ନିଆରା କାର୍ଯ୍ୟକ୍ରମ: ବିଦ୍ୟାଳୟର ଛାତ୍ରୀ ମୁଖ୍ୟ ଅତିଥି, ଛାତ୍ର ମୁଖ୍ୟବକ୍ତା

● ବାଲ୍ ଗୋପାଲ ସେବାନିକେତନରେ ଶିଶୁ ଦିବସ ପାଳିତ

ଭବାନୀପାଟଣା: ଏକ ନିଆରା ଢଙ୍ଗରେ ବାଲ୍ ଗୋପାଲ ସେବାନିକେତନରେ ଶିଶୁ ଦିବସ ପାଳିତ ହୋଇଯାଇଛି। ବିଶେଷତ୍ୱ ହେଉଛି ଏହି ମଞ୍ଚ କାର୍ଯ୍ୟକ୍ରମରେ କୈାଣସି ବୟସ୍କ ବ୍ୟକ୍ତି ମଞ୍ଚାସୀନ ନଥିଲେ। ଏହି କାର୍ଯ୍ୟକ୍ରମରେ ନେହେରୁ ସେବା ସଂଘ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସିନୀ ଛାତ୍ରୀ ସୁଶ୍ରୀ ମିନିତା ନାଏକ ମୁଖ୍ୟ ଅତିଥି ଭାବରେ, ବନବାସୀ ସେବା ସମିତି ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ ଦଶମ ଶ୍ରେଣୀ ଛାତ୍ର ସଦାଶିବ ଗୌଡ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

Omkar Vasthu
Omkar Vasthu


ଶିଶୁମାନଙ୍କ ଦ୍ୱାରା ଉଦ୍ଘାଟନୀ ସଙ୍ଗୀତ ପରିବେଷଣ ଓ ସମାପନୀ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏଥିରେ ବାଲ୍ ଗୋପାଲ ସେବାନିକେତନର ସ୍କାଉଟ୍ ଟ୍ରଫ୍ ଲିଡର୍ କୁମୁଦଚନ୍ଦ୍ର ମାଝୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲାବେଳେ ଶ୍ରୀମାନ ଯୋଗେନ୍ଦ୍ର ରାଉତ ସଭାର ଅଧ୍ୟକ୍ଷତା କରିଥିଲେ। ମଙ୍ଗଳ ନାଏକ ସମ୍ପୂର୍ଣ୍ଣ ମଞ୍ଚ ପରିଚାଳନା କରିଥିଲେ ଏବଂ ସୁମନ୍ତ ଗୌଡ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ଉତ୍ସବ ପାଳନ ଉପଲକ୍ଷେ ଆୟୋଜିତ ବିଭିନ୍ନ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। କଳାହାଣ୍ଡି ଆର୍ଟ ଫାଉଣ୍ଡେସନ ଏବଂ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ଆୟୋଜିତ “ନ୍ୟାସନାଲ ଚାଇଲ୍ଡ ଆର୍ଟ କଣ୍ଟେଷ୍ଟ୍-୨୦୨୧”ର ” ଡି ” ଗ୍ରୁପ୍ ବେଷ୍ଟ୍ ଅଫ୍ ଇୟର୍ ଆୱାଡ୍ ୱିନର୍ ପୁରଷ୍କାର ହାସଲ କରିଥିବା ବାଲ୍ ଗୋପାଲ ସେବାନିକେତନ ଅନୁଷ୍ଠାନର ଶ୍ରୀମାନ୍ ଟିକଚନ୍ଦ୍ର ଗୌଡଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.