କେସିଙ୍ଗା ସାମ୍ବାଦିକ ମହାସଙ୍ଗ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

କେସିଙ୍ଗା, (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ଅଗ୍ରସେନ ଭବନ ଠାରେ ୫୫ତମ ଜାତୀୟ ପ୍ରେସ ଦିବସ ମହାସମାରୋହ ପାଳିତ ହୋଇ ଯାଇଛି। ପ୍ରଥମ ପର୍ଯ୍ୟାୟରେ ସକାଳ ୯ଘଣ୍ଟା ସମୟରେ “କେସିଙ୍ଗା ବିକାଶ କେତେଦୂର” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu


ଏହି ଆଲୋଚନା ଚକ୍ରରେ ସମାଜ ସେବୀ ମନୋଜ ପଟ୍ଟନାୟକ, ହାତୀଖୋଜ ସମିତି ସଭ୍ୟ ଜିତ ସାହୁ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଉମାକାନ୍ତ ସାହୁ, ଚାଷୀ କେଶବ ଚନ୍ଦ୍ର ଭୋଇ, ପୂର୍ବତନ ନଗରପାଳ ରାମ କୁମାର ଜୈନ, ପ୍ରମୂଖ ଏହି ଆଲୋଚନା ଚକ୍ରରେ ସାମିଲ ହୋଇ ବିଭିନ୍ନ ସମସ୍ୟା ଉପରେ ନିଜସ୍ୱ ମତପ୍ରକାଶ କରିଥିଲେ।

Pearl dental clinic
Near Ashish Medical Store, Bhawanipatna


କେସିଙ୍ଗା ବ୍ଳକ ର ବିଭିନ୍ନ ଅଞ୍ଚଳରୁ ଶତାଧିକ ଚାଷୀ, ବୁଦ୍ଧିଜୀବୀ, ସରପଞ୍ଚ, ସମାଜସେବକ ଯୋଗ ଦେଇ କେସିଙ୍ଗା ବିକାଶ କ୍ଷେତ୍ରରେ କେତେ ଦୂର ଯଥା ରାସ୍ତା ଘାଟ, ଆଡ଼ିବନ୍ଧନିର୍ମାଣ, ଜଳସେଚନ ର ସୁବିଧା, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଗମନାଗମନ, କେସିଙ୍ଗା ହସ୍ପିଟାଲରେ ଡାକ୍ତର ପଦବୀ ଖାଲି, ଜିନିଙ୍ଗ ପ୍ଲାଣ୍ଟ ନିର୍ମାଣ, ଆନିକଟ ନିର୍ମାଣ, କେସିଙ୍ଗା ଏନଏସି କୁ ମୁନସିପାଲଟି କରିବା ପାଇଁ ଦାବି, ଆଦି ବିଷୟରେ ସଂକ୍ଷିପ୍ତ ବିବରଣୀ ପ୍ରଧାନ କରିଥିଲେ।

Udyog Nursery
Udyogi Nursery


ଏହି ୫୫ତମ ଜାତୀୟ ପ୍ରେସ ଦିବସର ଦ୍ଵିତୀୟ ଅଧିବେଶନ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲା ଆରକ୍ଷୀ ଅଧିକ୍ଷକ ଡା. ବିବେକ ଏମ୍, ଜାତୀୟ ପ୍ରେସ ଦିବସ ଉପରେ ସମ୍ୟକ ଧାରଣା ଦେଇଥିଲେ। ଏଥିରେ ଵିଶିଷ୍ଠ ଅତିଥି ଭାବେ କେସିଙ୍ଗା ଏସଡ଼ିପିଓ ଏସ. ଶୁଶ୍ରୀ,ସମ୍ମାନିତ ଅତିଥି ଏନ ଏ ସି ର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ପିର୍ବତନ ନଗରପାଳିକା ପ୍ରତିଭା ଚୋଧୁରୀ ପ୍ରମୁଖ ମଞ୍ଚସିନ ହୋଇଥିଲେ।

ଏହି ଉପଲକ୍ଷେ ମ.ରାମପୁରର ହେମନ୍ତ ସାହୁଙ୍କୁ ଶ୍ରେଷ୍ଠ ସମ୍ବାଦିକ ଭାବେ ଉପଢୌକନ ଓ ମାନ ପତ୍ର ଦେଇ ସମ୍ମାନିତ କରା ଯାଇଥିଲା। ସେହିପରି କାଣ୍ଡେଲ ଗ୍ରାମର ଶ୍ରେଷ୍ଠ ସଫଳ ଚାଷୀ ଓ ସମାଜ ସେବକ ଭାବେ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇ ଥିଲା। ଉକ୍ତ ସଂଘର ସଭାପତି ସୁଶାନ୍ତ କୁମାର ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ସଭା ସାଙ୍ଗରେ ସଂଘର ସାଧାରଣ ସମ୍ପାଦକ ତୁମେଶ୍ୱର ସାହୁ ଧନ୍ୟବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.