ଗାନ୍ଧୀ ଜୟନ୍ତୀ ଅବସରରେ ଭାନପୁର ଓ ସର୍ଗିଗୁଡା ପଞ୍ଚାୟତରେ ଗ୍ରାମସଭା

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର ): ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ । ସାରା ଦେଶ ଆଜି ମହାତ୍ମାଙ୍କର ଜନ୍ମ ଜୟନ୍ତୀ ପାଳନ କରୁଛି । ଏହି କ୍ରମରେ ଆଜି ଆମ ରାଜ୍ୟ ଓଡିଶାର ପ୍ରତ୍ୟେକ ବ୍ଲକ ଓ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ସରକାରୀ ସ୍ତରରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇ ଯାଇଛି । ଏହି କ୍ରମରେ ନର୍ଲା ବ୍ଲକ ର ଭାନପୁର ଓ ସର୍ଗିଗୁଡା ଗ୍ରାମ ପଂଚାୟତରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମ ସଭା ଅନୁଷ୍ଠିତ ହୋଇ ବିଭିନ୍ନ ପ୍ରକଳ୍ପ ଗୁଡିକ ଅନୁ ମୋଦିତ ହୋଇ ଯାଇଛି ।

Omkar Vasthu
Omkar Vasthu


ଭାନପୁର ଗ୍ରାମ ପଞ୍ଚାୟତରେ ସରପଞ୍ଚ ଧିରଜ ପଧାନ ଗାନ୍ଧିଜୀଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଓ ଧୂପ ଦୀପ ଦେଇ ପୂଜା କରି ସାରିବା ପରେ ଗ୍ରାମସଭା ଆରମ୍ଭ ହୋଇଥିଲା । ସରପଞ୍ଚ ଶ୍ରୀ ପଧାନ ସ୍ୱାଗତ ଭାଷଣ ଦେବା ସହ ଗ୍ରାମ ସଭାର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ । କାର୍ଯ୍ୟକ୍ରମ କୁ ଜିଆରଏସ କେଦାର ପରିଚାଳନା କରିଥିଲେ । ପର୍ଯ୍ୟବେକ୍ଷକ ଭାବରେ ଡିଆରଡିଏ ମନରେଗା ପ୍ରକଳ୍ପ ସଂଯୋଜିକା ପାର୍ବତୀ ପଟ୍ଟନାୟକ ଯୋଗଦାନ କରି ମାନେଗାର ଗାଇଡ଼ ଲାଇନ ବିଷୟରେ ବୁଝାଇଥିଲେ । ଅନ୍ୟ ଅଧିକାରୀ ମାନଙ୍କ ମଧ୍ୟରେ ଭାନପୁର ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର, ଭେଟେନାରୀ ଅଧିକାରୀ ଶ୍ରୀ ମିଶ୍ର, ଯୋଗାଣ ସହାୟକ ଶମ୍ଭୁ ହାତୀ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ଜଳାଶୟ ପଙ୍କ ଉଦ୍ଧାର କାର୍ଯ୍ୟକ୍ରମ, କିଚେନ ଗାର୍ଡେନ, ମନରେଗା ଯୋଜନାରେ ରାସ୍ତା ନିର୍ମାଣ, ଫାର୍ମ ପଣ୍ଡ ନିର୍ମାଣ ପାଇଁ ଉପଭୋକ୍ତା ଚୟନ କରାଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna

ସେହିଭଳି ସର୍ଗିଗୁଡା ଗ୍ରାମ ପଂଚାୟତରେ ମଧ୍ୟ ସରପଞ୍ଚ ନରସିଂହ କୁମାରଙ୍କ ଅଧ୍ୟକ୍ଷତାରେ ଗ୍ରାମସଭା ଅନୁଷିତ ହୋଇଥିବା ବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅରବିନ୍ଦ ବିଶ୍ୱାଳ କାର୍ଯ୍ୟକ୍ରମ ପ୍ରଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସରପଞ୍ଚ ଶ୍ରୀ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.