କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ସବ୍‌କା ବିକାଶ ମହାକୁଇଜ୍‌’ର ଶୁଭାରମ୍ଭ : ଭାଗ ନେଇ ଜିତନ୍ତୁ ପୁରସ୍କାର 

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ : ଯେମିତିକି ଭାରତ ନିଜ ସ୍ୱାଧୀନତାର ୭୫ ତମ ବର୍ଷ ପୂର୍ତି ଉପଲକ୍ଷେ, ଆଜାଦୀର ଅମୃତ ମହୋତ୍ସବ ପାଳନ କରୁଛି, ସରକାର ଭାଗୀଦାରୀ ଶାସନ ତଥା ଯୋଜନା ସମୂହ ଏବଂ କାର୍ଯ୍ୟକ୍ରମ ଗୁଡିକ ସହିତ ନାଗରିକ ମାନଙ୍କୁ ଯୋଡିବା ପାଇଁ ପ୍ରୟାସକୁ ଦ୍ରୁତ କରି ଦେଇଛନ୍ତି । ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ସେବା ପହଂଚାଇବା ଦୃଷ୍ଟିକୋଣର ଏକ ଅଂଶ ରୂପରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧିନରେ ମାଇଁ ଗଭ୍ ସବ୍‌କା ବିକାଶ ମହାକୁଇଜ୍ ଶୃଙ୍ଖଳାର ଆୟୋଜନ କରୁଛି, ଯାହା ନାଗରିକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପ୍ରୟାସର ଅଂଶ ବିଶେଷ ଅଟେ । କୁଇଜ୍‌ର ଉଦ୍ଦେଶ୍ୟ ପ୍ରତିଯୋଗୀ ମାନଙ୍କୁ ବିଭିନ୍ନ ଯୋଜନା ଗୁଡିକ ସମ୍ପର୍କରେ ଏବଂ ଏହାର ପଦକ୍ଷେପ ସହିତ ଏହା ଦ୍ୱାରା ଲାଭାନ୍ୱିତ ହେବା ବିଷୟରେ ସଚେତନତା ସୃଷ୍ଟି କରିବା । ପ୍ରଶ୍ନୋତର ଶୃଙ୍ଖଳାରେ ବ୍ୟାପକ ଭାଗୀଦାରୀତା ଦ୍ୱାରା ତୃଣମୂଳ ସ୍ତରରେ ସରକାରଙ୍କର ସଂଯୋଗ ଆହୁରି ଗଭୀର ହେବ । ଏହି ପରିପ୍ରେକ୍ଷୀରେ ମାଇଁ ଗଭ୍ ଲୋକମାନଙ୍କୁ ଏହି କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇ ନୂତନ ଭାରତ ସମ୍ପର୍କରେ ନିଜର ଜ୍ଞାନ ପରଖିବା ନିମନ୍ତେ ଆମନ୍ତ୍ରିତ କରିଛି ।

