ସ୍ବାମୀ ସତ୍ୟାନନ୍ଦ ସରସ୍ବତୀ ମହାରାଜଙ୍କ ଜୀବନୀ ପୁସ୍ତକ ଲୋକାର୍ପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ସ୍ବାମୀ ସତ୍ୟାନନ୍ଦ ସରସ୍ୱତୀ ମହାରାଜ କାଳୀକୃଷ୍ଣ ସଂଘ ଗଠନ କରି ଏକ ଦିବ୍ୟ ପରଂପରା, କୁଳାଚାର, ଦେଶାଚାର, ସମାଜ ସଂସ୍କାର, ସଂସ୍କୃତି ଓ ପ୍ରକୃତ ଆଧ୍ୟାତ୍ମିକତାର ପଥ ପ୍ରଦର୍ଶନ କରିଛନ୍ତି। ତାଙ୍କ ପରୋପକାର ବାର୍ତ୍ତା ସାରା ବିଶ୍ବ ପାଇଁ ଉଦ୍ଧିଷ୍ଟ। ସେଥିପାଇଁ ସେ ମହାଯଜ୍ଞ, କାଳୀକୃଷ୍ଣ ମେଳା, ବୃକ୍ଷରୋପଣ, ଜନସେବା, ରକ୍ତଦାନ, ଅନ୍ନଦାନ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ସତ୍ୟକୁ ଅନୁସରଣ କର ଆନନ୍ଦ ପ୍ରାପ୍ତି ହେବ ଏବଂ ଏହି ଆନନ୍ଦ ହିଁ ସତ୍ୟାନନ୍ଦ ବୋଲି ସଂଘ ପ୍ରମୁଖ, ପୁସ୍ତକ ଲୋକାର୍ପଣ ସଭାର ସଭାମୂଖ୍ୟ ତଥା ସତ୍ୟାନନ୍ଦଙ୍କ ଜୀବନୀ ଲେଖକ ଶ୍ରୀ ଜଗଦାନନ୍ଦଜୀ କହିଥିଲେ। ଭବାନୀପାଟଣା ସ୍ଥିତ ଏସଏନ କନଫରେନସ୍ ହଲ ଠାରେ କାଳୀକୃଷ୍ଣ ସଂଘ ଆନୁକୂଲ୍ୟରେ ଆୟୋଜିତ ସତ୍ୟାନନ୍ଦଙ୍କ ଜୀବନୀ ପୁସ୍ତକ ଲୋକାର୍ପଣ ଉତ୍ସବରେ ଅତିଥି ମାନଙ୍କ ମଧ୍ୟରେ ମୂଖ୍ୟ ଅତିଥି ରାସବିହାରୀ ବେହେରା କହିଥିଲେ ସତ୍ୟାନନ୍ଦଙ୍କ ଜୀବନୀ ପାଠ କଲେ କର୍ମ କରିବାର ପ୍ରେରଣା ମିଳିବ। ବିଶିଷ୍ଟ ଅତିଥି ଶ୍ରୀ ସରୋଜାନନ୍ଦଜୀ କହିଥିଲେ ସତ୍ୟାନନ୍ଦ ଦର୍ଶନରେ ପରୋପକାର, ସେବା, ତ୍ୟାଗ ସମାହିତ ରହିଛି। ସମ୍ମାନିତ ଅତିଥି ଡ଼ଃ. ଉମେଶ ଚନ୍ଦ୍ର ଶତପଥୀ  ସମାଜରେ ସ୍ବକର୍ତ୍ତବ୍ୟ ପାଳନ କରି ଉପଯୁକ୍ତ ମଣିଷ ଟିଏ ହେବା। ସଂସାର ଦୁଃଖ ମୟ, ଦୁଃଖ ଭିତରେ ମଧୁମୟ ବିଶ୍ବର ସନ୍ଧାନ କରିବାକୁ ହେବ। ସୁଖ ଦୁଃଖ ପାଇଁ ନିଜେ ହିଁ ଦାୟୀ, ସତ୍ୟର ଅନୁସନ୍ଧାନ କରନ୍ତୁ ବୋଲି କହିଥିଲେ। ପୁସ୍ତକ ସମୀକ୍ଷକ ଗବେଷକ, ନାଟ୍ୟକାର ଅଧ୍ୟାପକ ପରମେଶ୍ବର ମୁଣ୍ଡ – ଈଶ୍ବରଙ୍କ ମାୟା ଆଶ୍ଚର୍ଯ୍ୟ, ଯେଉଁମାନେ ସତ୍ୱ, ରଜ ତମରୁ ଊର୍ଦ୍ଧରେ ରହନ୍ତି ସେମାନେ ହିଁ ମହାପୁରୁଷ ହୋଇପାରନ୍ତି।ସତ୍ୟାନନ୍ଦଙ୍କ ଜୀବନୀ ସମାଜ ପାଇଁ ନୂତନ ଆଶା ଓ ନବ ଜୀବନ ସଂଚାର କରିବ ବୋଲି ମତ ବ୍ୟକ୍ତ କରିଥିଲେ।

ଉକ୍ତ ସଭାରେ କାଳୀକୃଷ୍ଣ ସଂଘର ସଂପାଦକ ମାଧବାନନ୍ଦ ଅତିଥିଙ୍କ ପରିଚୟ ଓ ସ୍ବାଗତ ଅଭିଭାଷଣ, ସଂଘ ମିଡିଆସେଲ ପ୍ରମୁଖ ଜନ୍ମେଜୟ ଦାଶ କୃତଜ୍ଞତା ଜ୍ଞାପନ ଓ ଭବାନୀପାଟଣା ଶାଖା ସଂଘର ସଂପାଦକ ଜଗନ୍ନାଥ ମୁଣ୍ଡ ସଂଯୋଜନା କରିଥିଲେ। ଆଚାର୍ଯ୍ୟ ତୋଷାନନ୍ଦ ଓ ଅଭୟାନନ୍ଦ ଶାନ୍ତିପାଠ କରିଥିଲେ। ସତ୍ୟାନନ୍ଦଙ୍କ ଜୀବନୀ ପୁସ୍ତକ ଲୋକାର୍ପଣ ସଭାରେ କାଳୀକୃଷ୍ଣ ସଂଘ ମୂଖ୍ୟ କର୍ମକର୍ତ୍ତା, ଶାଖା ସଂଘର କର୍ମକର୍ତ୍ତା, ଶୁଭେଚ୍ଛୁ ଯୋଗଦାନ କରିଥିଲେ। ଗ୍ରୀସ ପୁରୋହିତ, ଶ୍ରୀ ପ୍ରିୟାନନ୍ଦ, ଅଶୋକ ବେହେରା, ନବ କିଶୋର ମୁଣ୍ଡ, ବିଶ୍ବନାଥ ପଣ୍ଡା, ସୁଶାନ୍ତ କୁମାର ମୁଣ୍ଡ, ଗୋପାଳ ଚନ୍ଦ୍ର ଠାକୁର, ନିଗମାନନ୍ଦ ମୁଣ୍ଡ, ରାଜୁ ଦାଶ, ପ୍ରିୟ ରଂଜନ ମୁଣ୍ଡ, ସୁଧିର ଖାନସାମା, ନିବେଦିତା ମୁଣ୍ଡ ,ତେଜସ୍ବିନୀ ପଣ୍ଡା, କବିତା ମୁଣ୍ଡ, କଲ୍ୟାଣି ଦାସ, ଅପର୍ଣ୍ଣା ମୁଣ୍ଡ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.