ଗାଁକୁ ସ୍ବଚ୍ଛ ପରିମଳ ରଖିବା ପାଇଁ ଜନସଚେତନତା ଅଭିଯାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମର ଉନ୍ନତି କରିବା ତଥା ଗାଁକୁ ଏକ ଆଦର୍ଶ ଗ୍ରାମ ଭାବେ ଗଢିତୋଳିବା ଲକ୍ଷ୍ୟ ନେଇ ଗ୍ରାମର ଯୁବକ ମାନେ ଅଣ୍ଟା ଭିଡିଛନ୍ତି । ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା କିପରି ଗ୍ରାମର ଲୋକଙ୍କ ପାଖରେ ପହଞ୍ଚିବ, ଗାଁର ବିଭିନ୍ନ ସମସ୍ୟା ଉପରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇ କିପରି ତାହାର ସମାଧାନ କରାଯାଇପାରିବ ଏବଂ ଗ୍ରାମରେ ଭାଇଚାରା କିପରି ସଦା ସର୍ବଦା ବଜାୟ ରହିବ ସେନେଇ ଗ୍ରାମର ଯୁବକମାନେ ଏକତ୍ରିତ ହୋଇ ପୂର୍ବରୁ ଜୟ କନ୍ଦାଡଙ୍ଗର ଗ୍ରାମ ବିକାଶ ନାମରେ ଏକ କମିଟି ଗଠନ କରିଛନ୍ତି । ବର୍ତମାନ ଏହି କମିଟି ଆଗ୍ରହ ସହିତ ବିଭିନ୍ନ ପଦକ୍ଷେପ ହାତକୁ ନେଇ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ବାଲସିକୁ ସ୍ବଚ୍ଛ ଓ ପରିମଳ ଗ୍ରାମ ଭାବେ ଗଠନ କରିବା ଲକ୍ଷ୍ୟ ନେଇ ମାର୍ଚ୍ଚ ୨୭ ତାରିଖ ଦିନ ଗାଁରେ ଏକ ଜନସଚେତନତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜୟ କନ୍ଦାଡ଼ଙ୍ଗର ଗ୍ରାମ ବିକାଶ କମିଟି ବାଲସିର ଏହି ଜନସଚେତନତା ଅଭିଯାନକୁ ଗ୍ରାମବାସୀ ସହଯୋଗ କରିଥିବା ବେଳେ ଏହି ମହତ କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶଂସା କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.