ଚାଷ ପାଇଁ ପାଣି ଦାବିରେ ରାସ୍ତା ଅବରୋଧ ଘଟଣା: ପ୍ରତିଶୃତି ପରେ ହଟିଲେ ଚାଷୀ

କୋକସରା/ଜୟପାଟଣା, (ହିରଣ୍ୟ ବେହେରା): କୃଷି କ୍ଷେତ୍ରକୁ ପାଣି ଯୋଗେଇଦେବାର ଦାବି ନେଇ ଗୁନୁଗୁନିଆ ଠାରେ ଆଜି (ବୁଧବାର) ମୋଟେର -ମୂଖିଗୁଡା ରାଜରାସ୍ତା ଅବରୋଧ କରିଥିଲେ ଚାଷୀ। ଦୀର୍ଘ ସମୟଧରି ରାସ୍ତା ଅବରୋଧ ହୋଇଥିବାରୁ ପଥଚାରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରାସ୍ତାର ଦୁଇ ପାର୍ଶ୍ଵରେ ଶହ ଶହ ଜାନବାହାନ ଅଟକି ରହିଥିଲା। ପରେ ପ୍ରଶାସନର ପ୍ରତିଶୃତି ପରେ ହଟିଛି ରାସ୍ତାରୋକ। ଚଳିତ ରବି ଋତୁ ପାଇଁ ଇନ୍ଦ୍ରାବତୀ ପ୍ରକଳ୍ପ କର୍ତୃପକ୍ଷଙ୍କ ନିଷ୍ପତିରେ ଅସନ୍ତୁଷ୍ଟ ପ୍ରକାଶ କରି ୧୩ ଗୋଟି ପାଣି ପଞ୍ଚାୟତର ଚାଷୀ ମାନେ ୨୫ କିମି ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟାରି ପର୍ଯ୍ୟନ୍ତ ପାଣି ଦାବିରେ ରାଜ ରାସ୍ତା ଅବରୋଧ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Omkar Vasthu
Omkar Vasthu

ସୂଚନା ଅନୁସାରେ ଚଳିତ ବର୍ଷ ୬୩୧.୫୦ ଜଳସ୍ତର ଗଛିତ ଥାଇ ଡାହାଣ କେନାଲକୁ ସମ୍ପୂର୍ଣ ବନ୍ଦ କରାଯାଇଥିବା ବେଳେ ବାମ କେନାଲର ୨୫ କିମି ପର୍ଯ୍ୟନ୍ତ ଚାଷୀଙ୍କୁ ପାଣି ଦେବା ପାଇଁ ଜୋର ଧରିଥିଲା। ପୂର୍ବରୁ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ମୂଖିଗୁଡା ଓ ନିର୍ବାହୀ ଯନ୍ତ୍ରୀ କୁସୁମଖୁଣ୍ଟି ପତ୍ର ମାଧ୍ୟମରେ ଡ୍ୟାମରେ ଅଳ୍ପ ପାଣି ଥିବା ଯୋଗୁଁ ୭ କିମି ପର୍ଯ୍ୟନ୍ତ ଜଲଯୋଗାଣ ପାଇଁ ନିଷ୍ପତି ନେଇଥିଲେ। ଏଥିରେ ଅସନ୍ତୁଷ୍ଟ ପ୍ରକାଶ କରି ଚାଷୀମାନେ ରାସ୍ତା ଅବରୋଧ କରି ନିଜ ଜିଦରେ ଅଡ଼ି ବସିଥିଲେ। ସୂଚନା ପାଇ କୁସୁମଖୁଣ୍ଟି ନିର୍ବାହୀ କନିଷ୍ଠ ଯନ୍ତ୍ରୀ କଳାକାର ବାଗ ବିକ୍ଷୋଭ ସ୍ଥଳରେ ପହଞ୍ଚି ଜଳ ଯୋଗାଣ ପାଇଁ ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ଓ ଯାତାୟାତ ସ୍ୱାଭାବିକ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.