ରାୟଗଡା କଂଗ୍ରେସ ନେତୃବୃନ୍ଦ ମୋ ବିରୁଦ୍ଧରେ ତେଣୁ ମୁଁ ସ୍ୱାଧୀନ ଭାବେ ପୈାରାଧ୍ୟକ୍ଷ ନିର୍ବାଚନ ଲଢିବି -ମମତା ମାଝି

ରାୟଗଡା ଜିଲ୍ଳା କଂଗ୍ରେସରେ ନାରୀଙ୍କୁ ସମ୍ମାନ ମିଳୁ ନ ଥିବା ଅଭିଯୋଗ

ଓଡ଼ିଆ ବାର୍ତ୍ତା/ ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକାଙ୍କ ଉପରେ ସିଧାସଳଖ ଅଭିଯୋଗ ଆଣିବା ସହ ରାୟଗଡା ଜିଲ୍ଳା କଂଗ୍ରେସରେ ନାରୀଙ୍କୁ ସମ୍ମାନ ମିଳୁ ନ ଥିବା ଅଭିଯୋଗ କରି ଜିଲ୍ଳା କଂଗ୍ରେସର ନେତୃବୃନ୍ଦ ଉପରେ ଆଜି ହୋଟେଲ ସାଇ ଇଂଟରନ୍ୟାସନାଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୈାରାଧ୍ୟକ୍ଷ ଭାବେ ଲଢୁଥିବା ସ୍ୱାଧୀନ ପ୍ରାର୍ଥିନୀ ତଥା ପୂର୍ବତନ ଲକ୍ଷ୍ମୀପୁର ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝିଙ୍କ ପତ୍ନୀ ମମତା ମାଝି ବର୍ଷିଛନ୍ତି । କଂଗ୍ରେସର ପୈାରାଧ୍ୟକ୍ଷ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ରାଜସ୍ଥାନରୁ ରାୟଗଡାକୁ ୨୪ଘଂଟାରେ ପଂହଚିବାକୁ ଡାକାରା ଦେଲେ । ମୁଁ ୨୪ଘଂଟା ମଧ୍ୟରେ ୨୫ଶହ କିଲୋମିଟର ପାର କରି ରାୟଗଡାରେ ପଂହଚିଥିବା ବେଳେ ମୋତେ ଅପମାନ ଓ ପରିହାସ କରିବା ଭଳି କାର୍ଯ୍ୟକଳାପ କରି ଅନ୍ୟ ଜଣଙ୍କୁ ଟିକେଟ ଦେଇ କୁଟ ଚକ୍ରାନ୍ତ କରିଛି ରାୟଗଡା ଜିଲ୍ଳା କଂଗ୍ରେସ ବୋଲି ଅଭିଯୋଗ କରିବା ସହ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ମୋ ସ୍ୱାମୀ ପୂର୍ଣ୍ଣଚନ୍ଦ୍ରଙ୍କ ଉପରେ ଦଳୀୟ ନେତାମାନେ ଚାପ ପକାଉଛନ୍ତି । ଯାହାକି ମୁଁ କଦାପି ହେବାକୁ ଦେବିନିି ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବି ବୋଲି ମମତା କହିଛନ୍ତି । ଜିଲ୍ଳାରେ କଂଗ୍ରେସ ଦଳର ଶୋଚନୀୟ ଅବସ୍ଥା ରହିଥିବା ବେଳେ ସେଥିରେ ମଧ୍ୟ କୁଟଚକ୍ରାନ୍ତ କରି କର୍ମୀଙ୍କୁ ଅଣଦେଖା କରାଯାଉଥିବା ସେ କହିଛନ୍ତି । ରାୟଗଡାର ୨୪ଗୋଟି ୱାର୍ଡରେ ଡିସିସି ପକ୍ଷରୁ ସଂପୂର୍ଣ୍ଣ କାଉନସିଲର ପ୍ରାର୍ଥୀ ଦିଆ ହୋଇ ନ ଥିବା ବେଳେ ଲୋକସଭା ସାଂସଦ ସପ୍ତଗିିରି ଉଲାକା ନିଜ ୱାର୍ଡରେ ହିଁ ପ୍ରାର୍ଥୀ ଦେବାରେ ଅସକ୍ଷମ ହୋଇଛନ୍ତି । ଏହାଠାରୁ ଆଉ ଲଜ୍ୟାଜନକ ବିଷୟ କଣ ବୋଲି ଶ୍ରୀମତି ମାଝି କହିଛନ୍ତି । କଂଗ୍ରେସ ପକ୍ଷରୁ ପୈାରାଧ୍ୟକ୍ଷ ଟିକେଟ ଦେବା ନାଁରେ ମୋତେ ଫୋନ ଯୋଗେ ୨୫ରୁ ୩୦ଲକ୍ଷ ଟଙ୍କା ଏବଂ ରାୟଗଡାରେ ପଂହଚିବା ପରେ ୫୦ରୁ ୬୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିବ ବୋଲି ବଜେଟ୍ ପ୍ରସ୍ତାବ ଦେଇଥିଲେ ରାୟଗଡା ଡିସିସି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା । ମୁଁ ଦଳକୁ ସାହାର୍ଯ୍ୟ ଓ ସହଯୋଗ କରିବି ବୋଲି କହିଥିଲେ ସୁଦ୍ଧା ଟିକଟ ଅନ୍ୟଙ୍କୁ ଦେଇ ମୋତେ ପରିହାସ କରିବା ଓ ଅପମାନ କରି ନାରୀଙ୍କୁ କେଉଁଭଳି ସମ୍ମାନ ଦିଆଯାଇଛି ଜିଲ୍ଳା କଂଗ୍ରେସରେ ବୋଲି କଂଗ୍ରେସ ଉପରେ ବର୍ଷିଛନ୍ତି ଶ୍ରୀମତି ମାଝି ।

