ରାୟଗଡା ପୈାର ନିର୍ବାଚନ ପ୍ରଚାର ମଇଦାନରେ ବିଜେଡି ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ

ଲୋକଙ୍କ ବିପୁଳ ସମର୍ଥନ ଓ ବିଜେଡି ଜିନ୍ଦାବାଦରେ କମ୍ପୁଛି ରାୟଗଡାର ପ୍ରତି ୱାର୍ଡ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ବିଜେଡି ଜିନ୍ଦାବାଦ…ଏନ. ଭାସ୍କର ରାଓ ଜିନ୍ଦାବାଦ । ରାୟଗଡାର ପ୍ରତି ୱାର୍ଡରେ ଶୁଣିବାକୁ ମିଳୁଛି ଏହି ନାରା । ଯାହାକୁ ଶୁଣି ନିର୍ବାଚନ ମଇଦାନରେ ଓହ୍ଳାଇଥିବା ବିରୋଧୀ ପ୍ରାର୍ଥୀଙ୍କ ଜିତିବା ଆଶା ଏକ ପ୍ର୍ରକାର ମଉଳି ଯାଉଥିବାର ଆଶଙ୍କା କରାଯାଇପାରେ । ପ୍ରତିୱାର୍ଡରେ ବିଜେଡି ପ୍ରତି ଲୋକଙ୍କ ବିପୁଳ ସମର୍ଥନ, ସାହି ଗଳିରେ ବିଜେଡିର ପତକା, ଝଣ୍ଡା ସହ ବିଜେଡି ଜିନ୍ଦାବାଦର ନାରା ଏବଂ ପ୍ରଚାର ମଇଦାନରେ ସର୍ବାଗ୍ରେ ରହିଥିବା ବିଜେଡି ପ୍ରାର୍ଥୀଙ୍କ ଭୋଟଭିକ୍ଷା ପୈାର ନିର୍ବାଚନ ଉଷ୍ମତାକୁ ଆହୁରି ସରଗରମ କରିବାରେ ଲାଗିଛି । ବିଶେଷ କରି ରାୟଗଡା ଜିଲ୍ଳାର ବିଜେଡି ସୁପ୍ରିମୋ ତଥା ବିଜେଡି ଟାଇଗର ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ ପ୍ରଚାର ମଇଦାନରେ ଓହ୍ଳାଇଥିବାରୁ ଲୋକଙ୍କ ମଧ୍ୟରେ ଥିବା ଜନସମର୍ଥନ ଆହୁରି ବୃଦ୍ଧି ପାଇବାରେ ଲାଗିଛି । ଆଜି ରାୟଗଡା ପୈାର ପରିଷଦର ୱାର୍ଡ ନମ୍ବର ୭’ର ବିଜେଡି କାଉନସିଲର ପ୍ରାର୍ଥୀ ବାରଜି ଜଗନ ମୋହନ ରାଓ ଏବଂ ପୈାରାଧ୍ୟକ୍ଷ ପ୍ରାର୍ଥୀ ମହେଶ ପଟ୍ଟନାୟକଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିପୁଳ ପରିମାଣରେ ଜୟଯୁକ୍ତ କରି ୱାର୍ଡର ସର୍ବାଙ୍ଗୀନ ବିକାଶ ପାଇଁ ଭୋଟରଙ୍କ ଠାରେ ପଂହଚି ସାଂସଦ ଶ୍ରୀ ରାଓ ଭୋଟଭିକ୍ଷା କରିଛନ୍ତି ।

ୱାର୍ଡ ନମ୍ବର ୭ସ୍ଥିତ ରାୟଗଡା ସହରର ଗ୍ରାମଦେବୀ ମା ବୁରୁଦୁଲ୍ଳାପୋଲାମା ମନ୍ଦିର ନିକଟ ମଣ୍ଡପ ଠାରେ ସାଂସଦ ଶ୍ରୀ ରାଓ ୱାର୍ଡବାସିନ୍ଦାଙ୍କ ସହ ଆଲୋଚନା କରି ନବୀନ ସରକାରଙ୍କ ଶାସନରେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମିଳୁଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ରାୟଗଡା ଜିଲ୍ଳାବାସୀ ଉପକୃତ ହେଉଥିବା ବେଳେ ରାୟଗଡା ସହରାଂଚଳରେ ମଧ୍ୟ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି । ଏଥିସହ ସହରାଂଚଳରେ ବିଜୁଳି, ରାସ୍ତାଘାଟ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ସମେତ ଅନେକ ମୈାଳିକ ସୁବିଧା ଯୋଗାଇ ଦିଆଯାଇଛି ।

ତେବେ କିଛିଟା କାର୍ଯ୍ୟ ଅସଂପୂର୍ଣ୍ଣ ଥିବାରୁ ପୁଣିଥରେ କ୍ଷମତାକୁ ଆସି ସେଗୁଡିକୁ ସଂପୂର୍ଣ୍ଣ କରି ଲୋକଙ୍କ ସମସ୍ୟାର ସମାଧାନ କରିବୁ ଏବଂ ଲୋକେ ମଧ୍ୟ ବିଜୁ ଜନତା ଦଳ ପ୍ରାର୍ଥୀଙ୍କୁ ଜିତେଇବା ପାଇଁ ନିଜ ତରଫରୁ ପ୍ରତିଶୃତି ଦେବା ସହ ଆମେ ତାଙ୍କ ନିକଟକୁ ଗଲେ ଆପଣ ଅନ୍ୟ ୱାର୍ଡକୁ ଯାଆନ୍ତୁ ଏହି ୱାର୍ଡରେ ଆମେ ସମସ୍ତେ ବିଜେଡି ସପକ୍ଷରେ ଭୋଟ ଦେବୁ ବୋଲି ନିଜ ପକ୍ଷରୁ କହୁଛନ୍ତି ଏବଂ ଲୋକଙ୍କ ଏଭଳି ସମର୍ଥନ ବିଜେଡି ସପକ୍ଷରେ ପୂର୍ବରୁ ରହିଆସିଛି ତେଣୁ ଚଳିତ ପୈାର ନିର୍ବାଚନରେ ୨୪ଗୋଟି ୱାର୍ଡର କାଉନସିଲର ଓ ପୈାରାଧ୍ୟକ୍ଷ ଆସନକୁ ବିଜୁ ଜନତା ଦଳ ହାତେଇବ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ବୋଲି ସାଂସଦ ଶ୍ରୀ ରାଓ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.