ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ରେଗଡା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଗୁରୁବାର ରାତିରେ ଦୁର୍ବୁତ୍ତ ମାନଙ୍କ ଦ୍ଵାରା ଡକାୟତି ଉଦ୍ୟମ ହୋଇଥିବା ଶୁକ୍ରବାର ସକାଳେ ଜଣାପଡ଼ିଛି । ଖବର ପାଇ ମ.ରାମପୁର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ କେସିଙ୍ଗା ଏସଡ଼ିପିଓ ଅଭିନବ ଶୌନକରଙ୍କ ନେତୃତ୍ୱରେ ସନ୍ଧାନୀ କୁକୁର ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ତେବେ ବ୍ୟାଙ୍କରେ ଚୋରି ଉଦ୍ୟମ ପାଇଁ ଦୁର୍ବୁତ୍ତ ମାନେ ଚେଷ୍ଟା କରି ବିଫଳ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟ ପଟେ ଏନେଇ ବ୍ୟାଙ୍କ ମ୍ୟାନେଜର ନାରାୟଣ ସାହୁଙ୍କୁ ପଚାରିବାରୁ ଆଜି ସକାଳ ଭୋର ପାଞ୍ଚଟା ସମୟରେ ବ୍ୟାଙ୍କର ସାମନା ଗେଟ ଖୋଲା ଥିବା ବିଷୟରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସକୁ ସୂଚନା ଦେଇଥିଲି ତେବେ ଦୁର୍ବୁତ୍ତ ମାନେ ଡକାୟତି ଉଦ୍ୟମ କରିଥିଲେ ହେଁ କିଛି ନେଇ ପାରି ନାହାନ୍ତି ବୋଲି କହିଛନ୍ତି । ଏନେଇ ବ୍ୟାଙ୍କ ମେନେଜରଙ୍କ ଏତଲାକୁ ଭିତ୍ତି କରି ମ.ରାମପୁର ଥାନାରେ କେଶ ନଂ ୯୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି ।





