ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର/ ନିଲେଶ କୁମାର ନାଗ): ଭାରତ ରତ୍ନ ବାବା ସାହେବ ଡ଼ଃ ଭୀମ ରାଓ ରାମଜୀ ଆମ୍ବେଦକରଙ୍କର ୧୩୧ତମ ଜୟନ୍ତୀ ଲାଞ୍ଜିଗଡ଼ ବ୍ଲକର କମର୍ଦ୍ଧା ଗ୍ରାମ ପଞ୍ଚାୟତରେ ପାଳିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କମର୍ଦ୍ଧା ସରପଞ୍ଚ ସୁଶୀଳା ନାଏକ ଓ ମୁଖ୍ୟ ବକ୍ତା ଭାବେ ମୁଣ୍ଡାଗାଁ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା ଡକ୍ଟର ଭୀମ ରାଓ ଆମ୍ବେଦକର କ୍ଲବ ମୁଣ୍ଡାଗାଁର ସଭାପତି ବିଭୁତି ଭୂଷଣ ତାଣ୍ଡି ଯୋଗଦେଇ ‘ଭାରତୀୟ ସମ୍ବିଧାନର ଜନକ ଭୀମ ରାଓ ଆମ୍ବେଦକରଙ୍କ ବିନା ନୂତନ ଭାରତର ଅସ୍ତିତ୍ୱ କଳ୍ପନା କରିବା ସମ୍ଭବ ନୁହଁ’ ବୋଲି ମତପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କମର୍ଦ୍ଧା ରାଜସ୍ବ ଅଧିକାରୀ ଗଣେଶ୍ୱର ଭୋଇ, ସ୍ୱାସ୍ଥ୍ୟ କର୍ମୀ ଟିକେଶ୍ୱର ଭୋଇ, ସମିତି ସଭ୍ୟା ଶୁଶିଲା ମାଝୀ, ନାଏବ ସରପଞ୍ଚ ପିତାମ୍ବର ପଟେଲ, ପରେଶ କୁମାର ବୁଦ୍ଧିଆଙ୍କ ସମେତ ସମସ୍ତ ୱାର୍ଡ ମେମ୍ବର ଓ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ଥିଲେ । କମର୍ଦ୍ଧା ପିଇଓ ଗୌରାଙ୍ଗ ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଭାବେ ଲାଞ୍ଜିଗଡ଼ ବ୍ଲକର ସମସ୍ତ ପଞ୍ଚାୟତରେ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଥିବା ଜଣାପଡିଛି ।