ସ୍ୱାମୀ ବିବେକାନନ୍ଦଙ୍କ ୧୬୦ତମ ଜନ୍ମୋତ୍ସବ ତିଥିପାଳନ

କଳାହାଣ୍ଡି, (ହେମନ୍ତ ସାହୁ): କୋଭିଡ଼ କଟକଣା ମଧ୍ୟରେ ଶ୍ରୀରାମକୃଷ୍ଣ ଆଶ୍ରମ ମ.ରାମପୁରର ସଂପାଦକ ସ୍ୱାମୀ ଅଶୋକାନନ୍ଦ ଜୀଙ୍କ ପୌରୋହିତ୍ୟରେ ବିଶ୍ୱ ବିଜୟୀ ସ୍ୱାମୀ ବିବେକାନନ୍ଦଙ୍କ ୧୬୦ତମ ଜନ୍ମୋତ୍ସବ ତିଥି ପାଳିତ ହେଇଯାଇଛି । ପ୍ରାତଃ କାଳରୁ ପୂଜା, ହୋମ ସମାପନ ପରେ ଏକ ଆଧ୍ୟାତ୍ମିକ ସଭା ଅନୁ୍‌ଷ୍ଠିତ ହେଇଥିଲା । ବେଦମନ୍ତ୍ର ଉଚ୍ଚାରଣ ପରେ ସଂପାଦକ ସ୍ୱାମୀଜୀ କହିଥିଲେ ସମାଜରେ ସ୍ୱାମୀ ବିବେକାନନ୍ଦଙ୍କର ବାଣୀ ଓ ଆଦର୍ଶରେ ଅନୁପ୍ରାଣିତ ହେଇ ନିଜ ଜୀବନରେ ପ୍ରୟୋଗକଲେ ଏକ ଉନ୍ନତ ରାଷ୍ଟ୍ର ଗଠନ ହେବା ସହିତ ଦେଶ ସମୃଦ୍ଧ ହେଇପାରିବ । ମୁଖ୍ୟବକ୍ତା ବାମନ ମହାପାତ୍ର, ମୁଖ୍ୟ ଅତିଥି ସ୍ୱାମୀ ବିରେଶାନନ୍ଦଜୀ ଆତ୍ମବିଶ୍ୱାସ, ନିର୍ଭିକତା ଏବଂ ସକାରାତ୍ମକ ଚିନ୍ତାଧାରା ଉପରେ ଦୃଷ୍ଟିପାତ କରିଥିଲେ । ଏହି ଅବସରରେ ଆଶ୍ରମର ସଂପାଦକ ଏବଂ ଇଂ ଚକ୍ରଧର ବେହେରାଙ୍କ କରକମଳରେ ଅନ୍ତେବାସୀଙ୍କ ପ୍ରଚୀର ପତ୍ରିକା ଶିଖା ଉନ୍ମୋଚିତ ହେଇଥିଲା । ଅନ୍ନଦା ପ୍ରସାଦ ପଟ୍ଟନାୟକ ଆଶ୍ରମର ଅନ୍ତେବାସୀଙ୍କୁ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ କିଛି ବାଣୀର ଉଦାହରଣ ସହିତ ବୁଝାଇଥିଲେ । ଉମାକାନ୍ତ ବେହେରା ଧନ୍ୟବାଦାର୍ପଣ କରିଥିବାବେଳେ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.