ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଜି ଆନ୍ତର୍ଜାତୀୟ ରେଡକ୍ରସ ଦିବସ । ଏହି ଅବସରରେ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଓଡିଶା ରକ୍ତଭଣ୍ଡାର କେନ୍ଦ୍ର ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରାୟଗଡା ଜିଲ୍ଳା ଶାଖା ଭାରତୀୟ ରେଡକ୍ରସ ସୋସାଇଟି ଓ ଜିଲ୍ଳା ପ୍ରଶାସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରରକୁ ଉଦଘାଟନ କରି ରକ୍ତାଦାତାମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ଶିବିରରେ ସ୍ୱେଚ୍ଛାସେବୀ, ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ରକ୍ତଦାନ କରିଥିଲେ । ରକ୍ତ ଅଭାବରୁ ଯେମିତି କେହି ମୃତ୍ୟୁ ମୁଖରେ ନ ପଡନ୍ତୁ ଏହାହିଁ ଏହି ରକ୍ତଦାନ ଶିବିରର ମୂଳ ଉଦ୍ଦେଶ୍ୟ ବୋଲି ଜିଲ୍ଳାପାଳ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ୨ଅପରାହ୍ନ ସୁଦ୍ଧା ୧୬ ୟୁନିଟ୍ ରକ୍ତ ସଂଗ୍ରହୃତି ହୋଇଥିବା ବେଳେ ଏହା ରାତ୍ର୍ର ୯ଟା ସମୟ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜଣାପଡିଛି ।
ରେଡକ୍ରସ ସଂସ୍ଥାର ସଂସ୍ଥାପକ ଜନ୍ ହେନେରି ଡୁନାଂଟଙ୍କ ଜନ୍ମ ତିଥିରେ ତାଙ୍କୁ ମନେପକାଇ ଜିଲ୍ଳା ପ୍ରଶାସନ ଓ ରେଡକ୍ରସ ସୋସାଇଟି ରାୟଗଡା ଜିଲ୍ଳା ଶାଖା ପକ୍ଷରୁ ଏହି ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଡିଏମଓ ଡାକ୍ତର ଲାଲମୋହନ ରାଉତରାଏ, ଡିପିଏଚଓ ଡାକ୍ତର ଭି.ଏଲ.ଏନ.ରାଜୁ, ଡିପିଏମ ରାଜେଶ ପଟ୍ଟନାୟକ ଓ ରକ୍ତଭଣ୍ଡାର ପରିଚାଳକ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।