ନିର୍ବାଚନୀ ମଇଦାନରେ ଉଚ୍ଚ ଶିକ୍ଷିତ ଯୁବକ ଓମ୍ ପ୍ରକାଶ୍ ଛତ୍ରିଆ, ସରିଆଁ ସରପଞ୍ଚ ପ୍ରାର୍ଥୀ

କଳାହାଣ୍ଡି: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରଣାଙ୍ଗନରେ ଅନେକ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ଅବତିର୍ଣ୍ଣ ହୋଇଥିବା ଦେଖାଯାଇଛି । ସେହି କ୍ରମରେ ନର୍ଲା ବ୍ଲକ ସରିଆଁ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ଓମ୍ ପ୍ରକାଶ୍ ଛତ୍ରିଆ । ସାମାଜିକ କର୍ମରେ ସ୍ନାତକୋତ୍ତର ଶିକ୍ଷା (ଏମ୍.ଏସ.ଡବ୍ଲୁ.) ଲାଭ କରିଥିବା ଓମ୍ ପ୍ରକାଶ୍ ଅଞ୍ଚଳର ଜଣେ ଜଣାଶୁଣା ଯୁବ ନେତୃତ୍ବ । ସରିଆଁ ପଞ୍ଚାୟତବାସୀଙ୍କ ସେବା ସହ ଏହି ପଞ୍ଚାୟତର ବିକାଶ ପାଇଁ ସେ ବଦ୍ଧ ପରିକର । ନିଜ ଅଞ୍ଚଳର ବହୁବିଧ ସମସ୍ୟାକୁ ଦୃଷ୍ଟିରେ ରଖି ଏହାର ଆଶୁ ସମାଧାନ କିପରି ହୋଇପାରିବ ସେଥିପାଇଁ ସେ ସରପଞ୍ଚ ପ୍ରାର୍ଥୀ ଭାବେ ପଞ୍ଚାୟତ ନିର୍ବାଚନକୁ ଓହ୍ଲାଇଛନ୍ତି । ତୃଣମୂଳ ସ୍ତରରେ ଲୋକମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା କିପରି ପାଇପାରିବେ ଏବଂ ବିନା କୌଣସି ଦୁର୍ନୀତିରେ ନିଜ ଅଞ୍ଚଳର ପ୍ରକୃତିକ ପରିବେଷରେ ଲୋକେ ବେଶୀ ଲାଭବାନ ହେବେ, ସରକାରୀ ସହାୟତା ଓ ପଞ୍ଚାୟତର ସମସ୍ତ ଗ୍ରାମର ସୁବିଧା ସାଙ୍ଗକୁ ସୈାନ୍ଦର୍ଯ୍ୟକରଣ ଉପରେ ଧ୍ୟାନ ଦେବେ ବୋଲି କହିଛନ୍ତି ଓମ୍ ପ୍ରକାଶ୍ ଛତ୍ରିଆ । ଏଠାରେ ପ୍ରକାଶଯୋଗ୍ୟ ଯେ, ସରିଆଁ ସରପଞ୍ଚ ପଦବୀ ପାଇଁ ସର୍ବମୋଟ ପାଞ୍ଚଜଣ ଲଢେଇ କରୁଛନ୍ତି । ଏମାନଙ୍କ ମଧ୍ୟରୁ ଓମ୍ ପ୍ରକାଶ୍ ଙ୍କ ଯଥେଷ୍ଟ ଲୋକପ୍ରିୟତା ଥିବା ଜଣାପଡିଛି । ପଞ୍ଚାୟତରେ ଜନସାଧାରଣ ତାଙ୍କୁ ସରପଞ୍ଚ ଭାବେ ନିର୍ବାଚିତ କରିବେ ବୋଲି ଓମ୍ ପ୍ରକାଶ ଆଶା ବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.