ସିନାପାଲି କର୍ମଜୀବୀ ସାମ୍ବାଦିକ ସଂଘର ଜରୁରୀ ବୈଠକ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକର କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ବରିଷ୍ଠ ସାମ୍ବାଦିକ ଶୋଭରାମ ମହାନନ୍ଦଙ୍କ ଆହ୍ୱାନ କ୍ରମେ ବାଦିବାହାଲ ସ୍ଥିତ ମୃତ୍ତିକା ପରୀକ୍ଷା ଗାର ଠାରେ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ଶୁଭ୍ରାଂଶୁ କୁମାର ନାୟକଙ୍କ ସଭାପତିରେ ଆୟୋଜିତ ଉକ୍ତ ବୈଠକରେ ସଂଘର ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇ ଆଗାମୀ ସଂଘର କାର୍ଯ୍ୟପନ୍ଥା ତଥା ରୂପରେଖ ଉପରେ ବିଷଦ ଆଲୋଚନା କରାଯାଇଥିଲା । ଏହି ବୈଠକରେ ବିଭିନ୍ନ ଦିଗ ଉପରେ ବିଶେଷ ଆଲୋଚନା କରାଯାଇଥିଲା । ବ୍ଳକର ସାମ୍ବାଦିକ ମାନେ ନୂଆପଡା ଜାନ ସଂଘରେ ରହି ଥିଲେ । ଜାନ ଜନ୍ମ ନେବା ଦିନଠାରୁ ସକ୍ରିୟ ଭାବରେ ରହି ସଂଘର ବିଭିନ୍ନ ଭୂମିକା ତୁଲାଇ ଆସୁଥିଲେ କିନ୍ତୁ କିଛି ସାମ୍ବାଦିକ ବ୍ୟକ୍ତିଗତ ସମସ୍ୟା କୁନେଇ ବାରମ୍ବାର ଜାନ ବିଭାଜିତ କରିଆସୁଛନ୍ତି । ଏହି ଘଟଣାକୁ ନେଇ ସିନାପାଲି କର୍ତବ୍ୟରତ ସାମ୍ବାଦିକ ମାନେ କ୍ଷୁବ୍ଧ ପ୍ରକାଶ କରିଥିଲେ ।ସିନାପାଲି ସାମ୍ବାଦିକ ମାନେ ଜାନ ପ୍ରତି କେଉଁ ଅବିଚାର କରିଥିବା କାରଣରୁ ତାଙ୍କର ଅଜାଣତରେ ସିଧାସଳଖ ନିର୍ବାଚିତ ସଭାପତିଙ୍କୁ ପଦ ଚ୍ୟୁତ କରିବା ତଥା ନବ ନିର୍ବାଚିତ ସଭାପତିଙ୍କ ପଦବୀ ହାସଲ କରିବା ପରେ ମଧ୍ୟ ବରିଷ୍ଠ ସାମ୍ବାଦିକ ମାନେ ଅନେକ ବୈଠକରେ ଅନୁପସ୍ଥିତ ରହିବା ଅସଲି ଉଦ୍ଦେଶ୍ୟ କଣ ଥାଇପାରେ ବୋଲି ସଙ୍ଘର କର୍ମକର୍ତ୍ତା ମାନେ ପ୍ରସଙ୍ଗ ଉଠାଇ ଥିଲେ । ଶ୍ରୀ କରଙ୍କ ସଭାପତି ହେବା ଦିନ ଠାରୁ ବରିଷ୍ଠ ସାମ୍ବାଦିକ ମାନେ ଜାନ ବୈଠକକୁ ନ ଆସିବା ଏହାର ଅସଲ ଉଦ୍ୟେଶ୍ୟ କଣ ଥାଇପାରେ ବୋଲି ସିନାପାଲି କର୍ମଜୀବୀ ସାମ୍ବାଦିକ ସଦସ୍ୟ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଯଦି କୌଣସି ସଭାପତି ସଙ୍ଘୀୟ ବ୍ୟବସ୍ଥା ଉପରେ ଖିଲାପ କରିଥାଏ ତାହାହେଲେ ସଂଘ ତରପରୁ ତାଙ୍କୁ ଡକା ନ ଯାଇ ଏକ ଜରୁରୀ କାଳୀନ ବୈଠକ ବସି ବହିଷ୍କାର କରିବାର ଯଥାର୍ଥ କଣ ହୋଇ ପାରେ ବୋଲି ସିନାପାଲି କର୍ମଜୀବୀ ସାମ୍ବାଦିକ ପ୍ରଶ୍ନ ଉଠାଇ ଥିଲା । ଜାନ ର କାର୍ଯ୍ୟପନ୍ଥା ନିୟମା ବଳି ଅନୁସାରେ ହୋଇନଥିବା‌ ଦର୍ଶାଇ ଏହି ବୈଠକରେ ବିଷଦ ଆଲୋଚନା ହୋଇଥିଲା । ସିନାପାଲି ବ୍ଲକର କର୍ମଜୀବୀ ସାମ୍ବାଦିକ ଦୀର୍ଘବର୍ଷ ଧରି ଜାନ ର ସଦସ୍ୟତା ଗ୍ରହଣ କରି ସଂଘର ନୀତିନିୟମ ପାଳନ କରି ରହି ଆସୁଥିଲା । କିନ୍ତୁ କିଛି ନୂତନ ଭାବରେ ସଦସ୍ୟତା ଗ୍ରହଣ କରିଥିବା ବ୍ୟକ୍ତି ବିଶେଷ ଓ ଅଣସମ୍ବାଦିକ ଗୁରୁତ୍ୱ ଦେଇ ବିଭିନ୍ନ ପଦ ପଦବୀରେ ସ୍ଥାନୀତ କରିଥିବା ନେଇ ତୀଵ୍ର ନିନ୍ଦା ପ୍ରସ୍ତାବ ଆଗତ କରାଯାଇଥିଲା। ଆଗାମୀ ଦିନରେ ସିନାପାଲି (skss ) ସାମ୍ବାଦିକ କର୍ମଜୀବୀ ସିନାପାଲି ସଂଘର କମିଟି ରାଜ୍ୟ ସ୍ତରୀୟ ଏକ ସଂଘରେ ସହବନ୍ଧିତ ହେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି ।ଆଗାମୀ ଦିନରେ ଏହି ସଂଘ ରାଜ୍ୟ ସ୍ତରୀୟ ସଂଘ ସହିତ ସିଧାସଳଖ ଯୋଡ଼ି ହେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି । ଆଗାମୀ ଦିନ ରେ ସିନାପାଲି ବ୍ଲକ ରେ ଏକ ରାଜ୍ୟ ସ୍ତରୀୟ ବୈଠକ କରିବା ପାଇଁ ନିଷ୍ପତ୍ତି ନେଇଛି।ଆଜିର ଏହି ବୈଠକରେ ସିନାପାଲି କର୍ମଜୀବୀ ସାମ୍ବାଦିକ ସଂଘ ର ସଭାପତି ଶୁଭ୍ରାଂଶୁ କୁମାର ନାଏକ ଙ୍କୁ ସର୍ବ ସମତି କ୍ରମେ ସଭାପତି ଚୟନ କରାଯାଇଥିବା ବେଳେ ଉପ ସଭାପତି ଭାବରେ ଗୟାରାମ ମେହେର ସମ୍ପାଦକ ସଂନ୍ତୋଷ କୁମାର ବାଗ ଓ କୋଷାଧ୍ୟକ୍ଷ ଭାବରେ ରାହୁଲ ରଣା କୁ ମନୋନୀତ କାରାଯାଇଥିବା ବେଳେ ଯୁଗ୍ମସମ୍ପଦକ ଭାବରେ ରମେଶ ମେହେରଓ ମନଫୁଲ ମେହେର ମନୋନୀତ ହେଇ ଛନ୍ତି ଏହି ସଂଘର ଉପଦେଷ୍ଟା ଭାବରେ ତୁଳସିରାମ ରାମ ଜଗତ ,ଶୋଭରାମ ମହନନ୍ଦ କୁ ମନୋନୀତ କରାଯାଇଛି ।ରାଜ୍ୟ ସ୍ତରୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ବିକାଶ ଖର୍ସେଲ ଓ ଗଣେଶ ରଣା ,ବୈକୁଣ୍ଠ ମେହେର କୁ ଚୟନ କରାଗଲା । ଏହିଂସଂଘର କାର୍ଯ୍ୟପନ୍ଥା ନିୟମା ବଳି ଉପରେ ସଂଘ କାର୍ଯ୍ୟକାରୀ କରିବ ଓ ସିନାପାଲି ଅଞ୍ଚଳ ର ସାମୁହିକ ବିକାଶ ଦିଗରେ ନିରୀହ ନିଷ୍ପେସିତ ଅସହାୟ ,ମଜୁରିଆ ଦୁର୍ନୀତି ବିରୁଦ୍ଧରେ ଏହି ସଂଘ ଦୃଢ଼ତାର ସହିତ ଜନ ସାଧାରଣ ଙ୍କ ସାମୁହିକ ସ୍ୱାର୍ଥପାଇଁ କଲମ ମୁନରେ ନିଷ୍କକଳଙ୍କ ଭାବରେ ପ୍ରଶାସନ ତଥା ସରକାର ଙ୍କ ନିକଟରେ ଉପସ୍ଥାପନ କରି ସମାଧନ ରାସ୍ତା ତିଆରି କରିବା ପାଇଁ ମାଇଲଖୁଣ୍ଟ ହୋଇ ଠିଆ ହୋଇବ ବୋଲି ସଂଘର ସଭାପତି ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.