ସ୍ୱାଭିମାନ ଦିବସରେ ସ୍ୱାଭିମାନୀ ଓଡିଆ ମଧୁବାବୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ

ସମ୍ବାଦ/ଆମ ଓଡିଶା ପକ୍ଷରୁ ମଧୁସୁଦନ ଦାସଙ୍କ ଜନ୍ମ ଜୟନ୍ତୀ ପାଳନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ସମ୍ବାଦ/ଆମ ଓଡିଶା ପକ୍ଷରୁ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । ନର୍ଲା ସମ୍ବାଦ ପ୍ରତିନିଧି ଅଭିରାମ ନନ୍ଦଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ତଥା କବି ମଧୁସୁଦନ ରାଉତ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସ୍ୱର୍ଗତ ମଧୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ୱଳନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସମ୍ମାନୀତ ଅତିଥି ଭାବରେ ସରସ୍ୱତୀ ଶିଶୁ ମନ୍ଦିର ନର୍ଲାର ପ୍ରଧାନାଚାର୍ଯ୍ୟ ବୁଦ୍ଧ ନାଏକ, ନର୍ଲା ସଂସ୍କାର ଭାରତୀର ସାଧାରଣ ସମ୍ପାଦକ କବି ମୋହନ ଭଟ୍ଟ, ନୀଳକଣ୍ଠ ବେହେରା ଯୋଗଦାନ କରି ମଧୁବାବୁଙ୍କ ଓଡିଶା ରାଜ୍ୟ ଓ ଓଡିଆ ଭାଷା ପ୍ରତି ଅବଦାନ ବିଷୟରେ ସ୍ମୃତିଚାରଣ କରିଥିଲେ । ବିଶେଷ କରି ମୁଖ୍ୟ ଅତିଥି ଶ୍ରୀ ରାଉତଙ୍କର ମଧୁବାବୁଙ୍କ ଏନ୍ତୁଡି ଶାଳରୁ ତାଙ୍କ ଶୈଶବ, ଯୁବାବସ୍ଥା ଓ ଅନ୍ତିମ ସମୟର ସମସ୍ତ ତଥ୍ୟ ଉପସ୍ଥାପନ କରି ମଧୁବାବୁଙ୍କ ଜୀବନୀ ବିଷୟରେ ସମସ୍ତ ତଥ୍ୟ ବିଷୟରେ ଭାଗବତ ଶୈଳୀରେ କବିତା ପଠନ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

Udyog Nursery
Udyogi Nursery

ଉତ୍କଳ ଗୌରବ ମଧୁସୁଦନଙ୍କ ଜନ୍ମ ଜୟନ୍ତୀ ତଥା ସ୍ୱାଭିମାନ ଦିବସରେ ସ୍ୱାଭିମାନୀ ଓଡିଆ ମଧୁବାବୁଙ୍କ ପ୍ରତି ଭାଗବତିଆ କବି ମଧୁ ରାଉତଙ୍କ ଏତାଦୃଶା ଉପସ୍ଥାପନ ବାସ୍ତବରେ ପ୍ରକୃତ ସ୍ମୃତିଚାରଣ ହୋଇପାରିଛି ବୋଲି କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମରେ ସରସ୍ୱତୀ ଶିଶୁ ମନ୍ଦିର ନର୍ଲାର ସମସ୍ତ ଆଚାର୍ଯ୍ୟ/ଆଚାର୍ଯ୍ୟା ମାନେ ଯୋଗଦାନ କରି ମଧୁବାବୁଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପ୍ରଗତିବାଦୀ ଦୈନିକ ଖବରକାଗଜର ସାମ୍ବାଦିକ ଲିଙ୍ଗରାଜ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଆୟୋଜକ ସାମ୍ବାଦିକ ଶ୍ରୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.