ଗୃହିଣୀରୁ ଏବେ ପଞ୍ଚାୟତ ମୁଖ୍ୟ: ସ୍ନିଗ୍ଧା ରଣା ହେଲେ ଡ଼ମ୍ବ କର୍ଲାଖୁଣ୍ଟା ସରପଞ୍ଚ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ସମସ୍ତ କଳ୍ପନାଜଳ୍ପନାର ଅନ୍ତଘଟାଇ ମ.ରାମପୁର ବ୍ଲକ ଡ଼ମ୍ବ କର୍ଲାଖୁଣ୍ଟା ଗ୍ରାମ ପଞ୍ଚାୟତର ସରପଞ୍ଚ ହେଇଛନ୍ତି ସ୍ନିଗ୍ଧା ରଣା । ନିଜର ଲୋକପ୍ରିୟତା ଯୋଗୁଁ ସେ ପଞ୍ଚାୟତ ବାସୀଙ୍କ ଆସ୍ଥା ଭାଜନ ହେଇ ପାରିଥିବାବେଳେ ଏହି ବିଜୟର ଶ୍ରେୟ ସେ ପଞ୍ଚାୟତବାସୀଙ୍କୁ ଦେଇଛନ୍ତି । ଅଣସରକ୍ଷିତ ମହିଳା ଆସନ ରହିଥିବା ଏହି ପଞ୍ଚାୟତରେ ସେ ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟ ଲାଭ କରିଥିବାବେଳେ ତାଙ୍କୁ ପଞ୍ଚାୟତବାସୀ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରୁଛନ୍ତି । ମାଣିକେରା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ଫକୀର ରଣାଙ୍କ ଧର୍ମପତ୍ନୀ ଶ୍ରୀମତୀ ରଣା ନିଜର ଉଦ୍ୟମରେ ପଞ୍ଚାୟତର ସାମଗ୍ରିକ ବିକାଶ ଦିଗରେ ଯତ୍ନବାନ ହେବି ବୋଲି ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.