Breaking: ସେର୍କୋଝୁଲା ଗାଁ ନିକଟରେ ଓଲଟିଲା ଟ୍ରାକ୍ଟର, ୧୨ ଗୁରୁତର ୧୬ ଆହତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି ( ନିଲେଶ କୁମାର ନାଗ): ବିଜେପୁର ଥାନା ଅନ୍ତର୍ଗତ ମାଳିଯୁବାଙ୍ଗ ପଞ୍ଚାୟତ ସେର୍କୋଝୁଲା ଗାଁ ନିକଟରେ ଆଜି ଟ୍ରାକ୍ଟର ଓଲଟି ୧୨ ଗୁରୁତର ଆହତ ଥିବା ବେଳେ ୧୬ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଆହତମାନଙ୍କୁ ବଙ୍କାକୁଣ୍ଡରୁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ୧୨ ଗୁରୁତରଙ୍କୁ ଲାଞ୍ଜିଗଡ ଓ କଲ୍ୟାଣିସିଂ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। ସୂଚନା ମୁତାବକ ଆଜି ଲାଞ୍ଜିଗଡ ବ୍ଳକ ବିଜେପୁର ଥାନା ଅନ୍ତର୍ଗତ ଡ଼ଙ୍ଗାମୁଣ୍ଡି ଗ୍ରାମର ମହିଳା ଓ ପୁରୁଷ ପ୍ରାୟ ୩୫ ଜଣ ଏକ ଟ୍ରାକ୍ଟର ଭଡାକରି ବାହାଘର ଭୋଜି ଖାଇବା ପାଇଁ ପାହାଡ଼ପଦର ପଞ୍ଚାୟତର ପୁଞ୍ଜାମ ଗାଁକୁ ଯାଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଭୋଜି ଖାଇ ନିଜ ଗାଁକୁ ଫେରୁଥିବା ସମୟରେ ମାଳିଯୁବାଙ୍ଗ ପଞ୍ଚାୟତ ଅନ୍ତର୍ଗତ ସେର୍କୋଝୁଲା ନିକଟରେ ଟ୍ରାକ୍ଟର ଓଲଟି ଯିବା ଫଳରେ ଟ୍ରଲ୍ଲୀରେ ବସିଥିବା ୩୫ ଜଣ ମଧ୍ୟରୁ ୧୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ୧୬ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଖବର ପାଇ ବଙ୍କାକୁଣ୍ଡରୁ ମା’ ସନ୍ତୋଷ ଜନକଲ୍ୟାଣ ଡାକ୍ତରଖାନା ପରିଚାଳକ ଚିତ୍ତରଞ୍ଜନ ନନ୍ଦ ନେତୃତ୍ୱରେ ଏମଏଚୟୁ ଟିମ ଘଟଣା ସ୍ଥଳକୁ ଯାଇ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.