ଧର୍ମପ୍ରାଣ ବ୍ୟକ୍ତି ବନମାଳୀ ନାଏକଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କର୍ଲାଖୁଣ୍ଟା ଗ୍ରାମର ଧର୍ମପ୍ରାଣ ବ୍ୟକ୍ତି ବନମାଳୀ ନାଏକଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟ ରୋଗରେ ପୀଡିତ ହୋଇ ଆଜି (ମଙ୍ଗଳବାର) ଅପରାହ୍ନରେ ସେ ନିଜ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବଡପୁଅ ତଥା କେସିଙ୍ଗା ବ୍ଲକ ଯାଦବ ସମିତି ଉପସଭାପତି ଜଗବନ୍ଧୁ ନାଏକ ମୁଖାଗ୍ନୀ ଦେଇଥିଲେ । ଶେଷକୃତ୍ୟ ସମୟରେ ତାଙ୍କର ତିନି ପୁଅ ଜଗବନ୍ଧୁ, ଜଗନ୍ନାଥ, କୃଷ୍ଣଙ୍କ ସମେତ ବ୍ରଜବନ୍ଧୁ, ଜୈ।ବନ, ରଘୁମଣୀ, ତ୍ରିଲକ୍ଷ, ନାତି ଦିଲୀପ ଓ ପ୍ରେମଲାଲ, ଭବାନୀପାଟଣା ଉପଖଣ୍ଡ ଯାଦବ ମହାସଭାର ପୂର୍ବତନ ସଭାପତି ଟଙ୍କଧର ଭୋଇ, ରେଖପୁର ସାନ ଗୈାନ୍ତିଆ କାମଦେବ ଭୋଇ, କାଣ୍ଡେଲ ଆଞ୍ଚଳିକ ଯାଦବ ସମିତି ସଭାପତି ଗଦନ ରାଉତ, ସାଧାରଣ ସମ୍ପାଦକ ତ୍ରିପୁର ନାଏକ, କର୍ଲାଖୁଣ୍ଟା ଗୈାନ୍ତିଆ ତଥା ପୂର୍ବତନ କାଣ୍ଡେଲ ସରପଞ୍ଚ ରାମଚନ୍ଦ୍ର ମାଝୀ, ନାତି ଜ୍ୟୋଇଁ ବାବୁଲାଲ ଅହୀର, ଉମେଶ ଗଉଡ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସ୍ବର୍ଗତ ନାଏକଙ୍କ ଆବର୍ତ୍ତମାନରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ, ଜିଲ୍ଲା ଯାଦବ ମହାସଭା ଉପସଭାପତି ତଥା କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ, କଳାହାଣ୍ଡିି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ଉପସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, କେସିଙ୍ଗା ବ୍ଲକ ଯୁବ ଯାଦବ ମହାସଭା ସଭାପତି ତଥା ଲଇତରା ସରପଞ୍ଚ ଅଶୋକ ପୋଢ ପ୍ରମୁଖ ଶୋକ ବ୍ୟକ୍ତ କରିବାସହ ଶୋକ ଶନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.