କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସାମ୍ବାଦିକ ସଂଘ ଓୟୁଜେ ତରଫରୁ ଆଜି ନର୍ଲା ଶିଶୁ ମନ୍ଦିର ଛକ ଠାରେ ୭୩ ତମ ସାଧାରଣତନ୍ତ ଦିବସ କରୋନା କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ସଂଗ୍ରାମୀ ନେତା ସିପିଆଇ(ଏମ୍ଏଲ୍) ଜାଗ୍ରତ ପ୍ରହରୀ ର ସାଧାରଣ ସମ୍ପାଦକ କେଶବ ଚନ୍ଦ୍ର ପଧାନ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦାନ କରି ପତାକା ଉତ୍ତୋଳନ କରିଥିଲେ । ମହାମାରୀ କରୋନାର ଆରମ୍ଭ ସମୟରୁ ନର୍ଲାର ସାମ୍ବାଦିକ ଭାଇମାନେ ନିଜ ଜୀବନକୁ ପାଣି ଛଡେଇ କରୋନା ଯୋଦ୍ଧା ଭାବରେ ଦାଇତ୍ୱ ନିର୍ବାହନ କରି ଆସୁଛନ୍ତି । ଆଜି ରାଷ୍ଟ୍ରୀୟ ଦିବସ । ଆଜିର ଭଳି ପବିତ୍ର ଦିନରେ ଆମେମାନେ ସମସ୍ତେ ଭାରତ ମାତାର ସୁଯୋଗ୍ୟ ସନ୍ତାନ ହାତରେ ହାତ ମଳାଇ, କାନ୍ଧକୁ କାନ୍ଧ ମିଶେଇ ସୁନାର ଭାରତ ଗଠନ ପାଇଁ ଆଗେଇ ଆସିବା । ଦୁର୍ନିତି ଓ ନିଶା ବିରୁଦ୍ଧରେ ଲଢେଇ କରିବା ସହିତ ଜାତୀର ପିତା ମହାତ୍ମା ଗାନ୍ଧୀଙ୍କ ପଦାଙ୍କ ଅନୁଶରଣ କରି ପରିବେଶକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ଜାତୀୟ ପତାକା ତଳେ ଶପଥ ନେବା ବୋଲି କହିଥିଲେ । ନର୍ଲା ସାମ୍ବାଦିକ ୟୁନିଅନ ର ବରିଷ୍ଠ ସଦସ୍ୟ ମାନଙ୍କ ମଧ୍ୟରେ ଲିଙ୍ଗରାଜ ମିଶ୍ର, ଅଭିରାମ ନନ୍ଦ, ସୁନୀଲ କୁମାର ଧଙ୍ଗଡା ମାଝୀ, ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୌଡିଆ, ସୁଶାନ୍ତ କୁମାର ଚାନ୍ଦ, ବିଶିଷ୍ଟ କଣ୍ଠ ଶିଳ୍ପୀ ସନ୍ତୋଷ କୁମାର ଦାସ, ଯୁବ ବିଜ୍ଞାନୀ ସନ୍ତୋଷ କୁମାର କର, ଯୁବ ବ୍ୟବସାୟୀ ନଗେନ୍ଦ୍ର ପଧାନ, ସୁବାସ ସାହୁ (ପାଣ୍ଡା), ସନ୍ଦୀପ ପଣ୍ଡା, ଅଜୟ ନନ୍ଦ, ସଚିନ ପଧାନ, ପ୍ରଦୀପ ପଧାନ, ଲକ୍ଷ୍ମୀଧର ଡାକୁଆ, ବେଣୁଧର ଗଉଡ, କୈଳାସ ସା ପ୍ରମୁଖ ଉପସ୍ଥିତ ରହିଥିଲେ ।