କୋକସରା, (ହିରଣ୍ୟ ବେହେରା): ଧର୍ମଗଡ ବ୍ଲକ ତରାପୁର ପଞ୍ଚାୟତ ଅଧିନସ୍ଥ ଇଚ୍ଛାପୁର (ଗଞ୍ଜିଆଗୁଡା) ଠାରେ ମଟ୍ରିଆ ପୂଝାରୀ ବାଘ ବଂଶର କାରିଗରୀ ମାନଙ୍କ ଦ୍ୱାରା ନବ ନିର୍ମିତ ମାଁ ମଟ୍ରାଣି ମନ୍ଦିରର ରତ୍ନମୁଦ ସ୍ଥାପନ ହୋଇଯାଇଛି। ଏହି ସ୍ଥାପନ ଉତ୍ସବରେ ବିଭୁତି ପୁଝାରୀ, ମହେନ୍ଦ୍ର ପୁଝାରୀ, ବୃନ୍ଦାବନ ପୁଝାରୀ, ତୋଫାନ ପୁଝାରୀ, ଟୋପିଚନ ପୁଝାରୀ, କ୍ଷୀରଦୀପ ପୁଝାରୀ, ଅର୍ଜୁନ ପୁଝାରୀ, ଇନ୍ଦ୍ର ପୁଝାରୀ, ନୀଳାମ୍ବର ପୁଝାରୀ, ହେମନ୍ତ ପୁଝାରୀ, ଜୟରାମ ପୁଝାରୀ, ମୁରଲୀଧର ପୁଝାରୀ, ଭୁଜବଳ ପୁଝାରୀ, ଚକ୍ର ପୂଝାରୀ ଚାରଵାହାଳ ସରପଞ୍ଚ ପ୍ରତିନିଧି ମିନିକେତନ ଦଳପତି ଉପସ୍ଥିତ ଥିଲେ।
ପରେ ପରେ ଉପସ୍ଥିତ ସମସ୍ତ ବଂଶଧାରୀ ଓ ବନ୍ଧୁ ବାନ୍ଧବଙ୍କୁ ନେଇ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ୧୨ ତାରିଖ ଦିନ ମଙ୍ଗଳବାର ଦିନ ମଟ୍ରାଣି ମନ୍ଦିର ପ୍ରତିଷ୍ଠା କରିବା ପାଇଁ ସଭାରେ ନିଷ୍ପତି ନେଇଥିଲେ।