ବ୍ରଜମୋହନ ହାଇସ୍କୁଲରେ ଏଫ୍ଏଲ୍ଏନ୍ ଅଭିବିନ୍ଯାସ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସ୍ଥାନୀୟ ବାପୁଜୀ କ୍ଲଷ୍ଟର ତରଫରୁ ସରକାରୀ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟଠାରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍ଏଲ୍ଏନ୍) ଅଭିବିନ୍ଯାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାର ମୂଖ୍ୟ ବିଷୟବସ୍ତୁ ମହାମାରୀ ସମୟରେ ବିଦ୍ୟାଳୟ – ଶିକ୍ଷା – ଶିକ୍ଷାର୍ଥୀ – ଶିକ୍ଷକଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ଗଠନମୂଳକ ପଦକ୍ଷେପ ଓ ସଚେତନତା ସମ୍ବନ୍ଧରେ ଭାଷାର ମୌଳିକ ଶ୍ରବଣ, କଥନ, ପଠନ, ଲିଖନ, ବୋଧଜ୍ଞାନ ତଥା ଗଣନ, ଯୋଗ, ବିୟୋଗ, ଗୁଣନ, ହରଣ ଯାହା ଦୈନନ୍ଦିନ ବ୍ୟବହୃତ ପାଟିଗଣିତ ଯେମିତି ପିଲାଙ୍କ ଶିକ୍ଷଣ ସ୍ତରବୃଦ୍ଧି ପାଇବ, ପ୍ରଶାସନିକ ଚିଠି ଅନୁସାରେ ଏଫ୍ଏଲ୍ଏନ୍ ପାଇଁ ସର୍ବମୋଟ ୩୪ଟି ପୁସ୍ତକର ଗୁରୁତ୍ୱପୂର୍ଣ୍ଣ ଆଲୋଚନା, ଏଫ୍ଏଲ୍ଏନ୍ ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମ, ଶିକ୍ଷଣ ଫଳାଫଳର ଗୁରୁତ୍ୱ, ଜାତୀୟ ଶିକ୍ଷା ନୀତି-୨୦୨୦ର ଚୁମ୍ବକୀୟ ଆଲୋଚନା, ପ୍ରଶାସନିକ ଓ ପରିଚାଳନାଗତ ସୁବିଧା ପାଇଁ ମାର୍ଗଦର୍ଶନ, ଉଦବୋଧନ ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ରଜମୋହନ ହାଇସ୍କୁଲର ପ୍ରଧାନ ଶିକ୍ଷକ ଷଷ୍ଠୀ ଝାଙ୍କରଙ୍କ ସଭାପତିତ୍ୱରେ ଭବାନୀପାଟଣା ବିଇଓ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଏବିଇଓ ସାରଙ୍ଗଧର ମୁଣ୍ଡ, ସମ୍ମାନୀତ ଅତିଥି ଡିଆଇଇଟି କଳାହାଣ୍ଡିର ଟିଇ ନୀହାରିକା ଦେବୀ ମଞ୍ଚାସୀନ ଥିଲେ । ଏହି କ୍ଳଷ୍ଟରର ଏଫ୍ଏଲ୍ଏନ୍ ସମର୍ପିତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରାୟ ୨୫ଜଣ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବାପୁଜୀ କ୍ଳଷ୍ଟରର ସିଆରସିସି ମିନତୀ କୁମାରୀ ପ୍ରଧାନ ପରିଚୟ ପ୍ରଦାନ, ଉଦ୍ଦେଶ୍ୟ ଜ୍ଞାପନ ଓ ସଭା ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.