Omkar Vasthu
Omkar Vasthu

• ୧୪ ଏପ୍ରିଲ୍‌, ୨୦୨୨ରେ କୁଇଜ୍ ଶୃଙ୍ଖଳାର ଶୁଭାରମ୍ଭ

Pearl dental clinic
Near Ashish Medical Store, Bhawanipatna

ଏହି କୁଇଜ୍ ୧୪ ଏପ୍ରିଲ୍‌, ୨୦୨୨ରେ ଭାରତ ରତ୍ନ ଡ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଉପଯୁକ୍ତ ରୂପରେ ଆରମ୍ଭ କରାଯାଇଛି । ଏହି କୁଇଜ୍‌ର ଶୁଭାରମ୍ଭ ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ସମସ୍ତ ଭାରତୀୟ ମାନଙ୍କୁ ଏହି “ବିକାଶ ପର୍ବ”ରେ ଭାଗ ନେବା ପାଇଁ ଏବଂ ନାଗରିକ ଭାଗୀଦାରତାକୁ ସୁଦୃଢ଼ କରିବା ପାଇଁ କହିଛନ୍ତି । କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ରଶେଖର ସବ୍‌କା ବିକାଶ ମହାକୁଇଜ୍‌କୁ ସରକାରଙ୍କ ପାଇଁ ନାଗରିକ ମାନଙ୍କ ସହିତ ଭାଗରଦାରୀତା କ୍ଷେତ୍ରରେ ଅନେକ ବୃହତ୍ ପଦକ୍ଷେପ ଗୁଡିକ ମଧ୍ୟରୁ ଗୋଟିଏ ବୋଲି କହିଛନ୍ତି । ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ସରକାର ଏବଂ ଶାସନରେ ସମସ୍ତ ସରକାରୀ କାର୍ଯ୍ୟକ୍ରମ ଗୁଡିକରେ ସମ୍ଭାବ୍ୟତା, ପ୍ରଭାବ ଏବଂ ସବ୍‌କା ସାଥ, ସବ୍‌କା ବିକାଶର ଦୃଷ୍ଟିକୋଣର ପରିପ୍ରେକ୍ଷୀରେ ନୂତନ ମାନକ ସ୍ଥାପିତ କରିଛି । ଏହି କାର୍ଯ୍ୟକ୍ରମ ଗୁଡିକର ପ୍ରଭାବ ଏବଂ ବ୍ୟାପକତା, ବିଶେଷ ରୂପରେ ଗରିବ ଲୋକ ମାନଙ୍କ ନିମନ୍ତେ ପରିବର୍ତନକାରୀ ରହିଛି । ଯେହେତୁ ଅଧିକରୁ ଅଧିକ ନାଗରିକ ଏଥିରେ ପ୍ରଭାବିତ ହେଉଛନ୍ତି, ଏଥିପାଇଁ ଏହା ସୁନିଶ୍ଚିତ କରିବା ମହତ୍ୱପୂର୍ଣ୍ଣ ଯେ, ଆମର ସମସ୍ତ ନାଗରିକ ଏହି ଯୋଜନା ଗୁଡିକ ସମ୍ପର୍କରେ ଅବଗତ ହୁଅନ୍ତୁ ।

Udyog Nursery
Udyogi Nursery

ସରକାର ଶାସନକୁ ପୁନଃପରିଭାଷିତ କରିବା ଦିଗରେ ଅଧିକରୁ ଅଧିକ ପ୍ରୟାସ କରୁଛନ୍ତି । ସବ୍‌କା ବିକାଶ ମହାକୁଇଜ୍ ନାଗରିକ ମାନଙ୍କୁ ଯୋଡିବା ଉଦ୍ଦେଶ୍ୟରେ ସରକାରଙ୍କର ଅନେକ ବୃହତ୍ ପଦକ୍ଷେପଗୁଡିକ ମଧ୍ୟରୁ ଗୋଟିଏ, ଯାହା ସଚେତନତା ସୃଷ୍ଟି କରିଥାଏ ଏବଂ ଲୋକ ମାନଙ୍କୁ ସଚେତନ ନାଗରିକ ହେବା ପାଇଁ ପ୍ରୋତ୍ସାହିତ କରିଥାଏ । ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିବା ନିମନ୍ତେ ଡ. ବାବାସାହେବ ଆମ୍ବେଦକରଙ୍କର ଜୟନ୍ତୀ ଦିବସ, ୧୪ ଏପ୍ରିଲ୍ ଠାରୁ ଆଉ ଭଲ ଦିନ କ’ଣ ହୋଇ ପାରିଥାନ୍ତା । ବାବାସାହେବଙ୍କର ସମାନତା, ନ୍ୟାୟ ଏବଂ ସମାବେଶନର ଆଦର୍ଶ, ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଂଚିବା ପାଇଁ ସରକାରଙ୍କର ପ୍ରତିବଦ୍ଧତା ଏବଂ ଅନ୍ତ୍ୟୋଦୟକୁ ନେଇ ତାଙ୍କର ଦର୍ଶନ ଏକ ପଥପ୍ରଦର୍ଶକ ଆଲୋକ ରୂପରେ କାର୍ଯ୍ୟ କରିଥାଏ ।”

