ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଦୀର୍ଘ ୪୧ ବର୍ଷ ପରେ କେସିଙ୍ଗା ମହାବିଦ୍ୟାଳୟକୁ ମିଳିଲା ଜମି ପଟ୍ଟା । ଉଚ୍ଚ ଶିକ୍ଷା ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ କେସିଙ୍ଗା ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେସିଙ୍ଗା ନାମରେ ଦୁଇଟି ଜମି ପଟ୍ଟା ଯୋଗାଇ ଦିଆଯାଇଛି । କେସିଙ୍ଗା ତହସିଲଦାର ଜ୍ୟୋର୍ତିମୟ କର ଆଜି (ମଙ୍ଗଳବାର) ମହାବିଦ୍ୟାଳୟର ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ସାହାଙ୍କୁ ଏହି ପଟ୍ଟା ପ୍ରଦାନ କରିଛନ୍ତି । କେସିଙ୍ଗା ମହାବିଦ୍ୟାଳୟ ନାମରେ ଏ୬. ୯୩୦ଡେ ଏବଂ ଉଚ୍ଚ ମହାବିଦ୍ୟାଳୟ ନାମରେ ଏ୩. ୭୮୦ଡେ ଏହିପରି ସର୍ବମୋଟ ୮ ଏକର ୪୫୯ ଡେସିମିଲି ଜମି ପଟ୍ଟା ପ୍ରଦାନ କରାଯାଇଥିବା ଜଣାପଡ଼ିଛି । କେସିଙ୍ଗା ମହାବିଦ୍ୟାଳୟକୁ ଜମି ପଟ୍ଟା ଯୋଗାଇ ଦେଇଥିବାରୁ ଅଞ୍ଚଳବାସୀ, ସହରବାସୀ, ଶିକ୍ଷାବିତ, କଲେଜ ଛାତ୍ରଛାତ୍ରୀ ପ୍ରମୁଖ ରାଜ୍ୟ ସରକାର ଓ ଉଚ୍ଚ ଶିକ୍ଷା ବିଭାଗକୁ ସାଧୁବାଦ ଜଣାଇଛନ୍ତି । ଏହି ପଟ୍ଟା ପ୍ରଦାନ ସମୟରେ ମହାବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ସୁଶାନ୍ତ ପାଢ଼ୀ ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକାମାନେ ମଧ୍ୟ ଉପସ୍ଥିତ ଥିଲେ ।