ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କବିତା ପାଠ ପାଇଁ ତ୍ରିନାଥ ପଟ୍ଟନାୟକ ସମ୍ବର୍ଦ୍ଧିତ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଲୋହରାଖଣ୍ଡ ସାହିତ୍ୟ ସଂସଦର ଆମ ଖବର ୟୁଟ୍ୟୁବ ଚ୍ୟାନେଲର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ୟୁଟ୍ୟୁବ କବିତା ଆସର ମହୋତ୍ସବ -୩୩ ଶୀର୍ଷକ -ନାରୀ ପାଇଁ ଏକ ପ୍ରତିଯୋଗୀତା ଉଦଯାପିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଓଡିଶା ତଥା ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୩୦ରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇ ୟୁଟ୍ୟୁବ ଜରିଆରେ କବିତା ପରିବେଷଣ କରିଥିଲେ । ସେମାନଙ୍କ ମଧ୍ୟରେ ଜଗତସିଂହପୁରରୁ ମନୋରମା ମହାନ୍ତି, ସନାତନ ଦାସ, କୋରାପୁଟରୁ ପ୍ରତିମା ମହାରଣା, ଅଧ୍ୟାପକ,ସମାଜସେବୀ ତଥା କବି ତ୍ରିନାଥ ପଟ୍ଟନାୟକ, ସମ୍ବଲପୁରରୁ ଶୁଭଶ୍ରୀ ରାଉତରାୟ, ଗଞ୍ଜାମରୁ ବନ୍ଦନା ମହାପାତ୍ର, ଶୁଭମ ପ୍ରଧାନ, ରଞ୍ଜିତା ରାଣୀ ଦାଶ, ତୃପ୍ତିମୟୀ ପ୍ରଧାନ, ବୌଦ୍ଧରୁ ହରମୋହନ ଦନାୟକ, ଖୋର୍ଦ୍ଧାରୁ ସଦାଶିବ ଶ୍ରୀଚନ୍ଦନ, ନୟାଗଡରୁ ସନାତନ ମହାକୁଡ଼ ପ୍ରମୁଖ ଯୋଗ ଦେଇ ନିଜ ନିଜର ସ୍ୱର ସଂଯୋଜନା ଓ କଣ୍ଠଦାନ କରିଥିବା ଦେଖିବାକୁ ମିଳିଅଛି । ଏହି ଅବସରରେ କୋରାପୁଟରୁ ଅଧ୍ୟାପକ, କବି ତଥା ସମାଜସେବୀ ତ୍ରିନାଥ ପଟ୍ଟନାୟକ ଯୋଗ ଦେଇ ୟୁଟ୍ୟୁବ ଜରିଆରେ ଉଚ୍ଚକୋଟୀର କବିତା ପରିବେଷଣ ତଥା ଗୀତ ରଚନା କରିଥିବା ହେତୁ ଲୋହରାଖଣ୍ଡ ସାହିତ୍ୟ ସଂସଦ ତଥା ଆମ ଖବର ତରଫରୁ ଅଂଶ ଗ୍ରହଣ ପ୍ରମାଣ ପତ୍ର ତଥା ମାନପତ୍ର ପ୍ରଦାନ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରିଚାଳନା ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା, ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ପ୍ରମୁଖ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ଦେଖିବାକୁ ମିଳିଅଛି । କବିତା ଗୀତଟି ଶୁଣିବା ପରେ ଏହା ଶ୍ରୋତା ମାନଙ୍କ ହୃଦୟକୁ ଛୁଇଁ ପାରିବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ତେବେ ଆଜିର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ କୋରାପୁଟର ଜଗତଜନନୀ ଏ.ଏଲ.ଏଫ୍ ଗ୍ରୁପର ବରିଷ୍ଠ ମହିଳା ସଭାପତି ଶ୍ରୀମତୀ କେ.ପୁଷ୍ପାଞ୍ଜଳି ଯୋଗ ଦେଇ ଅଧ୍ୟାପକ, ସମାଜସେଵୀ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ଏହି ପ୍ରଶଂସା ପତ୍ର ତଥା ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିବା ଦେଖିବାକୁ ମିଳିଅଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.