ଭୁତିଆରବାହାଲ, (ପଞ୍ଚାନନଭୋଇ): ଦେଓଗାଁ ବ୍ଲକ ଅନ୍ତର୍ଗତ ସାରସମାଲ ପଞ୍ଚାୟତର ପୁଲସଖଣ୍ଡ ଗ୍ରାମ ରେ ପି .କେ. ଷ୍ଟାରକ୍ଲବ୍ ଆନୁକୁଲ୍ଯ ରେ ପଞ୍ଚଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।୨୧୵୦୧୵୨୦୨୧ ରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୫୵୦୧୵୨୦୨୧ ରେ ଉଦଯାପିତ ହୋଇଛି। ଫାଇନାଲ ମ୍ଯାଚ ରେ ଭୁତିଆରବାହାଲ ଦଳ ମାଟୁପାଲିକୁ ଏକ ରୋମାଞ୍ଚକର ମ୍ଯାଚ ରେ ଶେଷ ଓଭର ରେ ବିଜୟୀ ହୋଇ ଚମ୍ପିଆନ ହୋଇଛି । ଆଜିର ପୁରସ୍କାର ବିତରଣ ଉତ୍ସବରେ ସ୍ଥାନୀୟ ସରପଞ୍ଚ ଶ୍ରୀମତି କୁମୁଦିନୀ ବାଗ,ଶୁସିଲ ଚାନ୍ଦ, ଲକ୍ଷ୍ମଣ ମେହେର ମୂଖ୍ଯ ଆକର୍ଷଣ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଦୟା ମଲ୍ଲିକ, ଇନ୍ଦ୍ରମଣୀ ନାଏକ, ଦୟାନିଧି ଖମାରୀ, ଉପେନ୍ଦ୍ର ବାଗ, ଅନ୍ତଯ୍ୟାମୀ ବାଗ, ଚୈତନ୍ଯ କାଲସାଏ, ଅନ୍ତର୍ଯ୍ଯାମୀ ଭୋଇ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।