ଦେବୀ ଦୁଆରସୁନୀଙ୍କ ନବଦିନାତ୍ମକ ପୂଜା ଓ ଝାଞ୍ଜିମଡ଼ା ଯାତ୍ରା

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଆଜି ବିଜୟା ଦଶମୀର ଶୁଭ ଅବସରରେ ମାଁ ଦୁଆରସୁନୀଙ୍କ ଝାଞ୍ଜିମଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବଲବସପୁର ଶଗରପଡା ଠାରେ ଦେବୀ ଦୁଆରସୁନୀଙ୍କ ନବଦିନାତ୍ମକ ଯାତ୍ରାର ଆଜି ଶେଷ ଦିବସରେ ଏହି ଝାଞ୍ଜିମଡା ପର୍ବ ଆୟୋଜିତ ହୋଇଥିଲା। ଦେବଗିରି ବୁଢିପଦରର ଅନିତି ଦୂରରେ ଥିବା ଏହି ଶକ୍ତିପୀଠରେ ଦୁଆରସୁନୀଙ୍କ ସହ ମାନେକସରୀ, ଜେନା ବୁଢା, ଭଏଁରୋ, ଚଣ୍ଡି, ସମଲେଇ ଆଦି ପୂଜିତ ହୋଇଥାନ୍ତି। ନବଦିନାତ୍ମକ ଯାତ୍ରାରେ ଏହି ଦେବାଦେବୀ ମାନେ ନଗ୍ର ଭ୍ରମଣ କରି ଭକ୍ତଙ୍କ ଦୁଃଖ ହରଣ କରିଥାନ୍ତି। ଦିର୍ଘ ୯ ଦିନଧରି ଦେବତାମାନଙ୍କ ବିଭିନ୍ନ ରୀତିନୀତି ଚାଲିବାସହ ଦଶହରା ଦିନ ଦୁଆରସୁନୀ ଦେବୀ ନିଆଁରେ ଚାଲି ନିଜର ଶକ୍ତି ପରିକ୍ଷା ଦେଇଥାନ୍ତି। ଏହି ଅବସରରେ ଦେବୀ କଣ୍ଟା ଦୋଳିରେ ବସି ଭକ୍ତଙ୍କ ହାରିଗୁହାରି ଶୁଣିଥାନ୍ତି।

Omkar Vasthu
Omkar Vasthu


ଦେବଗିରିର ପ୍ରାଚୀନ ସଂସ୍କୃତି ଭିନ୍ନ ପ୍ରକାରର ହୋଇଥିବାରୁ ଦେବୀ ଦୁଆରସୁନୀଙ୍କ ଯାତ୍ରା ଓ ସେବାପୂଜା କେବଳ ଡମ୍ବ ସଂପ୍ରଦାୟଙ୍କ ଦ୍ବାରା ସଂପନ୍ନ ହୋଇଥାଏ। ତେବେ ଯାତ୍ରା ଦେଖିବାକୁ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇଥାନ୍ତି। ଦେବୀ ଦୁଆରସୁନୀ ଏକ ପ୍ରତ୍ୟକ୍ଷ ଦେବତା। ଦେବୀଙ୍କ ରୀତିନୀତି ଅଭିଚାର ତନ୍ତ୍ର ଧାରାରେ ପରିଚାଳିତ ହୋଇଥାଏ। ଅଭିଷ୍ଟ ପୁରଣହେଲେ ଭକ୍ତମାନେ ତାଙ୍କୁ ତାଙ୍କୁ ବଳିଭୋଜା ଦେଇ ସନ୍ତୁଷ୍ଟ କରିଥାନ୍ତି।

Pearl dental clinic
Near Ashish Medical Store, Bhawanipatna


କିମ୍ବଦନ୍ତୀ ଅନୁସାରେ ମା ମାନେକସରୀଙ୍କ ଦ୍ବାର ଜଗୁଥିବା ଦେବୀ ଦୁଆରସୁନୀ ନିଜର ଏକ ସ୍ବତନ୍ତ୍ର ଯାତ୍ରା କରିବାର ଆଶା ପୋଷଣ କରିବାରୁ ଅଶ୍ବିନ ଦଶମୀ ତିଥିରେ ତାଙ୍କର ଝାଞ୍ଜିମଡାର ଆୟୋଜନ କରାଯାଇଥିଲା। ଏହା ପୂର୍ବରୁ ଦେବଗିରି ନିକଟବର୍ତ୍ତୀ ଅର୍ଜୁନ ଗାଁର ବାରମୁନୀ, ବୁଢିପଦର ମାନେକସରୀ, ରାକ୍ସି ଓ ବଲବସପୁରର ଭୈରବ ଦେବତାମାନଙ୍କ ଯାତ୍ରା ସମାପନ ହୋଇଯାଇଥାଏ। ପରିଶେଷରେ ଦେବୀ ଦୁଆରସୁନୀଙ୍କ ଝାଞ୍ଜିମଡା ଆୟୋଜିତ ହୋଇଥାଏ।

Udyog Nursery
Udyogi Nursery


୨୦ ବର୍ଷ ତଳେ ସାମ୍ବାଦିକ ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ପ୍ରଚେଷ୍ଟାରେ ନିର୍ମିତ ହୋଇଥିବା ମନ୍ଦିରରେ ଦେବୀ ଦୁଆରସୁନୀଙ୍କ ସମେତ ମାନେକସରୀ, ଜେନା ବୁଢା, ଭଏଁରୋ, ଚଣ୍ଡି, ସମଲେଇ ଆଦି ପୂଜା ପାଇଥାନ୍ତି। ପୂର୍ବରୁ ଦୁଆରସୁନୀ ମୁକ୍ତାକାଶ ତଳେ ରହି ପୂଜା ପାଉଥିଲେ। ଦିଆରି ମୋହନ ହରିଜନଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ ନବଦିନାତ୍ମକ ଯାତ୍ରାରେ ଘନ ତାଣ୍ଡି, ଆଶାରାମ ବେନିଆ, ଲଲିତ ବେନିଆ, ଗାଁ ବୁଲୁ ହରିଜନ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.