କେସିଙ୍ଗା ପ୍ରାଥମିକ ଶିକ୍ଷକ ସଂଘ ବୈଠକ

କେସିଙ୍ଗାରେ ହେବ ଜିଲ୍ଲା ଶିକ୍ଷକ ସଂଘ ନିର୍ବାଚନ, ପ୍ରସ୍ତୁତି ନେଇ ହେଲା ଆଲୋଚନା

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲା କେସିଙ୍ଗା ପ୍ରାଥମିକ ଶିକ୍ଷକ ସଂଘର ଏକ ବୈଠକ ସୁରେନ୍ଦ୍ର କୁମାର ଦୋରାଙ୍କ ସଭାପତିତ୍ବରେ ସ୍ଥାନୀୟ ବୃନ୍ଦାବନ କଲ୍ୟାଣ ମଣ୍ଡପ କେସିଙ୍ଗା ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଜିଲ୍ଲା ଉପ ସଭାପତି ସୁବାସ ପୁରୋହିତ ଯୋଗଦାନ ଦେଇ ଉପସ୍ଥିତ ସମସ୍ତ ଶିକ୍ଷକ ମାନଙ୍କ ସହ ନିର୍ବାଚନ ଓ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ବହୁବାର ସ୍ଥାନୀୟ ବିଇଓଙ୍କୁ ଲେଖି ଜଣେଇବା ସତ୍ତ୍ୱେ ମଧ୍ୟ କେତେକ ଶିକ୍ଷକଙ୍କ ଏମ.ଏ.ସି.ପି ବକେୟା ପାଉଣା ହୋଇ ନଥିବାରୁ ଓ ଠିକ ସମୟରେ ଦରମା ହେଉ ନ ଥିବାରୁ ଶିକ୍ଷକ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଆସନ୍ତା ମେ ମାସରେ ଜିଲ୍ଲା ନିର୍ବାଚନ କେସିଙ୍ଗା ବ୍ଲକରେ ଅନୁଷ୍ଠିତ ହେବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେଣୁ ଆବଶ୍ୟକ ଖର୍ଚ୍ଚ ପାଇଁ ଶିକ୍ଷକ ମାନେ ଆର୍ଥିକ ସହଯୋଗ କରିବେ ବୋଲି ସ୍ଥିର କରାଯାଇଛି । ଏତତ ବ୍ୟତୀତ ଆଗାମୀ ଦିନ ଏନ.ପି. ଏସ. ଉଚ୍ଛେଦ କରି ଓ.ପି.ଏସ ଲାଗୁ କରିବା ସକାଶେ ସରକାରଙ୍କୁ ଅନୁରୋଧ ପତ୍ର ପ୍ରଦାନ କରାଯିବ ବୋଲି ସଭାପତି ମତ ବ୍ୟକ୍ତ କରିଥିଲେ ଓ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଶିକ୍ଷକ କୈଳାସ ବିଶି, ସୁରେନ୍ଦ୍ର ପ୍ରଧାନ, ଖିରାବ୍ଧି ମେହେର, ଅକ୍ଷୟ ରଥ, ସୁଶିଲ ମାହାର, ପ୍ରଶାନ୍ତ ଶବର, ଅରୁଣ ପ୍ରଧାନ, ସୁରେନ୍ଦ୍ର ନାୟକ, ସରୋଜ ସାହୁ, ଖୁସିରାମ ସାହୁ, ଭାଗିରଥି ସିଂ, ଶିକ୍ଷୟତ୍ରୀ ସୁଦେଶନା ପାଇକରାଏ, ବିଜୟା ଲକ୍ଷ୍ମୀ ପଟ୍ଟନାୟକ, ଶୁଭସ୍ମିତା ଦାସ, ବନ୍ଦନା ଦାସ, ରୋଜାଲିନ ମହାରଣା, ସୋଭାଲିନ ରାଏ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିକ୍ରମ ଦେବ ସାହୁ ମଞ୍ଚ ସଂଯୋଜନା କରିଥିବାବେଳେ ଶିକ୍ଷକ ବିନୋଦ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.