ଉତ୍କେଲା ଚାଚା ନେହେରୁ ବିଦ୍ୟା ମନ୍ଦିର ୧୯୯୭ ମାଟ୍ରିକ ବ୍ୟାଚର ବନ୍ଧୁମିଳନ

କେସିଙ୍ଗା, (ମଧୂସୁଦନ ଠାକୁର): ମାଟ୍ରିକ ପରିକ୍ଷା ଦେଇ ଚାହୁଁ ଚାହୁଁ ବିତିଗଲା ୨୫ ବର୍ଷ । ତେବେ ଅତୁଟ ରହିଛି ବନ୍ଧୁତା । ଏହାର ନିଦର୍ଶନ ଦେଖିବାକୁ ମିଳିଛି ଉତ୍କେଲା ଚାଚା ନେହେରୁ ବିଦ୍ୟା ମନ୍ଦିର ୧୯୯୭ ମାଟ୍ରିକ ବ୍ୟାଚର ଛାତ୍ରମାନଙ୍କ ବନ୍ଧୁମିଳନରେ । କେସିଙ୍ଗା ବ୍ଲକ ଡଙ୍ଗରମୁର୍ଲି ଶୈବପୀଠର ମନୋରମ ପରିବେଶ ମଧ୍ୟରେ ଚାଚା ନେହେରୁ ବିଦ୍ୟା ମନ୍ଦିର ୧୯୯୭ ମାଟ୍ରିକ ବ୍ୟାଚର ଛାତ୍ରମାନଙ୍କ ବନ୍ଧୁମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ଅତିଥିଭାବେ ପ୍ରଧାନ ଶିକ୍ଷକ ନରେନ୍ଦ୍ର ପ୍ରଧାନ, ଓମ ପ୍ରକାଶ ଦୋରା, ଦିନବନ୍ଧୁ ଅଗ୍ରୱାଲ, ଶରତ ଚନ୍ଦ୍ର ପ୍ରଧାନ, ରାଘବନନ୍ଦ ପ୍ରଧାନ ଓ ସେବକ ଚୈତନ୍ୟ କରୁଆଁ ପ୍ରମୁଖ ଯୋଗଦେଇ ପୁରାତନ ଛାତ୍ରମାନଙ୍କୁ ଉତ୍ସାହିତ କରିବାସହ ଦିଗଦର୍ଶନ ପ୍ରଦାନ କରିଥିଲେ ।

Udyog Nursery
Udyogi Nursery

ପୁରାତନ ଛାତ୍ର ଗିରିଜା କୁମାର ବେହେରା ମଞ୍ଚ ସଂଚାଳନ କରିଥିବାବେଳେ ତୁଷାର କୁମାର ସିଂ, ଅର୍ଜୁନ ପୋଢ ଏବଂ ଦେବେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଛାତ୍ରମାନଙ୍କ ମଧ୍ୟରେ ଜବାନ ସୁରେଶ କୁମାର ମିଶ୍ର, କେତନ କରୁଆଁ ଓ ହେମରାଜ ମେହେର ଦେଶ ସେବା ପାଇଁ ମନୋନୀତ ହୋଇଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.