କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଭାବେ କୁନି ସାହୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ପଂଚାୟତ ସମିତି ଅଧ୍ୟକ୍ଷ ଆସନ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ମୋଟ ୧୨ ଜଣ ସମିତି ସଭ୍ୟ ମଧ୍ୟରୁ ଆଜି ୧୦ ଜଣ ଉପସ୍ଥିତ ଥିବା ବେଳେ ୨ ଜଣ ଅନୁପସ୍ଥିତ ଥିଲେ । କୁନି ସାହୁ ବିଜେଡି ସମର୍ଥିତ ପ୍ରାର୍ଥୀନୀ ଭାବେ ଜଣେ ମାତ୍ର ନାମାଙ୍କନ ପତ୍ର ଦାଖଲ କରିଥିଲେ ଓ ତାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା । ତାଙ୍କୁ ବ୍ଲକ ଗେଟ ଠାରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ନର୍ଲା ବିଧାୟକ ଭୂପିନ୍ଦର ସିଂ, ଯୁବ ବିଜେଡି ରାଜ୍ୟ ଉପସଭାପତି ମଣ୍ଟୁ ନାୟକ, ଛାତ୍ର ବିଜେଡି ଜିଲ୍ଲା ସଭାପତି ଅଜିତ ସାହୁ, ଚିନ୍ମୟ ମିଶ୍ର, ଦୀନବନ୍ଧୁ ସାହୁ ପ୍ରମୁଖ ସ୍ୱାଗତ କରିଥିଲେ ।

ପ୍ରକାଶ ଥାଉକି ଶ୍ରୀମତୀ କୁନି ସାହୁ ଏହା ପୂର୍ବରୁ ୨୦୦୨ ରୁ ୨୦୦୭ ପର୍ଯ୍ୟନ୍ତ ବ୍ଲକ ଅଧକ୍ଷା ଭାବେ କାର୍ଯ୍ୟ କରିସାରିଛନ୍ତି । ତେଣୁ ତାଙ୍କ ନେତୃତ୍ୱରେ ବ୍ଲକର ସର୍ବବିଧ ଉର୍ନ୍ନତି ହୋଇପାରିବ ବୋଲି ଆଶା କରାଯାଉଛି । ସେ ମଧ୍ୟ ଏଥର ଗଜବାହାଲ ସମିତିସଭ୍ୟ ନିର୍ବାଚନ ରେ ଲଢ଼ି ରେକର୍ଡ ସଂଖ୍ୟକ ଭୋଟ (୨୭୦୦ ରୁ ଅଧିକ )ବ୍ୟବଧାନରେ ବିଜୟୀ ହୋଇ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ସାହୁ, ବରିଷ୍ଠ ନେତା ଜାକିର ହୁସେନ, ଶିବଲାଲ କେଡ଼ିଆ, ଯୁବ ବିଜେଡି ସୋସିଆଲ ମିଡ଼ିଆ ସଂଯୋଜକ ସୋନୁ ରଣାଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.