ଧରା ପୃଷ୍ଠରୁ ବିଦାୟ ନେଲେ ଜଗଜ୍ଜନନୀ, ପୁଣି ଆର ବର୍ଷକୁ ଅପେକ୍ଷା

କଳାହାଣ୍ଡି,(ଲିଙ୍ଗରାଜ ମିଶ୍ର): ପବିତ୍ର ବିଜୟା ଦଶମୀ ଦିନ ପୂର୍ଣ୍ଣାହୂତି ପରେ ସାରା ରାଜ୍ୟରେ ଦୁର୍ଗପୂଜା ସମାପନ ହୋଇଛି । କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳର ୧୦ ଗୋଟି ସ୍ଥାନରେ ଦୁର୍ଗପୂଜା ଅନୁଷ୍ଠିତ ହୋଇଥିଲା । ତନ୍ମଧ୍ୟରୁ ନର୍ଲାରୋଡ ଓ ରୁପ୍ରାରୋଡରେ ନବରାତ୍ରୀ ଦୁର୍ଗାପୂଜା ଚାଲିଥିଲା । ରୁପ୍ରାରୋଡ ଓ ନର୍ଲାରୋଡର ଦୁର୍ଗାପୂଜା ବହୁ ପୁରାତନ । ଚଳିତ ବର୍ଷ ରୁପ୍ରାରୋଡ ଦୁର୍ଗାପୂଜା ୬୧ ବର୍ଷରେ ପଦାର୍ପଣ କରିଥିବାବେଳେ ନର୍ଲାରୋଡ ଦୁର୍ଗାପୂଜାକୁ ୫୪ ବର୍ଷ ପୂର୍ତ୍ତି ହୋଇଛି । ଅଞ୍ଚଳବାସୀ ସମସ୍ତଙ୍କ ମନରେ ଏନେଇ ନୂତନ ଉତ୍ସାହ ଓ ଉଦ୍ଦିପନା ଦେଖାଦେଇଛି । ଚଳିତ ବର୍ଷ ନର୍ଲାରୋଡ ଓରୁପ୍ରାରୋଡ ନବରାତ୍ରୀ ଦୁର୍ଗାପୂଜା କରୋନା କଟକଣା ପାଳିତ ହୋଇଥିଲା ।

Omkar Vasthu
Omkar Vasthu


ଆଜି ବିଜୟା ଦଶମୀ ଦିନ ପୂର୍ଣ୍ଣାହୂତି ସହ ମଣ୍ଡପରେ ଦେବୀଙ୍କ ଘଟ ବିସର୍ଜନ ହୋଇଥିଲା । ଅପରାହ୍ନ ୪ ରୁ ୫ ଟା ବେଳେ ମୂର୍ତ୍ତି ଗୁଡିକ ମଧ୍ୟ ବିସର୍ଜନ କରାଯାଇଥିବା ଦେଖିବାକୁ ମିଳିଥିଲା । ଆସନ୍ତା କାଲି ପାଞ୍ଜିରେ ବିସର୍ଜନ ପାଇଁ ଲଗ୍ନ ରହିଥିବା ଉଲ୍ଲେଖ ରହିଥିଲେ ମଧ୍ୟ ଶନିବାର ପଡୁଥିବାରୁ ମୂର୍ତ୍ତି ବିସର୍ଜନ ଶାସ୍ତ୍ରମତେ ନିସିଦ୍ଧ ରହିଛି । ଏଣୁ ନର୍ଲାରୋଡର ଦେବୀ ଦୁର୍ଗାଙ୍କ ସମେତ ପାର୍ଶ୍ୱ ଦେବତା ଗଣେଶ, ଲକ୍ଷ୍ମୀ, ସରସ୍ୱତୀ ଓ କାର୍ତ୍ତିକେଶ୍ୱର ବାବାଙ୍କ ମୂର୍ତ୍ତି ବିସର୍ଜନ ଆଜି ସମ୍ପନ୍ନ ହୋଇଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଆଜି ଅପରାହ୍ନ ୪ ଘଣ୍ଟା ସମୟରେ ନର୍ଲାରୋଡ ଦୁର୍ଗାପୂଜା କମିଟିର ସଭାପତି ହମେଶ କୁମାର ଜୈନ ଓ ଉପସଭାପତି ବିମଲ କୁମାର କେଡିଆଙ୍କ ଅଧ୍ୟକ୍ଷତାରେ ସାଧାରଣ ସମ୍ପାଦକ ଅମର ରାଉତ, କୋଷାଧ୍ୟକ୍ଷ ରାଜା ପରିଡା, ଭଣ୍ଡାର ଗୃହ ରକ୍ଷକ ତଥା କର୍ତ୍ତା ଜହରଲାଲ ବିଶ୍ୱାଳ, ବରିଷ୍ଠ ସଦସ୍ୟ ବାବୁଲା ରାଉତ, ରାଜୀନ ସାହୁ, ଟୁଲୁ ଓଝା, ବିନାୟକ ମହନ୍ତ ପ୍ରମୁଖ ଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ମୂର୍ତ୍ତି ସବୁକୁ ଖୋଲାଗାଡିରେ ରଖି ଏକ ଶାନ୍ତିପୂର୍ଣ୍ଣ ପଟୁଆରରେ କୋଭିଡ କଟକଣା ମଧ୍ୟରେ ସର୍ଗିଗୁଡା, ଶିଶୁ ମନ୍ଦିର ଛକ, ନର୍ଲାରୋଡ, ଉଲିସିର୍କା, ବାଙ୍କେଲ ପ୍ରଭୃତି ସ୍ଥାନକୁ ପରିକ୍ରମା କରିବା ସହିତ ପାଣିମୁଣ୍ଡା ପରିଡା ପୋଖରୀକୁ ନେଇ ବିସର୍ଜନ କରିଥିଲେ ।


ସେହିଭଳି ରୁପ୍ରାରୋଡ ଦୁର୍ଗା ମୂର୍ତ୍ତି ମଧ୍ୟ ଆଜି ବିସର୍ଜନ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ନର୍ଲାରୋଡ ଏବଂ ରୁପ୍ରାରୋଡ ନବରାତ୍ରୀ ଦୁର୍ଗାପୂଜାକୁ କୋଭିଡ ଗାଇଡଲାଇନ ମଧ୍ୟରେ ସଫଳତାର ସହିତ ପରିଚାଳନା କରିବାରେ ଅଞ୍ଚଳବାସୀଙ୍କ ଆକୁଣ୍ଠ ସାହାଯ୍ୟ ସହେଯାଗ ରହିଥିବାରୁ ଅଞ୍ଚଳବାସୀଙ୍କୁ ନର୍ଲାରୋଡ ଦୁର୍ଗାପୂଜା କମିଟି, ରୁପ୍ରାରୋଡ ଦୁର୍ଗାପୂଜା କମିଟି ଧନ୍ୟବାଦ ଅର୍ପଣ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.