ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ବଛତାପକ୍ଷ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ବିଶ୍ୱନାଥପୁର ବଣିକ ସଂଘ ମିଳିତ ଆନୁକୂଲ୍ୟରେ ସ୍ଵଛତା ପକ୍ଷ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱନାଥପୁର ବଣିକ ସଂଘ, କଲେଜ ଛାତ୍ରଛାତ୍ରୀ, ମେଡ଼ିକାଲ କର୍ମଚାରୀ, ଗାଁ କଲ୍ୟାଣ ସମିତି, ସଫେଇ କର୍ମଚାରୀ ମିଳିତ ସହଯୋଗରେ ବିଶ୍ୱନାଥପୁର କଲେଜ ଛକଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସ୍ୱଚ୍ଛତାକୁ ନେଇ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିବା ପରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ଵଛତାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଡ଼ା. ଭବାନୀ ଶଙ୍କର ଲେଙ୍କା, ପିଏଚ ଇଓ ଦିବାକର ପ୍ରଧାନ, ବିପିଏମ୍ ସୁରଜିତ ସିଂ କୁମାର, ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ପୂର୍ବତନ ବ୍ଳକ ଉପାଦକ୍ଷ ଜଗଦୀଶ ବେନିଆଁ, ବରିଷ୍ଠ ନାଗରିକ ରଘୁବୀର ନାଗ, ବଣିକ ସଂଘ ପକ୍ଷରୁ ନକୁଳ କୁମାର, ପ୍ରଣବ କୁମାର ପୁଷ୍ଟି, ଆଲୋକ କୁମାର ଦେହୁରୀ, ଉଦିତ ସା, ବିଶ୍ୱନାଥପୁର କଲେଜ ଛାତ୍ରଛାତ୍ରୀ, ଗାଁ କଲ୍ୟାଣ ସମିତିର ସଭ୍ୟ ସଭ୍ୟା, ନିର୍ମଳ ଯୋଜନାର ସଫେଇ କର୍ମଚାରୀ ସାମିଲ ହୋଇଥିଲେ ।

ବିଶ୍ଵନାଥପୁର ମେଡ଼ିକାଲ ପରିସରରେ ଥିବା ଅନାବନା ଗଛ, ପଲିଥିନ, ଅଳିଆ ଆବର୍ଜନା, ଅଦରକାରୀ ସାମଗ୍ରୀ, ସଫା କରାଯାଇଥିଲା । ପ୍ରତି ମାସରେ ଶେଷ ସପ୍ତାହରେ ଗୋଟିଏ ଦିନ ସମସ୍ତେ ମିଳିମିଶି ସଫେଇ କାର୍ଯ୍ୟରେ ଯୋଗ ଦେଇ ବିଶ୍ୱନାଥପୁର ସହରକୁ ସ୍ଵଛତା ରଖିବା ପାଇଁ ନିଷ୍ପତ୍ତି ନେଇ ଶପଥ ପାଠ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.