ଗତ ୫ ତାରିଖରେ ଜିଲ୍ଳା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ପୂର୍ବତନ ଲୋକସଭା ଯୁବ ସଭାପତି ଭବାନୀଶଙ୍କର ଜେନା ଓ ସନ୍ତୋଷ ଶତପଥି ଫୋନ ଯୋଗେ ତୁମ ଟିକେଟ ଚୁଡାନ୍ତ ହୋଇଥିବା କହି ରାଜସ୍ଥାନରୁ ରାୟଗଡାକୁ ଡକାଇଥିଲେ । ସଭାପତି ଶ୍ରୀ ପଣ୍ଡା, ବିଧାୟକ ପ୍ରାର୍ଥୀ ଆପଲସ୍ୱାମୀ କାଡ୍ରକା ଓ ଲୋକସଭା ସାଂସଦ ସପ୍ତଗିରି ଉଲାକା ମୋତେ ନାମାଙ୍କନ ପତ୍ର ଦାଖଲ ପାଇଁ କହିଥିଲେ । ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ୭ତାରିଖରେ ଓକିଲଙ୍କ ଠାରେ କାଗଜପତ୍ର ପ୍ରସ୍ତୁତ ବେଳେ ମୋତେ ଜାଣିଶୁଣି ସେଠାରେ ଦିନ ୧୧ଟା ପର୍ଯ୍ୟନ୍ତ ଅଟକାଇ ଦିଆଯାଇ ଆପାଲସ୍ୱାମୀ କାଡ୍ରକାଙ୍କୁ ପୈାରାଧ୍ୟକ୍ଷ ପ୍ରାର୍ଥୀ ଭାବେ ଦଳୀୟ ଟିକେଟ ଦିଆଯାଇଥିଲା । ଯାହାକି ମୋ ପ୍ରତି ଅପମାନ ସଦୃଶ ଥିଲା । ପରେ ମୁଁ ମୋ ସମ୍ମାନ ରଖିବାକୁ ର୍ନିଦଳୀୟ ଭାବେ ସ୍ୱାଧୀନ ପ୍ରାର୍ଥୀ ରୂପେ ମୋ ନାମାଙ୍କନ ପତ୍ର ଦାଖଲ କରିଥିଲି । କିନ୍ତୁ ସଂଧ୍ୟାରେ ମୋ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଓ କଂଗ୍ରେସର କିଛି ବରିଷ୍ଠ ନେତୃବୃନ୍ଦ ଦଳର ସମ୍ମାନକୁ ଦୃଷ୍ଟିରେ ରଖି ମୋ ନାମାନଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲେ । ମୁଁ ରାଜି ହୋଇଥିବା ବେଳେ ନାମାଙ୍କନ ପତ୍ର ଯାଂଚ ସମୟରେ ପୁଣଥିରେ କଂଗ୍ରେସ ନେତୃବୃନ୍ଦ ମୁ ଓଡିଆ ଲେଖାପଢା ଜାଣିନି ବୋଲି ମିଥ୍ୟା ଅଭିଯୋଗ କରିଥିବା ବେଳେ ବିରୋଧୀମାନେ ମୋତେ ସମର୍ଥନ ଜଣାଇ କଂଗ୍ରେସ ନେତୃବୃନ୍ଦକୁ ନିୟମାବଳୀ ବିଷୟରେ ଅବଗତ କରାଇଥିଲେ । ଯାହାକି ପୁର୍ନବାର ମୋତେ ଅପମାନ କରିବା ପାଇଁ କିଛି କୁଟ ଚକ୍ରାନ୍ତ ବୋଲି ଅନୁଭବ ହେବାରୁ ମୁଁ ମୋର ପରିବାରର ସମ୍ମାନ ଓ ଆତ୍ମସମ୍ମାନକୁ ଦୃଷ୍ଟିରେ ରଖି ପୈାର ନିର୍ବାଚନ ମଇଦାନରେ ସ୍ୱାଧୀନ ଭାବେ ଲଢିବି ବୋଲି କହିଛନ୍ତି ନିଷ୍ପତି ନେଇଛି ଏବଂ ମୋତେ ଯେଉଁ ୱାର୍ଡ କାଉସନସିଲର ମାନେ ସହଯୋଗ କରିବେ ମୁଁ ମଧ୍ୟ ତାଙ୍କୁ ସହଯୋଗ କରିବି ବୋଲି କହିଛନ୍ତି ମମତା । ଏହି ଲଢେଇରେ ମୁଁ ଆପଣମାନଙ୍କର ଓ ରାୟଗଡା ପୈାରାଂଚଳର ଭୋଟର ଭାଇଭଉଣୀମାନଙ୍କ ସହଯୋଗ କାମନା କରୁଛି ବୋଲି ଗଣମାଧ୍ୟମ ଜରିଆରେ ପ୍ରକାଶ କରିଛନ୍ତି । ଏହି ସମ୍ବାଦିକ ସମ୍ମିଳନୀରେ ଶ୍ରୀମତି ମାଝିଙ୍କ ସମର୍ଥକ ଶଶିରେଖା ସ୍ୱାଇଁ, ମାମାଲି ଗୈାଡ, ବନିତା କୁମାରୀ ଥାପା, ଭାନୁପ୍ରିୟା ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.