ଅସାମାଜିକ ବ୍ୟକ୍ତିମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି ପରିତ୍ୟକ୍ତ ଷ୍ଟାଫ୍ କୋଠରୀ

ସୁରକ୍ଷିତ ମଣୁ ନାହାଁନ୍ତି ଓଏଭି ଛାତ୍ରଛାତ୍ରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗାର କୋଣାର୍କ ସ୍ପିନି୍ଙ୍ଗ ମିଲ କର୍ମଚାରୀ ମାନଙ୍କ ରହିବା ପାଇଁ ନିର୍ମାଣ ହୋଇଥିବା ଷ୍ଟାଫ୍ କୋଠରୀ ଗୁଡ଼ିକ ବର୍ତ୍ତମାନ ପରିତ୍ୟକ୍ତ ତଥା ଭଙ୍ଗା ଦଦରା ହୋଇ ପଡ଼ିରହିଛି । ଫଳରେ ସେହି କୋଠରୀ ମାନଙ୍କରେ ମଦୁଆ ତଥା ଅସାମାଜିକ ଙ୍କ ଆଡ୍ଡାସ୍ଥଳୀ ଜମି ରହୁଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ଯେ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସେହି ଅଞ୍ଚଳରେ ରହିଥିବା ବେଳେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନିର୍ମାଣ ହୋଇପାରିନାହିଁ । କେନ୍ଦୁଲିଫ୍ ଅଫିସ୍ ଛକ ଠାରୁ ଆଦର୍ଶ ବିଦ୍ୟାଳୟକୁ ଯିବା ପାଇଁ ରହିଥିବା ମୁଖ୍ୟ ରାସ୍ତା ଶୋଚନୀୟ ହୋଇପଡିଛି । ହେଲେ ଏହି ରାସ୍ତା ନିର୍ମାଣ କାମ କରିବାରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଉନଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ମୁଖ୍ୟ ରାସ୍ତା ଶୋଚନୀୟ ହୋଇପଡ଼ିଥିବା ଫଳରେ ସ୍ପିନିଙ୍ଗ ମିଲ କର୍ମଚାରୀ ମାନଙ୍କ ପାଇଁ ନିର୍ମାଣ ହୋଇଥିବା ଷ୍ଟାଫ୍ କୋଠରୀକୁ ଯିବା ପାଇଁ ରହିଥିବା ଏକ ହୁଡି ରାସ୍ତା ଦେଇ ଛାତ୍ରଛାତ୍ରୀ ମାନେ ଆଦର୍ଶ ବିଦ୍ୟାଳୟ କୁ ପାଠ ପଢ଼ିବା ପାଇଁ ଯିବା ଆସିବା କରିଥାନ୍ତି । ହେଲେ ପରିତ୍ୟକ୍ତ ତଥା ଭଙ୍ଗା ଦଦରା ହୋଇ ପଡିଥିବା ଷ୍ଟାଫ୍ କୋଠରୀ ଗୁଡ଼ିକରେ ଅସାମାଜିକ ଯୁବକମାନେ ବସି ମଦ ପିଉଥିବା ଅଭିଯୋଗ ହେଉଛି । ସେହିପରି ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ହେଉଥିବା ଅଭିଯୋଗ ହେଉଛି । ଯାହାଫଳରେ ହୁଡି ରାସ୍ତା ଦେଇ ଯିବା ଆସିବା କରୁଥିବା ଛାତ୍ରଛାତ୍ରୀମାନଙ୍କ ଉପରେ ତାହାର ପ୍ରଭାବ ପଡ଼ୁଥିବା ବେଳେ ଛାତ୍ରଛାତ୍ରୀମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ବୋଲି ଅବିଭାବକ ମହଲରେ ମତ ପ୍ରକାଶ ପାଇଛି । ତେଣୁ ଛାତ୍ରଛାତ୍ରୀ ମାନଙ୍କ ଯିବା ଆସିବା କରିବାରେ ସୁରକ୍ଷା ଦେବାକୁ ହେଲେ ପୁଲିସ ପେଟ୍ରୋଲିଙ୍ଗ ଆବଶ୍ୟକ ବୋଲି ମତ ପ୍ରକାଶ ପାଇବା ସହ ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.