କେସିଙ୍ଗାରେ ପୌର ନିର୍ବାଚନ ତାତି: ବିଜେଡି-ବିଜେପି ଛକାପଞ୍ଝା, କଂଗ୍ରେସ ସାଜିଛି କଣ୍ଟା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲାରେ ପୌର ନିର୍ବାଚନ ତାତି ଦିନକୁ ଦିନ ଉଷ୍ଣ ହେବାରେ ଲାଗିଛି । ୨୨ ତାରିଖ ସଂଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବାକୁ ଥିବା ବେଳେ ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ଘରକୁ ଘର ଯାଇ ପ୍ରଚାର କରୁଛନ୍ତି । ସହରରେ ଅନେକ ସମସ୍ୟା ଥିବା ବେଳେ ଭୋଟର୍ କାହାକୁ ବାଛିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ପଦ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଛକାପଞ୍ଝା ଚାଲିଥିବା ବେଳେ ବିଜେଡି ଓ ବିଜେପିର କଣ୍ଟା ସାଜିଛି କଂଗ୍ରେସ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମୁଖ୍ୟମନ୍ତ୍ରୀଙ୍କକ ନିର୍ମଳ ଓ ସ୍ଵଚ୍ଛ ଶାସନ ତଥା ରାଜ୍ୟ ସରକାରଙ୍କ ବହୁମୁଖି ବିକାଶ ଯୋଜନାକୁ ନେଇ ଜିଲ୍ଲାର ଦଳୀୟ ହେବିୱ୍ବେଟ ନେତା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ (ପୁଷୁ), ନର୍ଲା ବିଧାୟକ ଭୁପିନ୍ଦର ସିଂ, ପୁର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ ପ୍ରଚାର ମଙ୍ଗ ଧରିଛନ୍ତି । ଭୋଟରଙ୍କ ଘରକୁ ଘର ଯାଇ ରାଜ୍ୟ ସରକାରଙ୍କ ବିକାଶମୁଖି ଯୋଜନା ଓ କେସିଙ୍ଗାର ସର୍ବାଙ୍ଗୀନ ଉନ୍ନତି କଥା କହୁଛନ୍ତି ନେତା ଓ ବିଜେଡ଼ି ପ୍ରାର୍ଥୀଙ୍କ ସପକ୍ଷରେ କରୁଛନ୍ତି ଭୋଟ ପ୍ରଚାର । ସେପଟେ ରାତି ଅଧିଆ ବିଜେଡିରୁ ଯାଇ ବିଜେପି ପ୍ରାର୍ଥୀ ହୋଇଥିବା ଯୁବ ବ୍ୟବସାୟୀ ସଚିନ୍ ଜୈନ୍ ମାରୱାଡ଼ି ଭୋଟରଙ୍କୁ ହାତେଇବା ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଥିବା ବେଳେ ସିନେ ଅଭିନେତ୍ରୀଙ୍କୁ ସାଙ୍ଗରେ ଧରି ଭୋଟ ପ୍ରଚାର କରୁଛନ୍ତି । ତେବେ ବିଜେପି ଦଳର ନେତା ଓ କର୍ମୀଙ୍କ ଅସନ୍ତୋଷ ବିଜେପିକୁ ଅଡ଼ୁଆରେ ପକାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।

Udyog Nursery
Udyogi Nursery

ବିଜେଡି ଓ ବିଜେପିକୁ ଚକମା ଦେବା ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ପୂର୍ବତନ ନଗରପାଳ ରାମକୁମାର ଜୈନ ମଧ୍ୟ ମାରୱାଡ଼ି ଭୋଟକୁ ଅଧିକ ହାତେଇବା ପାଇଁ ଗୋଟି ଚାଳନା କରୁଛନ୍ତି । ଯାହାକି ମାରଓ୍ବାଡି ସମାଜର ଅଧିକାଂଶ ଭୋଟର ରାମକୁମାରଙ୍କୁ ପ୍ରଥମ ପସନ୍ଦ କରୁଥିବା ନେଇ ଚର୍ଚ୍ଚା ହେଉଛି । ଅନ୍ୟପଟେ ରାମକୁମାର ଜୈନ ଜଣେ ପୂର୍ବତନ ନଗରପାଳ ହୋଇଥିବା ବେଳେ ତାଙ୍କର ଅଭିଜ୍ଞତା ରହିଥିବା ଦୃଷ୍ଟିରୁ ଅନ୍ୟ ସଂପ୍ରଦାୟର ଭୋଟର ମଧ୍ୟ ପସନ୍ଦ କରୁଥିବା ନେଇ ଖବର ସଂଗ୍ରହରୁ ଜଣାପଡିଛି । ଅପରପକ୍ଷରେ ରାମକୁମାରଙ୍କ ସପକ୍ଷରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସଙ୍କ ମାରାଥନ୍ ପ୍ରଚାର ଚାଲିଛି । ପ୍ରଚଣ୍ଡ ତାତିରେ ନେତା ଓ କର୍ମୀଙ୍କ ମାରାଥନ ପ୍ରଚାର ଭୋଟରଙ୍କୁ କେତେ ପ୍ରଭାବିତ କରିବ ତାହା ଦେଖିବାକୁ ବାକି ଅଛି ।

ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୁପିନ୍ଦର, ପୁଷ୍ପେନ୍ଦ୍ର, ଦୁଷ୍ମନ୍ତଙ୍କ ସମେତ ଆଇନଜିବୀ ଜୟକୁମର ସିଂହଦେଓ ଓ କେସିଙ୍ଗାର ସମସ୍ତ ବିଜେଡି ନେତା ଓ କର୍ମୀ ଏକଜୁଟ ହେଇ ପ୍ରଚାର କରୁଥିବା ବେଳେ ଜଣେ ଅଦୃଶ୍ୟ ନାୟକ କେସିଙ୍ଗାର ଏକ ଦାମି ହୋଟେଲରେ ରହି ପ୍ରଚ୍ଛଦପଟ୍ଟ ନାୟକ ଭାବେ ନିର୍ବାଚନ ପ୍ରଚାର କରୁଥିବା କେସିଙ୍ଗା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ବିଜେଡିର ହେଭିୱଟ ନେତା ଓ ପ୍ରଚ୍ଛଦପଟ୍ଟ ନାୟକ ଦଳକୁ କେତେ ଦୂର ସଫଳତା ଆଣିଦେବ ତାହା ଦେଖିବାକୁ ବାକି ରହିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.