କଟକ, (ଶ୍ରୀକାନ୍ତ ବେଉରା): କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ୪୨ମୌଜ଼ା ଶାଖା ତରଫରୁ ଦଧିବାମନପୁର ପଞ୍ଚାୟତ ବହଳପଡା ଗ୍ରାମରେ ପରିଷଦର ଶୀତଦିନିଆ ସେବା କାର୍ଯ୍ୟକ୍ରମ ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆହ୍ବାନ କ୍ରମେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କମଳ ବଣ୍ଟନ ସହ ଜନ ସାଧାରଣ ମାନଙ୍କୁ କରୋନା ସଚେତନତା ବାର୍ତ୍ତା ପ୍ରଚାର ଏବଂ ତୁଣ୍ଡି ବଣ୍ଟନ କରାଯାଇଛି । କୃଷକ ନେତା ଦେବୀ ପ୍ରସାଦ ପତିଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କର ଅବସର ପ୍ରାପ୍ତ ଡାରେକ୍ଟର ଓ ରୋଟାରୀ କ୍ଲବର ସଭାପତି ପ୍ରଦୀପ କୁମାର ମହାନ୍ତି ଅତିଥି ଭାବେ ଯୋଗ ଦେଇ ସଂଗଠନର କାର୍ଯ୍ୟକର୍ତ୍ତାମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକର୍ତ୍ତା ବର୍ଗ ଜୟନ୍ତି ସାହୁ, ରାଜଶ୍ରୀ ମିଶ୍ର, ଅନିତା ସାହୁ, ଅନିଲ ମହାପାତ୍ର, ସୁରେଶ ପ୍ରଧାନ, ପୁଷ୍ପଲତା ଭୋଇ, ସଞ୍ଜୁ ଭୋଇ, ସବିତା ଭୋଇ, ସୁଲୋଚନା ଭୋଇ, ଉମା ଭୋଇ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।