ବ୍ରହ୍ମକୁମାରୀ ସେବାକେନ୍ଦ୍ର ଭବାନୀପାଟଣାରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ

ଭବାନୀପାଟଣା: ସ୍ଥାନୀୟ ପ୍ରଜାପିତା ବ୍ରହ୍ମକୁମାରୀ ସେବାକେନ୍ଦ୍ର ଭବାନୀପାଟଣା ପକ୍ଷରୁ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀକୁ ନେଇ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କ୍ରମରେ ସକାଳେ ସେବାକେନ୍ଦ୍ର ପକ୍ଷରୁ ନିଶାମୁକ୍ତି ଓ କୋଭିଡ ସଚେତନତା ନେଇ ଏକ ରାଲି କରାଯାଇଥିଲା।

ଏଥିରେ ଏନସିସି କମାଣ୍ଡାଣ୍ଟ ଡି. ରବି ଯାଡୁ, ଟାଉନ ଥାନା ଆଇଆଇସି ପ୍ରଦୀପ ଧରୁଆ, ଯୁବଲେଖକ ଡିଲେଶ୍ବର ରଣା ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ସେହିପରି ମଧ୍ୟାହ୍ନରେ ଆୟୋଜିତ ‘ସ୍ବର୍ଣ୍ଣିମ ଭାରତ କି ଔର’ ଆଲୋଚନା ଚକ୍ର ତଥା ମୁଖ୍ୟ ସଂପାନରେ ମୁଖ୍ୟ ଅତିଥି କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜୟ ଶତପଥୀ, ମୁଖ୍ୟ ବକ୍ତା ସବଜୋନ ନିର୍ଦ୍ଦେଶିକା ନିଲମ ଦିଦି, ସମ୍ମାନିତ ଅତିଥି ଯୁବ ଗାଳ୍ପିକ ଡିଲେଶ୍ବର ରଣା, ନବରଙ୍ଗପୁର କେନ୍ଦ୍ରର ନମିତା ଦିଦି ପ୍ରମୁଖ ମଞ୍ଚାସୀନ ଥିଲେ।

 

ଏହି ଅବସରରେ କୁଳପତି ଶ୍ରୀ ଶତପଥୀ, ନିଲମ ଦିଦି ଓ ପ୍ରଧାନମନ୍ତ୍ରୀ ଯୁବ ମେଣ୍ଟରସିପ ପାଇଁ ମନୋନୀତ ଡିଲେଶ୍ବର ରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ୱାଗତ ଭାଷଣ ଦେଇଥିଲେ କଳାହାଣ୍ଡି ଇନଚାର୍ଜ ଶଶୀ ଦିଦି। କାର୍ଯ୍ୟକର୍ତ୍ତା ମାନସ ମହାନ୍ତି ସଭା ପରିଚାଳନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ସୁବାଷ ମହାପାତ୍ର। ଏଥିରେ ଜଗଦୀଶ ମଣ୍ଡଳ, ସୀମାଞ୍ଚଳ ମିଶ୍ର, ମହେନ୍ଦ୍ର ପଣ୍ଡାଙ୍କ ସମେତ ସେବାକେନ୍ଦ୍ରର ସମସ୍ତ ବ୍ରହ୍ମକୁମାରୀ ଓ ଉପସ୍ଥିତ ସମସ୍ତେ ସହଯୋଗ କରିଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.