ଥୁଅମୁଳ ରାମପୁର ଉଚ୍ଚ ବିଦ୍ୟାଳୟ ୨୦୧୫ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ଓ ବଣଭୋଜି

ଥୁଆମୂଲ ରାମପୁର: ଥୁଅମୁଳ ରାମପୁର ଉଚ୍ଚବିଦ୍ୟାଳୟର ୨୦୧୫ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ଓ ବଣଭୋଜି ବଳଙ୍ଗୀ ଗ୍ରାମ ନିକଟରେ ଥିବା ସୀନ୍ଦେର ଜଳ ପ୍ରପାତରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଛାତ୍ରଛାତ୍ରୀମାନେ ବିଗତ ଦିନର ସ୍ମୃତି ଗୁଡିକକୁ ମନେପକାଇବା ସହ ସମସ୍ତେ ଏପରି ବନ୍ଧୁତ୍ବପୂର୍ଣ୍ଣ ଭାବେ ରହିବାକୁ ମତ ପୋଷଣ କରିଥିଲେ ‌।

ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ପ୍ରାୟ ୪୫ ଜଣ ପୂରାତନ ଛାତ୍ରଛାତ୍ରୀ ଯୋଗଦେଇ ହଜିଲା ଦିନର ସ୍ମୃତି ଗୁଡିକକୁ ସାଉଁଟି ଓ ପରସ୍ପର ମଧ୍ୟରେ ବନ୍ଧୁତା ସ୍ଥାପନ କୁ ଉପସ୍ଥାପନ କରିଥିଲେ । ବନ୍ଧୁତ୍ୱ ଏକ ଅପାସୋରା ଗପମୁଣି ଓ ଏହା ଏକ ଅବିଚ୍ଛେଦ୍ୟ ଜୀବନଚର୍ଯ୍ୟାର ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ । ବନ୍ଧୁତ୍ବରେ ନଥାଏ କୁଟକପଟ, ଛନ୍ଦ ମାୟା ଧନୀଗରିବ, ଉଚ୍ଚନୀଚ, କଳାଗୋରା ବାଛ ବିଚାର ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ । ଆଗାମୀ ଦିନରେ ସମସ୍ତ ବନ୍ଧୁ ଏକଜୁଟ ହୋଇ ଯେପରି ସମାଜର ବିଭିନ୍ନ ସଚେତନ ଧର୍ମୀ କାର୍ଯ୍ୟକ୍ରମ କରିବା ପାଇଁ ଉକ୍ତ ବନ୍ଧୁ ମିଳନ ଉତ୍ସବରେ ଯୋଜନା ପ୍ରସ୍ତୁତ କରିଥିଲେ ।

ନିକଟ ଭବିଷ୍ୟତରେ ବୃକ୍ଷ ରୋପଣ ଠାରୁ ରକୃଦାନ, ସଫେଇ ଭଳି ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ଆଗେଇ ଆସିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା । ସମସ୍ତ ଛାତ୍ରଛାତ୍ରୀ ସୀନ୍ଦେର ଜଳ ପ୍ରପାତ ର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ ସହ ନାଚ ଗୀତର ଆସରରେ ଖୁସିରେ ବିଭୋର ହୋଇ ଉଠିଥିଲେ ପୂର୍ବତନ ଛାତ୍ର ତଥା ଯୁବ ସମ୍ବାଦିକ ଶ୍ରୀ ଦୁର୍ଗାକୀର୍ତି, ଟୁନା ପରିଛା, ସୁନୀଲ ହଂସ ଓ ଲାଲ କୃଷ୍ଣ ଧଙ୍ଗଡା ମାଝୀଙ୍କ ଆବାହନତ୍ବରେ ଆୟୋଜିତ ବନ୍ଧୁମିଳନ ଉତ୍ସବରେ ପୂରାତନ ଛାତ୍ରୀ କୁମାରୀ ଅବନ୍ତି ନାଏକ ଓ ସସ୍ମିତା ମାଝୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଏଥିରେ ପୂରାତନ ଛାତ୍ର ଛାତ୍ରୀ ଜଗବନ୍ଧୁ ମାଝୀ, ଲିଙ୍ଗରାଜ କାଣ୍ଡ , ବିଭୁତି ଭୂଷଣ ପୁଝାରୀ, ସଦାଶିବ ବିଶି, ତସମୀନ କୁମାର ନାଏକ, ରଞ୍ଜନ ନାଏକ, ଉମାକାନ୍ତ ନାଏକ, ମନୋଜ ନାଏକ, ସସବନ୍ତ ନାଏକ , ମନରଞ୍ଜନ ନାଏକ, ଯାଜ୍ଞସେନ ମାଝୀ, ଅଜୟ ମାଝୀ, ବଂଶୀ ମାଝୀ, ସୁଦାମ ମାଝୀ, ପୁର୍ଣ୍ଣଚନ୍ଦ୍ର ନାଏକ, ପ୍ରିୟରଞ୍ଜନ ନାଏକ, ଜିତେନ୍ଦ୍ର ନାଏକ, ଗମୟ ରଞ୍ଜନ ନାଏକ, ବିକାଶ ନାଏକ, ଅବନ୍ତ ନାଏକ, ବୈଶାଳୀ ନାଏକ, ଡଲୀ ନାଏକ, ସସ୍ମିତା ମାଝୀ, ରୁନୁ ଗୋପାଳ, ଯଶୋଦା ନାଗ, ସିନ୍ଧୁ ଚଲାନ, ନିଲମ ନାଏକ ମମତା ନାଏକ ପ୍ରମୁଖ ଯୋଗଦେଇ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଶେଷରେ ଦୁର୍ଗାକୀର୍ତି ଓ ଟୁନା ପରିଛା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

କଳାହାଣ୍ଡି ଜିଲ୍ଲା ଥୁଅମୁଳ ରାମପୁରରୁ ଦୁର୍ଗାକୀର୍ତ୍ତିଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.