ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲଙ୍କ ବିଦ୍ୟାଳୟ ପରିଦର୍ଶନ

ପିଲାଙ୍କ ହାତରୁ ଖାଇଲେ ମଧ୍ୟାହ୍ନ ଭୋଜନ, ଗୁଣାତ୍ମକ ଶିକ୍ଷାଦାନ ନେଇ ଶିକ୍ଷକଙ୍କ ସହ କଲେ ଆଲୋଚନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନବ ନିର୍ବାଚିତ ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ ନିଜ ପଞ୍ଚାୟତରେ ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ସହ ସମସ୍ତ ବିଦ୍ୟାଳୟକୁ ଆଦର୍ଶ ଭାବେ ଗଢି ତୋଳିବାକୁ ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ସରପଞ୍ଚ ଶ୍ରୀଯୁକ୍ତ ଜାଲ ଆଜି ନର୍ଲା ବ୍ଲକ ଅନ୍ତର୍ଗତ ମାଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନରେ ଆସି ପହଞ୍ଚିଥିଲେ । ସେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ସ୍କୁଲର ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ବିଶଦ ଭାବରେ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ । ବିଦ୍ୟାଳୟରେ ଉତ୍ତମ ଗୁଣବତ୍ତା ସଂପନ୍ନ ଶିକ୍ଷାଦାନ, ଶୈଖିକ ପରିବେଶ, ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ଆଦି ବିଷୟକୁ ନେଇ ଆଗକୁ ନର୍ଲା ବିଇଓ, ଅଞ୍ଚଳର ବୁଦ୍ଧିଜୀବୀ, ଜନସାଧାରଣ, ଅବିଭାବକ, ଶିକ୍ଷାବିତ ଆଦିଙ୍କ ସହ ହେବାକୁ ଥିବା ବୈଠକର ଋପରେଖ ଉପରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ଭୋଇ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ ଶ୍ରୀଯୁକ୍ତ ଜାଲ । ଏହି ଅବସରରେ ସେ ବିଦ୍ୟାଳୟର ଶିକ୍ଷାର୍ଥୀମାନଙ୍କୁ ଶିକ୍ଷାଦାନ କରିବା ସହ ପିଲାଙ୍କ ହାତରୁ ମଧ୍ୟାହ୍ନ ଭୋଜନ ଖାଇଥିଲେ । ପରିଦର୍ଶନ ସମୟରେ ଶିକ୍ଷାର୍ଥୀମାନେ ଖାଇ ବସିଥିଲେ । ଏହି ସମୟରେ ସରପଞ୍ଚ ଖାଇବାକୁ ଚାହିଁବାରୁ ଜଣେ ଛାତ୍ର ତାଙ୍କୁ ଖୁଆଇ ଦେଇଥିଲେ । ଛାତ୍ରାଛାତ୍ରୀ ମାନଙ୍କୁ ପ୍ରଦାନ କରାଯାଉଥିବା ମଧ୍ୟାହ୍ନ ଭୋଜନର ମାନ ଠିକ୍ ରହିଥିବା କହିଛନ୍ତି ମାଣ୍ଡେଲ ସରପଞ୍ଚ ଶ୍ରୀଯୁକ୍ତ ଜାଲ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.