ନିର୍ବାଚନ ଖର୍ଚ୍ଚ ତଦାରଖ ପର୍ଯ୍ୟବେକ୍ଷକଙ୍କ ବୈଠକ

ରାୟଗଡ,୧୯/୩ : ଚଳିତ ବର୍ଷର ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ଭୟମୁକ୍ତ ଭାବେ ପରିଚାଳନା ନିମନ୍ତେ ଭାରତର ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ରହିଛି । ବିଶେଷ କରି ଚଳିତ ନିର୍ବାଚନରେ କଳାଟଙ୍କା, ମଦ ଆଦି ବଂଟନ କରି ଭୋଟରଙ୍କୁ ଯେମିତି ପ୍ରଲୋଭିତ କରା ନ ଯାଏ ଓ ନିର୍ବାଚନ ଆୟୋଗଙ୍କ ଦ୍ୱାରା ସାଂସଦ ପ୍ରାର୍ଥୀଙ୍କୁ ୭୦ଲକ୍ଷ ଓ ବିଧାୟକ ପ୍ରାର୍ଥୀମାନଙ୍କ ପାଇଁ ୨୮ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ଉପରେ ଧାର୍ଯ୍ୟ କରାଯାଇଥିବା ବେଳେ ଏହା ଠାରୁ ଅଧିକା ଖର୍ଚ୍ଚ କରୁଥିବା ପ୍ରାର୍ଥୀଙ୍କ ନିର୍ବାଚନ ସମ୍ବନ୍ଧିତ ରାଲି, ସଭା ସମିତି, ପୋଷ୍ଟର, ହୋଡିଂ, ବ୍ୟାନର, ଲିଫ୍ଟଲେଟ୍, ପ୍ରିଂଟ ଓ ଇଲେକଟ୍ର୍ରୋନିକ୍ ମିଡିଆ ଓ ସୋସିଆଲ ମିଡିଆରେ ଦେଉଥିବା ବିଭିନ୍ନ ବିଞାପନ ଇତ୍ୟାଦିଗୁୁଡିକ ଉପରେ ନଜର ରଖାଯିବାକୁ ପ୍ରତ୍ୟେକ ଜିଲ୍ଳାରେ ଜଣେ ଲେଖାଁଏ ଖର୍ଚ୍ଚ ତଦାରଖ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି କରାଯାଇଛି ।

ଏହି ମର୍ମରେ ରାୟଗଡ ଜିଲ୍ଳା ପାଇଁ ଡେରାଡୁନର ଆସିଥିବା ଡଃ.ଏନ.ସି.ଉପାଧ୍ୟୟଙ୍କୁ ନିର୍ବାଚନ ଖର୍ଚ୍ଚ ତଦାରଖ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । ରାୟଗଡ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ସଦଭାବନ କକ୍ଷରେ ମଙ୍ଗଳବାର ଅପରାହ୍ନରେ ରାୟଗଡ ଜିଲ୍ଳାପାଳ ତଥା ଜିଲ୍ଳା ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ଖର୍ଚ୍ଚ ତଦାରଖ ପର୍ଯ୍ୟବେକ୍ଷକ ଶ୍ରୀ ଉପାଧ୍ୟୟ ଯୋଗ ଦେଇ ନିର୍ବାଚନ ସମୟରେ ପ୍ରାର୍ଥୀମାନେ ନିଜର ଖର୍ଚ୍ଚ ସମ୍ବନ୍ଧୀତ ସମସ୍ତ ରିପୋର୍ଟ ପ୍ରଦାନ ବିଷୟରେ ଆଲୋକପାତ କରିଥିଲେ । ପ୍ରାର୍ଥୀ ପତ୍ର ଦାଖଲର ଏକ ଦିନ ପୂର୍ବରୁ ନିଜ ନାମରେ ଏକ ବ୍ୟାଙ୍କ ଆକାଉଂଟ ଖୋଲି ସେଥିରେ ନିର୍ବାଚନ ପାଇଁ ଜମା ଓ ଖର୍ଚ୍ଚ କରୁଥିବା ସମସ୍ତ ବିବରଣୀ ଦୈନିକ ରେଜିଷ୍ଟାରରେ ରେକର୍ଡ ପ୍ରଦାନ କରିବେ । ଯାହାକି ବାଧ୍ୟତା ମୂଳକ ।

ନିର୍ବାଚନରେ ଗଣମାଧ୍ୟମର ଏକ ମୁଖ୍ୟ ଭୂମିକା ରହୁଥିବାରୁ ଏହି ମହାନ ଅଭିଯାନର ସାମାଜିକ ଦାୟିତ୍ୱ ବହନରେ ଲୋକଙ୍କୁ ସଚେତନ କରିବା ପାଇଁ ସହଯୋଗ କରିବାକୁ ଶ୍ରୀ ଉପାଧ୍ୟୟ ନିବେଦନ କରିଥିଲେ । ସେହିପରି ଖର୍ଚ୍ଚ ତଦାରଖ କରୁଥିବା କରୁଥିବା ପର୍ଯ୍ୟବେକ୍ଷକଙ୍କୁ ସହାୟତା ଦିଗରେ ସୁଶାନ୍ତ କୁମାର ରାଉତଙ୍କୁ ଜିଲ୍ଳା ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ରାୟଗଡା ନିର୍ବାଚନ ମଣ୍ଡଳି ପାଇଁ ଏସ.ଏସ.ସାହୁ, ଗୁଣପୁର ପାଇଁ ତରଙ୍ଗ ତପନ ନାୟକ ଓ ବିଷମକଟକ ପାଇଁ ବୈଶାଗ ବାହାଲଙ୍କୁ ସହାୟକ ଖର୍ଚ୍ଚ ତଦାରଖ ଅଫିସର ଭାବେ ନିଯୁକ୍ତ କରାଯାଇଛି । ଏହି ବୈଠକରେ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା, ଅତିରିକ୍ତ ଜିଲ୍ଳାପାଳ ସୁଧାକର ଶବର, ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ନିର୍ବାଚନ ବିଭାଗର ସହକାରୀ ଜିଲ୍ଳାପାଳ ନାରାୟଣ ମିଶ୍ର, ଜିଲ୍ଳା ସୂଚନା ଓ ଲୋକସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସମେତ କଂଗ୍ରେସ ଦଳର ଶଙ୍କର୍ସଣ ମଙ୍ଗରାଜ, ବିଜେପିର ଋଜତ ମାଦଳା ଓ ବିଜେଡିର ବରିଷ୍ଠ ନେତା ବ୍ରଜସୁନ୍ଦର ନାୟକ, ବି.ତିରୁପତି ପ୍ରମୁଖ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.