କେସିଙ୍ଗା, (ମଧୂସୁଦନ ଠାକୁର): ବିଶ୍ବ ମହାମାରୀ କୋରନା ଦିନକୁ ଦିନ ତା’ର କାୟା ବିସ୍ତାର କରିବାରେ ଲାଗିଛି । ଏହାର ପ୍ରତିକାର ପାଇଁ ଭାରତ ସରକାରଙ୍କ ପକ୍ଷରୁ ବର୍ଷେ ହେଲା କୋଭିଡ ଟିକାକରଣ ଚାଲିଛି । କେସିଙ୍ଗା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ବର୍ତ୍ତମାନ ବୁଷ୍ଟର ଡୋଜ୍ ଟୀକାକରଣ ଚାଲିଛି । ପ୍ରଥମେ ଏସସିଡବ୍ଲୁ ଓ ଏଫଏଲଡବ୍ଲୁ ମାନଙ୍କୁ ବୁଷ୍ଟର୍ ଡୋଜ୍ ଦିଆଯାଇଛି । ଏବଂ ୬୦ ବର୍ଷରୁ ଉର୍ଦ୍ଧ ଓ ସେକେଣ୍ଡ ଡୋଜ୍ ନେଇ ୯ ମାସ ପୁରି ଥିଲେ ସେମାନେ ହିଁ ବୁଷ୍ଟର୍ ଡୋଜ୍ ନେଇ ପାରିବେ । ଇତି ମଧ୍ୟରେ ୧୦ ତାରିଖରୁ ଆରମ୍ଭ ହୋଇ ଥିବା ବୁଷ୍ଟର୍ ଡୋଜ୍ ୪୬୦ ନେଇ ସାରିଥିବା ବିଭାଗୀୟ ଅଧିକାରୀ ମାନେ କହିଛନ୍ତି । ଯୋଗ୍ୟ ବ୍ୟକ୍ତି ମାନେ ଅତି ଶୀଘ୍ର କେସିଙ୍ଗା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସି ଟୀକା ନେବା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀମାନେ କେସିଙ୍ଗା ଜନ ସାଧରଣଙ୍କୁ ଅନୁରୋଧ କରିଛନ୍ତି ।