କାଳ ବୈଶାଖୀର ତାଣ୍ଡବ: କାଡଗୁଡା ନିକଟରେ ଗଛପଡ଼ି ରାସ୍ତା ଅବରୋଧ, କିଡିଙ୍ଗ ଗାଁର ଦୁଇ ଘର ଉଡ଼ିଲା ଆଜବେଷ୍ଟସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରବିବାର ସନ୍ଧ୍ୟାରେ ପ୍ରବଳ ଝଡ ତୋଫାନ ସହିତ କାଳବୈଶାଖୀ ଯୋଗୁଁ ଭବାନୀପାଟଣା ଠାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ନଂ ରାଜ୍ୟ ରାଜପଥର କାଉଗୁଡା ନିକଟରେ ଏକ ବିରାଟ ଶୁଖିଲା ଗଛ ରାସ୍ତା ଉପରେ ପଡିଥିବାରୁ ଦିର୍ଘ ସମୟ ଯାଏଁ ଏହି ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା। ସେହିପରି ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତର କିଡିଙ୍ଗ ଗାଁରେ ପ୍ରବଳ ଝଡ ତୋଫାନ ଓ କାଳବୈଶାଖୀ ଯୋଗୁଁ ଦୁଇ ଗୋଟି ଆଜବେଷ୍ଟସ ଛାତ ପଡ଼ିଯାଇଥିବା ହେଖିବାକୁ ମିଳିଛି। କିଡିଙ୍ଗ ଗାଁର ବିଶ୍ବମ୍ବର ବଗର୍ତ୍ତୀ ଏବଂ ପଙ୍କଜ ବଗର୍ତ୍ତୀଙ୍କ ଘରର ଆଜବେଷ୍ଟସ ପଡ଼ିଯିବା ଫଳରେ ସେମାନେ ଏବେ ବେ ଘର ହୋଇଯାଇଛନ୍ତି। ତେଣୁ ସେମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ ପାଇଁ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.