ଏସଇସିସି ତାଲିକାରେ ନାମ ନଥିବା ନେଇ ବିଡ଼ିଓଙ୍କ ପାଖରେ ଅଭିଯୋଗ

କଳାହାଣ୍ଡି, (ହେମନ୍ତ ସାହୁ): ସରକାର ଅନେକ ଯୋଜନା କରନ୍ତି,ଗରୀବ ତଥା ଦୁର୍ବଳ ଶ୍ରେଣୀର ଲୋକଙ୍କ ଆବଶ୍ୟକତା ପୂରଣ କରିବାକୁ । ତେବେ ଅନେକ ଜାଗାରେ ତାହା ଉପଯୁକ୍ତ ହିତାଧିକାରୀଙ୍କ ପାଖରୁ ବଞ୍ଚିତ ରୁହେ । ନିହାତି ଆବଶ୍ୟକ ଥିବ ଲୋକଟିଏ ଅନେକ ସରକାରୀ ସୁବିଧାରୁ ବଞ୍ଚିତ ହୁଏ । ସେହିଭଳି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରୀ ପଞ୍ଚାୟତର ତେଜିପଡ଼ା ଏବଂ ପଣ୍ଡାପଦର ଗ୍ରାମର ଲୋକେ ଅଭିଯୋଗ କରିଛନ୍ତି ଯେ, ସେମାନେ ବାରମ୍ବାର ଦରଖାସ୍ତ କରିବା ପରେ ମଧ୍ୟ ତାଙ୍କରି ନାମ ଏସଇସିସି ତାଲିକାରେ ଆସୁନାହିଁ ଯାହା ଫଳରେ ସେମାନେ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଆଜି ଏନେଇ ମୋହନଗିରୀର ସମାଜସେବୀ ଗୋକୁଳାନନ୍ଦ ବିଶ୍ୱାଳଙ୍କ ନେତୃତ୍ୱରେ ଦୁଇଖଣ୍ଡ ଗ୍ରାମର ଲୋକେ ଆସି ମ.ରାମପୁର ବିଡ଼ିଓଙ୍କୁ ସାକ୍ଷାତ କରିବା ସହିତ ଅଭିଯୋଗ କରିଥିଲେ । ଅଭିଯୋଗ ପତ୍ର ଗ୍ରହଣ କରି ମ.ରାମପୁ ବିଡ଼ିଓ ଉତ୍ତମ କୁମାର ବାଗ ଆଗାମୀ ଦିନରେ ଏହି ସମସ୍ୟାର ଉପଯୁକ୍ତ ସାମଧାନ କରାଯିବା ଦିଗରେ ଉଚିତ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଏହି ଅଭିଯୋଗ ପତ୍ର ପ୍ରଦାନ ସମୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଏକ୍ସପର୍ଟ ସଦସ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ମ.ରାମପୁର ପଂଚାୟତ ସମିତି ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡା, କଂଗ୍ରେସ ଜିଲ୍ଲା ସାଧାରଣ ସଂପାଦକ ବିଭୂତି ଭୂଷଣ ମହାଖୁଡ଼, ସମାଜସେବୀ ପ୍ରକାଶ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.