ସୂର୍ଯ୍ୟକାନ୍ତି ଟିଭି ପକ୍ଷରୁ ଅଖିଳଶବ୍ଦ କାର୍ଯ୍ୟକ୍ରମ

ଭବାନୀପାଟଣା: ଓଡ଼ିଶାର ଚର୍ଚ୍ଚିତ ସାହିତ୍ୟିକ ତଥା ଅଧ୍ୟାପକ ସ୍ବର୍ଗତ ଅଖିଳ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଓ ତାଙ୍କର ସ୍ମୃତି ଚାରଣ ପାଇଁ ରାଜ୍ୟସ୍ତରୀୟ ‘ଅଖିଳଶବ୍ଦ’ କାର୍ଯ୍ୟକ୍ରମ ଗୁଗୁଲମିଟ ମାଧ୍ୟମରେ ଆୟୋଜନ କରିଛି ସହିତ୍ୟଭିତ୍ତିକ ୱେବ ଚେନାଲ ସୂର୍ଯ୍ୟକାନ୍ତି ଟିଭି। ସୂର୍ଯ୍ୟକାନ୍ତି ଟିଭିର ମୁଖ୍ୟ ପରିଚାଳକ ଯୁଧିଷ୍ଠିର ମୁଦୁଲିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ମୃତିଚାରକ ଭାବବେ ଡ଼ଃ. ତ୍ରିଲୋଚନ ଜେନା, ଡ଼ଃ. ଯଶୋବନ୍ତ ସାମଲ, ଡ଼ଃ. ଜୟଦେବ ସାହୁ ଓ ଅଧ୍ୟାପକ ପରମେଶ୍ୱର ମୁଣ୍ଡ ଯୋଗଦେଇ ସ୍ବର୍ଗତ ଅଖିଳ ନାୟକଙ୍କ ବହୁମୁଖୀ ସାରସ୍ୱତ ପ୍ରତିଭା ତଥା ଜୀବନାଦର୍ଶ ସମ୍ପର୍କରେ ନିଜର ଅନୁଭୂତିର ବିଗତ ଦିନଗୁଡିକ ସମ୍ପର୍କରେ ପ୍ରକାଶ କରିଥିଲେ ଏବଂ ସ୍ବର୍ଗତ ନାଏକଙ୍କର ମୃତ୍ୟୁ ଓଡ଼ିଆ ସାହିତ୍ୟ ପାଇଁ ଏକ ଅପୂରଣୀୟ କ୍ଷତିବୋଲି ମତ ପ୍ରକାଶ କରିଥିଲେ। ଉପସ୍ଥାପକ ଦକ୍ଷ ସାହୁ ସଭା ପରିଚାଳନା କରିଥିବା ବେଳେ ଉପସ୍ଥାପିକା କାଜଲ ମହାରଣା ଶାନ୍ତି ପାଠ କରିଥିଲେ ଏବଂ ଗୋଟିଏ ମିନିଟ ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାଥନା କରାଯାଇଥିଲା। ଏହି ସଭାରେ ଡା. ଦୀନବନ୍ଧୁ ସାହୁ, ପ୍ରକାଶ ନିଶାଙ୍କ, ଡ଼ଃ.ଅରୁଣ ବେହେରା, ସୁଧୀର ମେହେର,ସୁଧୀର କୁମାର ଧଙ୍ଗଡାମାଝୀ, ଗୀତାଞ୍ଜଳୀ ମହାନ୍ତି, ନଳିନୀ କାନ୍ତ ଦାସ ସ୍ବର୍ଗତ ନାୟକଙ୍କ ସହ ବିତାଇ ଥିବା ଅତୀତକୁ ମନେ ପକାଇ ଥିଲେ ଏବଂ ସ୍ମୃତିଚାରଣ କରିଥିଲେ। କବି ବିରଞ୍ଚି ନାରାୟଣ ମୁଣ୍ଡ,ଡିଲେଶ୍ୱର ରଣା, ନାହେଦା ସହୀନ, ଦୀପ୍ତି ମୁଣ୍ଡ, ସତ୍ୟ ନାୟକ, ଲିପ୍ସା ମହାରଣା, ପ୍ରୀତିମୟୀ ରଥ, ରଶ୍ମିତା ବିଶ୍ୱାଳ, ଶତ୍ରୁଜିତ ମିଶ୍ର, ମିନତୀ ପ୍ରଧାନ, ଝରଣା ପାଢ଼ୀ, ଦେବାନ୍ତକ ରଣା, ଆଶୁତୋଷ ପୁରୋହିତ,ସୁମତି ମୁଣ୍ଡ, ବନଶ୍ରୀ ଦାଶ,କ୍ଷୀରୋଦ ବିଶ୍ୱାଳ,ଅନୁପମା ତାଣ୍ଡି, ବଟକୃଷ୍ଣ ନାୟକ, ଚନ୍ଦନ ପାତ୍ର, ବିଭୁତି ଭୂଷଣ ପ୍ରଧାନ,ସଂଜୀବ କୁମାର ପଣ୍ଡା, ପୁଣ୍ୟଦୀପା ଖମାରୀ, ସାବିତ୍ରୀ ମହାରଣା, ସନ୍ତୋଷ କୁମାର ପ୍ରଧାନ, ଶୁଭମ ତ୍ରିପାଠୀ, ଗୋବିନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ଏହି ଅଭାସି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.