• ପିଏମ୍‌ଜିକେଏୱାଇ କୁଇଜ୍‌ର ପ୍ରଥମ ବିଷୟ

ପ୍ରଥମ ପ୍ରଶ୍ନୋତର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ମନ୍ତ୍ରଣାଳୟ ଅଧୀନରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏୱାଇ) ଉପରେ ଆଧାରିତ ହେବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏୱାଇ) ଏକ ଗରିବ – କଲ୍ୟାଣ ଯୋଜନା ଅଟେ, ଯାହାର ଉଦ୍ଦେଶ୍ୟ କୋଭିଡ୍ – ୧୯ ମହାମାରୀ କାରଣରୁ ଗରିବ ଲୋକମାନଙ୍କୁ ସାମନା କରିବାକୁ ପଡୁଥିବା ଆହ୍ୱାନ/ ସମସ୍ୟାକୁ କମ୍ କରିବା । ଏହାର ତତ୍କାଳିକ ଲକ୍ଷ୍ୟ ଏହା ସୁନିଶ୍ଚିତ କରିବାର ଥିଲା ଯେ, କୌଣସି ଗରିବ କିମ୍ବା ଦୁର୍ବଳ ବ୍ୟକ୍ତି କିମ୍ବା ପରିବାର ଯେମିତି ଭୋକ ଓପାସରେ ନରୁହନ୍ତି । ଏହି ଯୋଜନା ଅଧୀନରେ, ସମସ୍ତ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (ଏନ୍‌ଏଫ୍‌ଏସ୍‌ଏ)ର ହିତାଧିକାରୀ ପ୍ରତି ମାସରେ ୫ କେଜି ମାଗଣା ଶସ୍ୟ ପାଇବା ପାଇଁ ହକଦାର ଅଟନ୍ତି । ଏହା ଏନ୍‌ଏଫ୍‌ଏସ୍‌ଏ ହିତାଧିକାରୀମାନଙ୍କ ପାଇଁ ଉପଲବ୍ଧ ଅତ୍ୟଧିକ ସବ୍‌ସିଡି ଲାଗୁ କରାଯାଇଥିବା ଖାଦ୍ୟଶସ୍ୟ ଅତିରିକ୍ତ ଅଟେ ।

ପିଏମ୍‌ଜିକେଏୱାଇ ଦେଶର ଗରିବ ଲୋକମାନଙ୍କ ଉପରେ ପଡିଥିବା କୋଭିଡ୍ ମହାମାରୀର ପ୍ରଭାବ ଗୁଡିକର ମୁକାବିଲା କରିବା ନିମନ୍ତେ ଏକ ବିଶେଷ କାର୍ଯ୍ୟକ୍ରମ ଅଟେ । ଏହାର ଫଳ ସ୍ୱରୂପ, ଯୋଜନା ଅଧୀନରେ ୧,୦୦୦ ଲକ୍ଷ ମେଟ୍ରିକ୍ ଟନ୍‌ରୁ ଅଧିକ ଖାଦ୍ୟଶସ୍ୟ ପ୍ରଥମରୁ ବଂଟନ କରା ଯାଇସାରିଛି । ଏହାର ଆନୁମାନିକ ବିତୀୟ ବ୍ୟୟ ପାଖାପାଖି ୩.୪ ଲକ୍ଷ କୋଟି ଟଙ୍କା ଅଟେ । ଯେମିତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା, ଏହା ସୁନିଶ୍ଚିତ କରିବା ନିମନ୍ତେ କାମ କରୁଛି ଯେ, ଯେମିତି କେହି ବି ଭୋକରେ ନ ଶୁଅନ୍ତି ।”

