ହିରଣ୍ମୟୀ ମିଶ୍ର, ଡ. ସନ୍ତୋଷ କୁମାର ରଥ, ଡ. ଆଲୋକ ବରାଳ, ପ୍ର. ଡ ତନ୍ମୟ ପଣ୍ଡା (କାନାଡ଼ା), ଡକ୍ଟର କ୍ଷୀରୋଦ କୁମାର ବେହେରା, ଅବସରପ୍ରାପ୍ତ ଅଧ୍ୟାପକ ଡକ୍ଟର ଦିଲ୍ଲୀପ କୁମାର ସ୍ବାଇଁ, ପ୍ରଫେସର ଉଦୟନାଥ ସାହୁ (ଜେଏନୟୁ), ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ଡ ଦେବାଶିଷ ପାତ୍ର, ଡକ୍ଟର ହରିଶ୍ଚନ୍ଦ୍ର ବେହେରା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଦୀର୍ଘ ଦଶ ଦିନ ବ୍ୟାପି ଗବେଷଣା ପତ୍ର ଉପସ୍ଥାପନ କରିଥିବା ଗବେଷକ ଗବେଷିକାମାନେ ହେଲେ ଯଥାକ୍ରମେ ପ୍ରତୀଚୀ ନନ୍ଦ, ଡ. ମନୋରମା ନାଏକ, ଉତ୍କଳିକା ଭାରତୀ କାହାଳି,ପିଚ୍.ଡି., ଓଡ଼ିଆ ବିଭାଗ, ବିଶ୍ଵଭାରତୀ ଶାନ୍ତିନିକେତନ, ଖଗେଶ୍ବର ମେହେର, ଅଶୋକ କୁମାର ନାଏକ, ବିଶ୍ଵନାଥ ସାହୁ, ପ୍ରୋଜିତା ଗିରି (ଯାଦବପୁର ୟୁନିଭର୍ସିଟି), ନିଖିଲେଶ ମିଶ୍ର (ସତ୍ୟଜିତ୍ ରାୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ପ୍ରତିଷ୍ଠାନ), ଡ. ମୁନ୍ ମୁନ୍ ଘୋଷ, କୋଲକାତା, ରୋଶନ ସାହୁ, ଦିନେଶ ଅଗ୍ରୱାଲ, ଆଲୋକ ରଞ୍ଜନ ଷଡ଼ଙ୍ଗୀ, ଡକ୍ଟର ସନ୍ତୋଷ କୁମାର ନାୟକ, ଡକ୍ଟର ଶ୍ରୀକାନ୍ତ କୁମାର ବାରିକ, ବର୍ଷାରାଣୀ ଗଜେନ୍ଦ୍ର, କୀର୍ତ୍ତିକଳ୍ପିତା ସିଂହ, ପ୍ରମିଳା ପାତ୍ର, ନିହାର ରଞ୍ଜନ ପାତ୍ର, ଡକ୍ଟର ଅଭିମନ୍ୟୁ ବଗର୍ତ୍ତି, ତରୁଣ ସା, ବାଲ୍ମୀକି କରୁଆଁ, ମମତା ସାହୁ, ପ୍ରତ୍ୟାଶା ଧଳ, ଅଭିମାନୀ ପ୍ରିୟଦର୍ଶିନୀ ବ୍ରହ୍ମ, ପ୍ରତୀକ୍ଷା ପ୍ରିୟଦର୍ଶିନୀ, ଡ. ଅଜିତ କୁମାର ଦାଶ, ସତ୍ୟଜିତ ଦାସ, ଶାନ୍ତି ସୋରେନ୍(ପ୍ରେସିଡେନ୍ସି), ବେବିନା ଦାସ । ୱେବିନାରରେ କବି ଫନୀ ମହାନ୍ତି, ସୌଭାଗ୍ୟବନ୍ତ ମହାରଣା, କବି ରକ୍ଷକ ନାୟକ, ରଶ୍ମିତା ତ୍ରିପାଠୀ, ପ୍ରମୋଦିନୀ ଜେନା, ଦିଗମ୍ବର ଗିରି ଏବଂ ଶହେ ଷାଠିଏରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ନିୟମିତ ଭାବେ ଯୋଗ ଦେଉଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.