କେସିଙ୍ଗା ଗାୟତ୍ରୀ ପରିବାରର କାର୍ଯ୍ୟକାରଣୀ କମିଟି ଗଠନ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ କେସିଙ୍ଗା ଗାୟତ୍ରୀ ପରିବାରର ବ୍ଲକ ସ୍ତରୀୟ କାର୍ଯ୍ୟକରଣୀ କମିଟି ନୂତନ ଭାବେ ଗଠନ କରାଯାଇଛି । ଏଥିରେ ସଂଯୋଜକ ଭାବରେ ପଙ୍କଜ ଗୌଡ଼ଙ୍କୁ ମନୋନୀତ କରିଥିବା ବେଳେ ସହ ସଂଯୋଜକ ରାମ ଶବରଙ୍କୁ ମନୋନୀତ କରାଯାଇଥିଲା । ଜିଲ୍ଲା ସଭାପତି ଯୋଶୀ ଭାଇଙ୍କ ଦ୍ଵାରା ମା ଗାୟତ୍ରୀଙ୍କ ଫୋଟୋଚିତ୍ର ରେ ଫୁଲମାଳ ଦେଇ ଦୀପ ପ୍ରଜ୍ବୁଲନ କରିଥିବାବେଳେ ସହ ସଂଯୋଜକ ଦୟାନିଧି ବାଗ ସହଯୋଗ କରିଥିଲେ । ପଙ୍କଜ ଗୌଡ଼ଙ୍କ ଅଧ୍ୟକ୍ଷତାରେ ଏକ ଗାୟତ୍ରୀ ମନ୍ଦିର ନିର୍ମାଣ କରିବା ପାଇଁ ଆଲୋଚନା ହୋଇଥିଲା । ଉକ୍ତ ମନ୍ଦିର ନିର୍ମାଣ ପାଇଁ ୨୦ ଡିସମିଲ ଜାଗା ଦାନ କରିବା ପାଇଁ ଗଜେନ୍ଦ୍ର ନାଏକ କହିଥିଲେ । ଏହି କାର୍ଯ୍ୟକ୍ରମରେ ପଦ୍ମିନୀ ଶବର, ପ୍ରଫୁଲ୍ଲ ନାଏକ, କଲକୀ ଭାଇ, ରାମଚନ୍ଦ୍ର ଶବର, ବସନ୍ତ ଶବର, ପୂର୍ଣ୍ଣଚନ୍ଦ୍ର ମହଲାଙ୍କ ସମେତ ଆଖପାଖ ଅଞ୍ଚଳର ୬୦ ଜଣ ଭାଇ ଓ ଭଉଣୀ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.