ସରପଞ୍ଚଙ୍କ ପ୍ରଚେଷ୍ଟାରେ ଦେଓଗାଁ ପଞ୍ଚାୟତରେ ପ୍ରତିଷ୍ଠା ହେଲା ନୂତନ ଉପ ଡାକଘର

ଶୁଭ ଉଦ୍ଘାଟନ କଲେ ଦେଓଗାଁ ସରପଞ୍ଚ ଡମ୍ବରୁଧର ପଟ୍ଟନାୟକ, ହଜାର ହଜାର ଲୋକ ହେବେ ଉପକୃତ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ଦେଓଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପ୍ରକୋଷ୍ଠରେ ନୂତନ ଉପଡ଼ାକଘର ଉଦଘାଟିତ ହୋଇଯାଇଛି । ଗୁରୁବାର ଦିନ ସଦେଓଗାଁ ସରପଞ୍ଚ ଡମ୍ବରୁଧର ପଟ୍ଟନାୟକ ଉକ୍ତ ଡାକଘରକୁ ଫିତାକାଟି ଶୁଭ ଉଦ୍ଘାଟନ କରିଥିଲେ ‌। ଏହି ଉପ ଡାକଘର ଉଦଘାଟିତ ହେବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଅଞ୍ଚଳର ହଜାର ହଜାର ଜନସାଧାରଣ ଉପକୃତ ହେବେ ବୋଲି ଜଣାପଡିଛି । ଏଠାରେ ସୂଚନାଯୋଗ୍ୟ ଯେ, ଦେଓଗାଁ ଗ୍ରାମ ପଞ୍ଚାୟତ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏଠାରେ କୌଣସି ବ୍ୟାଙ୍କିଙ୍ଗ ସୁବିଧା ନଥିବାରୁ ଲୋକେ ଦୂର ସ୍ଥାନ ଯଥା; ଉତ୍କେଲା, କେସିଙ୍ଗା, ପାଷ୍ଟିକୁଡି, ଭବାନୀପାଟଣାକୁ ଯାଇ ବ୍ୟାଙ୍କିଙ୍ଗ କାରବାର କରୁଥିଲେ ‌। ବରିଷ୍ଠ ନାଗରିକମାନେ ପେନସନ ପାଇବାକୁ ହେଲେ ଖରା, ବର୍ଷାରେ ଦୂର ସହରକୁ ଯାଇ ହଇରାଣ ହରକତ ହେଉଥିଲେ । ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଦେଓଗାଁ ଗ୍ରାମ ପଞ୍ଚାୟତର ନୂତନ ସରପଞ୍ଚ ଡମ୍ବରୁଧର ପଟ୍ଟନାୟକ ଡାକ ବିଭାଗର ଜିଲ୍ଲା ସୁପରିଟେଣ୍ଡେଣ୍ଟଙ୍କ ନିକଟକୁ ଯାଇ ନୂତନ ଉପ ଡାକ ଘର ଖୋଲିବା ପାଇଁ ଦାବି କରିଥିଲେ । ସୁପରିଟେଣ୍ଡେଣ୍ଟ ଏହି ଦାବିକୁ ଭିତ୍ତିକରି ତୁରନ୍ତ ଉପଡ଼ାକ ଘର ଖୋଲିବାକୁ ନିର୍ଦ୍ଦେଶ ଦେବାରୁ ଜିଲ୍ଲା ଡାକ ମଣ୍ଡଳ ସହ ଅଧିକ୍ଷକ ମୋହନ ସୁନା, ଉପ ଡାକପାଳ ସର୍ଦ୍ଦାର ପ୍ରୀତ ପାଳ ସିଂ, ଅଭିଷେକ ପଣ୍ଡା, ଚାଞ୍ଚେର, ପାଷ୍ଟିକୁଡି, ଗୋକୁଳେଶ୍ୱର, ବ୍ରାଞ୍ଚ ପୋଷ୍ଟ ମାଷ୍ଟର, ଦେଓଗାଁ ଗ୍ରାମବାସୀ ମାନେ ଏହି ଉଦଘାଟନୀ ଉତ୍ସବରେ ଯୋଗଦେଇଥିଲେ । ଏହି ଉପ ଡାକ ଘର ଉଦ୍ଘାଟିତ ହେବାରୁ ଅଞ୍ଚଳବାସୀ ଆଧାରକାର୍ଡ, ମାନରେଗା ଯୋଜନା, ସଞ୍ଚୟ ଜମା, ଇନ୍ସୁରେନ୍ସ, ଫିକ୍ସ ଡ଼ିପୋଜିଟ, ସୁକନ୍ୟା ଯୋଜନା, ଆଧାର କାର୍ଡ, ଜବ କାର୍ଡ ଆଦିର ସୁବିଧା ପାଇପାରିବେ । ଏହି ଅବସରରେ ୨୦ଟି ସଞ୍ଚୟ ଜମା ଖାତା ଖୋଲା ଯାଇଥିଲା । ପରିଶେଷରେ ଦେଓଗାଁ ପିଇଓ ଆନନ୍ଦ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.