ପ୍ରତିଶୃତି ରଖିଲେ ବ୍ଲକ ଉପାଧ୍ୟକ୍ଷ, ୨୪ ଘଣ୍ଟା ମଧ୍ୟରେ ସ୍କୁଲ ପରିସରରେ ଖୋଲାଇଲେ ନଳକୂପ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଉପାଧ୍ୟକ୍ଷ ରାଜିବ ଅଗ୍ରୱାଲ ନିଜ ପ୍ରତିଶୃତି ରକ୍ଷାକରି ୨୪ ଘଣ୍ଟା ମଧ୍ୟରେ ସ୍କୁଲ ପରିସରରେ ନଳକୂପ ଖନନ ଆରମ୍ଭ କରାଇଛନ୍ତି । ବୁଧବାର କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ପିତବାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ପରିଦର୍ଶନ କରିଥିଲେ ଉପାଧ୍ୟକ୍ଷ, ସ୍କୁଲରେ ରହିଥିବା ପାନିୟ ଜଳ ସମସ୍ୟାକୁ ନେଇ ଶିକ୍ଷକ ଓ ଛାତ୍ର ଛାତ୍ରୀ ଦୃଷ୍ଟି ଆକର୍ଷଣ କରିଥିଲେ ଓ ଏହାକୁ ପୁରଣ କରିବାକୁ ଉପାଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିଲେ । ତେବେ ଗୁରବାର ସ୍କୁଲ ପରିସରରେ ନଳକୂପ ଖନନ ହୋଇଛି । ଜନ ପ୍ରତିନିଧିଙ୍କ ତ୍ୱରିତ ପଦକ୍ଷେପକୁ ନେଇ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ଅନ୍ୟପକ୍ଷରେ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ତଥା ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ ଉପାଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.