ଜନ ପ୍ରତିନିଧିଙ୍କୁ ବାଲିଗୁଡା ବିଡିଓଙ୍କ ଅଣଦେଖା ଅଭିଯୋଗ : ବିଧାୟକଙ୍କ ନେତୃତ୍ବରେ ବିଡିଓଙ୍କୁ ମିଳିମିଶି ଘେରିଲେ

ଓଡ଼ିଆ ବାର୍ତ୍ତା/ ବାଲିଗୁଡ଼ା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ କାର୍ଯ୍ୟାଳୟରେ ବିଡିଓ ଅଧ୍ୟକ୍ଷାଙ୍କୁ ଅଣଦେଖା କରୁଥିବା ଅଭିଯୋଗରେ ବିଡ଼ିଓଙ୍କୁ ଘେରିଲେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ବ୍ଲକ୍ ଅଧ୍ୟକ୍ଷା ମିଶାବତୀ ମଳିକ, ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ବ୍ଲକ୍ ଉପାଧ୍ୟକ୍ଷା ନିକଜିନୀ ଦିଗାଳ । ବାଲିଗୁଡ଼ା ବିଡ଼ିଓ ଅଧ୍ୟକ୍ଷାଙ୍କୁ ଉନ୍ନୟକ କାର୍ଯ୍ୟ ବିଷୟରେ ସୂଚନା ଦେଉନଥିବା, ପରିଦର୍ଶନରେ ଯିବା କିମ୍ବା କାର୍ଯ୍ୟାଳୟକୁ ଯାତାୟାତ ନିମନ୍ତେ ବ୍ଲକ ପକ୍ଷରୁ ଗାଡ଼ି ନଦେବା ଏବଂ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା ନେଇ ଅଭିଯୋଗ ଆଣିଛନ୍ତି ବିଧାୟକଙ୍କ ସମେତ ଉପସ୍ଥିତ ନିର୍ବାଚିତ ପ୍ରତିନିଧି । ଘଟଣାକୁ ନେଇ ହଠାତ ବିଧାୟକ ଚକ୍ରମଣି କହଁରଙ୍କ ନେତୃତ୍ୱରେ ପ୍ରତିନିଧିମାନେ ବାଲିଗୁଡ଼ା ବ୍ଲକ୍ କାର୍ଯ୍ୟାଳୟରେ ଧସେଇ ପଶି ବିଡିଓ ଡ. ଜଗଦୀଶ ଷଡ଼ଙ୍ଗୀଙ୍କୁ ଘେରିଯାଇ ତୁମ୍ବିତୋଫାନ କରିଛନ୍ତି । ଏହି ଘଟଣାକୁ ନେଇ ବର୍ତ୍ତମାନ ସ୍ଥାନୀୟ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ଦାୟିତ୍ବ ନେବାର ଦେଢ଼ମାସ ବିତି ଯାଇଥିଲେ ମଧ୍ୟ ବିଡିଓ ଦିନେ ବି ଅଧ୍ୟକ୍ଷାଙ୍କୁ ଭେଟିନାହାନ୍ତି । ସେହିପରି ବ୍ଳକର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ କୌଣସି ଆଲୋଚନା ନକରି ନିଜ ଇଚ୍ଛା ମୁତାବକ ସବୁ କାମ ବିଡିଓ କରି ଚାଲିଛନ୍ତି ବୋଲି ଅଭିଯୋଗ ବାଢ଼ିଛନ୍ତି ବିଧାୟକ ଓ ଅନ୍ୟମାନେ । ବ୍ଲକ ଅଧ୍ୟକ୍ଷାଙ୍କୁ ଅଣଦେଖା ବରଦାସ୍ତ କରାଯିବ ନାହିଁ ବୋଲି ବିଡିଓଙ୍କ ସହ ପ୍ରବଳ ଯୁକ୍ତିତର୍କ କରିଥିଲେ । ବେଶ୍ କିଛିସମୟ ଯୁକ୍ତିତର୍କ ପରେ ସମସ୍ତ ଜନପ୍ରତିନିଧି ବିଡିଓଙ୍କ କାର୍ଯ୍ୟାଳୟରୁ ବାହାରି ଚାଲି ଯାଇଥିଲେ । ସେପଟେ ନିର୍ବାଚିତ ପ୍ରତିନିଧିଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଡିଓ ଡ. ଷଡ଼ଙ୍ଗୀ । ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତି କୌଣସି ଅଣଦେଖା ହୋଇନାହିଁ । ବ୍ଲକ୍ ଅଧ୍ୟକ୍ଷାଙ୍କ ନିମନ୍ତେ ସମସ୍ତ ସୁବିଧା ଯୋଗାଇ ଦିଆଯାଉଥିବା ସହ ସମସ୍ତ ଉନ୍ନୟନ କାର୍ଯ୍ୟ ବିଷୟରେ ଅବଗତ କରାଯାଇ କାର୍ଯ୍ୟ ହେଉଛି ଏବଂ ନିୟମାନୁସାରେ ସବୁ କାର୍ଯ୍ୟ କରାଯାଉଛି ବୋଲି କହିଥିଲେ ବିଡ଼ିଓ । ଏଥିରେ ଉତ୍‌କ୍ଷିପ୍ତ ହୋଇ ନିର୍ବାଚିତ ପ୍ରତିନିଧିମାନେ ଅଧ୍ୟକ୍ଷାଙ୍କୁ ତିନିଦିନ ଗାଡ଼ି ଦେବା ପାଇଁ ନିୟମ କେଉଁଥିରେ ଲେଖାଅଛି ଦେଖାଅ ବୋଲି ପ୍ରଶ୍ନ କରିଥିଲେ । ଉଭୟଙ୍କ ମଧ୍ୟରେ ବହୁ ସମୟ ବଚସା ଫଳରେ ବ୍ଲକ କାର୍ଯ୍ୟାଳୟ ପରିସରରେ ପ୍ରବଳ ଭିଡ଼ ଜମିଥିଲା । ଶେଷରେ ଜଣେ ସରକାରୀ ଅଫିସର ହୋଇ ଜନପ୍ରତିନିଧିଙ୍କୁ ଏଭଳି ଅଣଦେଖା ନକରିବାକୁ ବିଧାୟକ ଶ୍ରୀ କହଁର ବିଡିଓଙ୍କୁ କଡ଼ା ତାଗିଦ୍ କରିବା ସହ ସେଠାରୁ ବାହାରି ଯାଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.