ଏହି ଯୋଜନା ମହାମାରୀ ସମୟରେ ଅତ୍ୟଧିକ ଦାରିଦ୍ର‌୍ୟତାକୁ କମ୍ ରଖିବାରେ ସଫଳ ରହିଛି ଏବଂ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଦ୍ୱାରା ପ୍ରସ୍ତୁତ କରା ଯାଇଥିବା ଏକ ୱାର୍କିଂ ପେପରରେ ଏହାକୁ ପ୍ରଶଂସା କରାଯାଇଛି । ୱାର୍କିଂ ପେପରରେ ଉଲ୍ଲେଖ କରାଯାଇଛି ଯେ, “ପୂର୍ବ – ମହାମାରୀ ବର୍ଷ ୨୦୧୯ରେ ଅତ୍ୟଧିକ ଦାରିଦ୍ର‌୍ୟତା ୦.୮ ପ୍ରତିଶତ ସ୍ତର ପର୍ଯ୍ୟନ୍ତ ତଳକୁ ଥିଲା, ଏବଂ ଖାଦ୍ୟ ଯୋଗାଣ ଏହାକୁ ସୁନିଶ୍ଚିତ କରିବା କ୍ଷେତ୍ରରେ ସହାୟକ ହୋଇଥିଲା ଯେ ମହାମାରୀ ବର୍ଷ ୨୦୨୦ରେ ତାହା ସେହି ନିମ୍ନ ସ୍ତରରେ ହିଁ ରହୁ ।”

• କୁଇଜ୍‌ର ବିବରଣ

ଏହି କୁଇଜ୍ ସବ୍‌କା ବିକାଶ ମହାକୁଇଜ୍ ଶୃଙ୍ଖଳାର ଏକ ଅଂଶ ଅଟେ, ଯେଉଁଥିରେ ବିଭିନ୍ନ ବିଷୟ ଗୁଡିକ ଉପରେ ଭିନ୍ନ ଭିନ୍ନ କୁଇଜ୍ ଆରମ୍ଭ କରାଯିବ । ପିଏମ୍‌ଜିକେଏୱାଇ କୁଇଜ୍ ୧୪ ଏପ୍ରିଲ୍‌, ୨୦୨୨ରେ ଆରମ୍ଭ ହୋଇଛି ଏବଂ ଏହା ୨୮ ଏପ୍ରିଲ୍‌, ୨୦୨୨ରେ ଭାରତୀୟ ସମୟ ଅନୁସାରେ ୧୧.୩୦ ପର୍ଯ୍ୟନ୍ତ ଖୋଲା ରହିବ । ଏହା ଏକ ସୀମିତ ସମୟର କୁଇଜ୍ କାର୍ଯ୍ୟକ୍ରମ, ଯେଉଁଥିରେ ୩୦୦ ସେକେଣ୍ଡ ମଧ୍ୟରେ ୨୦ଟି ପ୍ରଶ୍ନର ଉତର ଦିଆଯିବ । ପ୍ରଶ୍ନୋତର ୧୨ଟି ଭାଷା ଗୁଡିକରେ – ଇଂରାଜୀ, ହିନ୍ଦୀ, ଅହମୀୟା, ବେଙ୍ଗଲି, ଗୁଜରାଟୀ, କନ୍ନଡ, ମାଲାୟଲମ୍‌, ମରାଠୀ, ଓଡିଆ, ପଞ୍ଜାବୀ, ତାମିଲ୍ ଏବଂ ତେଲୁଗୁରେ ଉପଲବ୍ଧ ହେବ । ପ୍ରତି କୁଇଜ୍‌ରେ ଅଧିକତମ ଶୀର୍ଷ ନମ୍ବର ରଖିଥିବା ୧୦୦୦ ଜଣ ପ୍ରତିଯୋଗୀମାନଙ୍କୁ ବିଜେତା ରୂପରେ ଚୟନ କରାଯିବ । ଚୟନ କରାଯାଇଥିବା ବିଜେତା ମାନଙ୍କୁ ପ୍ରତ୍ୟେକଙ୍କୁ ୨,୦୦୦ ଟଙ୍କା ଲେଖାଏଁ ନଗଦ ପୁରସ୍କାର ପ୍ରଦାନ କରାଯିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.